ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ରାଜ୍ୟରେ ଆଜି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ 

58

କନକ ବ୍ୟୁରୋ : ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୨୪ଘଣ୍ଟା ଭିତରେ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ସଙ୍ଗରୋଧରୁ ୫୮ଓ ସ୍ଥାନୀୟ ଅଞ୍ଚଳରୁ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୦, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୯, ନୂଆପଡା ଓ କଟକରୁ ୮ଲେଖାଏଁ ଆକ୍ରାନ୍ତ, ଅନୁଗୁଳରୁ ୬, ବାଲେଶ୍ୱର ୭,ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, କୋରାପୁଟରୁ ୧ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ସେହିଭଳି ବରଗଡ,ମୟୂରଭଞ୍ଜରୁ ୩ଜଣ ଲେଖାଏଁ, ପୁରୀ, ଯାଜପୁରରୁ ୪ଜଣ ଲେଖାଏଁ ଏବଂ ଷ୍ଟେଟ ପୋଲରୁ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫,୮୮,୬୦୩ ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ସକ୍ରିୟ ସଂକ୍ରମିତ ୧,୨୮୬ ଥିବା ବେଳେ ୩,୩୧,୨୮୪ ଜଣ ସୁସ୍ଥ ହେଲେଣି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୫୨୯ କୁ ବୃଦ୍ଧି ପାଇଛି ।