ମୋଦିଙ୍କ ମିଶନ କାଶ୍ମୀର ପରେ ମିଶନ ‘ରାମ ମନ୍ଦିର’କୁ ନେଇ ଚର୍ଚ୍ଚା ? ସୋସିଆଲ ମିଡିଆରେ ମୋଦି ସରକାରଙ୍କୁ ସୋମବାର ସହ ଯୋଡିଲେ ୟୁଜର୍ସ

361

କନକ ବ୍ୟୁରୋ: ସରକାରର ୨ୟ ପାଳିରେ ମାଷ୍ଟରଷ୍ଟ୍ରୋକ ମାରିଲେ ମୋଦି । ଦୀର୍ଘ ୭୦ ବର୍ଷ ଧରି କାଶ୍ମୀର ଯେଉଁ ସ୍ୱପ୍ନ ଦେଖୁଥିଲା ଆଜି ତାହା ସାକାର କରିଛନ୍ତି ମୋଦି ସରକାର । କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ତେବେ ୨ ପାଳିରେ ଆସିବା ପରେ ମୋଦି ସରକାର ଅଧିକ ସକ୍ରିୟ ହୋଇଛନ୍ତି । ପଡି ରହିଥିବା ବଡ ବଡ ବିବାଦର ସମାଧାନ କରିବା ସହ ଦେଶ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । କାଶ୍ମୀର ପ୍ରସଙ୍ଗରେ ଆଜି ଐତିହାସିକ ନିଷ୍ପତ୍ତି ନେବା ପରେ ସାରା ଦେଶରେ ଶୁଭିଛି ମୋଦିଙ୍କ ଜୟ ଜୟକାର ।

ତେବେ ମୋଦିଙ୍କ ମିଶନ କାଶ୍ମୀର ସଫଳ ହେବା ପରେ ବାକି ରହିଥିବା ବିବାଦ ଖୁବ ଶୀଘ୍ର ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି । ମୋଦି ଗୋଟିଏ ପରେ ଗୋଟିଏ ବିବାଦକୁ ସମାଧାନ କରିବାରେ ସଫଳ ହେଉଥିବାରୁ ଖୁବ ଶୀଘ୍ର ରାମ ମନ୍ଦିର ବିବାଦ ସମାଧାନ ହେବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଦୀର୍ଘ ଦଶନ୍ଧି ଧରି ରାମ ଜନ୍ମଭୂମିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଗାମୀ ଦିନରେ ଏହା ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ସୋସିଆଲ ମିଡିଆରେ ରାମ ମନ୍ଦିର ବିବାଦ ସାମାଧାନ ମୋଦିଙ୍କ ପରବର୍ତ୍ତୀ ପଦକ୍ଷେପ ବୋଲି ୟୁଜର୍ସ ନିଜ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ମୋଦିଙ୍କ ମହାନିଷ୍ପତ୍ତିକୁ ମହାଦେବଙ୍କ ବାର ସହ ତୁଳନା କରା ଯାଇଛି ।

ମୋଦି ପ୍ରତି ସୋମବାର କିଛି ନା କିଛି ବଡ ନିଷ୍ପତ୍ତି ନେଉଛନ୍ତି । ଶ୍ରାବଣ ମାସର ଗୋଟିଏ ସୋମବାରରେ ମୋଦି ତିନି ତଲାକ ବିଲ୍ ପାସ୍ କଲେ । ୨ୟ ସୋମବାରରେ କାଶ୍ମୀରରୁ ଧାରା ୩୭୦ ହଟାଇଲେ । ଆଉ ପରବର୍ତ୍ତୀ ସୋମବାରରେ ମୋଦି ସରକାର ରାମ ମନ୍ଦିର ଉପରେ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।