ଦେଶ ହେଉ ଅବା ବିଦେଶ ପ୍ରତ୍ୟେକ ଦିନ ମହିଳା ମାନଙ୍କୁ ଅସଦାଚରଣ ହୋଇଥିବା ଘଟଣା ଦେଖିବାକୁ ମିଳୁଛି । ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି । ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏଭଳି ସ୍ଥିତିରେ ମହିଳାମାନେ ତୁରନ୍ତ ପୋଲିସର ସହାୟତା ଆଶା କରିଥାନ୍ତି । ତେବେ ଏଭଳି ଆସାକୁ ସତ୍ୟତାରେ ପରିଣତ କରିଛନ୍ତି ୟୁପିର ମୁରାଦାବାଦର କେତେକ ଛାତ୍ର । ସେମାନେ ଏକ ପ୍ରୋଟେକ୍ସନ ସ୍ୟାଣ୍ଡେଲ ପ୍ରସ୍ତୁତ କରିଛନ୍ତି । ଏଥିରେ ଇଲେକ୍ଟ୍ରିକାଲ ସର୍କିଟର ବ୍ୟବହାର କରାଯାଇ ଜିପିଏସ ଏବଂ ଜିଏସଏମ ସିଷ୍ଟମ ଲଗାଯାଇଛି । ଏହି ସ୍ୟାଣ୍ଡେଲ ପିନ୍ଧିବା ପରେ ସମ୍ପୃକ୍ତ ମହିଳାଙ୍କୁ କେହି ଛୁଇଁବାକୁ ଚେଷ୍ଟା କଲେ ବଟନ ଚିପିବା ମାତ୍ରେ ତୁରନ୍ତ ଏକ କରେଣ୍ଟର ଝଟକା ଲାଗିବ । ଏହା ସହ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଯିବ । ଏହା ଦ୍ୱାରା ମହିଳାମାନଙ୍କ ପ୍ରତି ବଢୁଥିବା ଅପରାଧକୁ କିଛି ମାତ୍ରାରେ ରୋକାଯାଇ ପାରିବ ।

Advertisment

publive-image

କିପରି କାମ କରିବ ?

ଦେଖିବାକୁ ଏହା ସାଧାରଣ ସ୍ୟାଣ୍ଡେଲ ଭଳି । ଏଥିରେ ଏକ ଛୋଟିଆ ସିଷ୍ଟମ ରହିଛି, ଯେଉଁଥିରେ ଜିଏସଏମ ସିମ, ଜିପିଏସ, ଦୁଇଟି ପିନ୍ ଏବଂ ଅଡିନୋ ଲଗାଯାଇଛି । ଯାହାକୁ ପିନ୍ଧିବାରେ ମହିଳାମାନଙ୍କୁ କୌଣସି ଅସୁବିଧା ହେବନାହିଁ । ଏହା ସହ ଏହି ପୂରା ସିଷ୍ଟମ ବିଭିନ୍ନ ଥାନାମାନଙ୍କ ସହ ଲିଙ୍କରେ ରହିବ । ଆପଦକାଳୀନ ସ୍ଥିତିରେ ମହିଳାମାନେ ଯେମିତି ହିଁ ପାଦରେ ସ୍ୟାଣ୍ଡେଲରେ ଥିବା ଏହି ବଟନଟିକୁ ଦବାଇବେ, ସେଥିରୁ ଦୁଇଟି ପିନ ବାହାରକୁ ବାହାରି ଆସିବ ଆଉ ଏହି ପିନରୁ କରେଂଟ ବାହାରି ବ୍ୟକ୍ତି ଜଣକୁ ଏକ ଶକ୍ତ କରେଣ୍ଟ ଲାଗିବ । ଏହା ସହ ଜିଏସଏମ ଜରିଆରେ ଏଥିରେ ସେଟ କରାଯାଇଥିବା ନମ୍ବର ଗୁଡିକୁ ବିପଦ ମେସେଜ ସହ ମହିଳାଙ୍କର ଠିକଣା ପୋଲିସ ନିକଟରେ ପହଞ୍ଚିଯିବ ।

publive-image

ତେବେ ଏଭଳି ସ୍ୟାଣ୍ଡେଲ ମହିଳାମାନଙ୍କ ପାଇଁ ଯେତେ ଜରୁରୀ ପୋଲିସ ପାଇଁ ମଧ୍ୟ ଅପରାଧି ମାନଙ୍କୁ ଧରିବାରେ ଏହା ଏକ ସହଜ ପ୍ରଣାଳୀ ହୋଇପାରିବ । ଏହା ଦ୍ୱାରା ମହିଳାମାନଙ୍କୁ ଅସଦାଚରଣ କରିବା ପାଇଁ ଲୋକମାନଙ୍କ ମନରେ ଭୟ ରହିବ ।