ଆପଣଙ୍କ ମୋବାଇଲର ଟଚ୍ ସ୍କ୍ରିନ୍ ସ୍ଲୋ ହେଉଛି କି ? ଜାଣନ୍ତୁ ଘରେ ବସି କେମିତି କରିପାରିବେ ରିପେୟାର

19

ଯଦି ଆପଣ ମୋବାଇଲ ଟଚ୍ ସ୍କ୍ରିନ୍ ସ୍ଲୋ ପ୍ରୋସେସିଂ କୁ ନେଇ ଚିନ୍ତି ତ ଅଛନ୍ତି । ତେବେ ଆପଣଙ୍କୁ ଏଣିକି ଆଉ କୌଣସି ସର୍ଭିସ୍ ସେଣ୍ଟରକୁ ଦୌଡିବାକୁ ପଡିବନି । କାରଣ ଏହି କାମ ଆପଣ ନିଜ ଘରେ ବସି ବି ଠିକ୍ କରିପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

ସର୍ବପ୍ରଥମେ ଏଥିପାଇଁ ଆପଣଙ୍କୁ “ଟଚ୍ ରିପେୟାର” ନାମକ ଆପ୍ କୁ ମୋବାଇଲ ଇନଷ୍ଟଲ୍ କରିବାକୁ ପଡିବ । ଏହାଦ୍ୱାରା ମୋବାଇଲରେ ହେଉଥିବା ଟଚ୍ ସ୍କ୍ରିନ୍ ସଫ୍ଟୱେର୍ ଜନିତ ସମସ୍ୟା ଏକପ୍ରକାରେ ଦୁର ହୋଇଯିବ । ଯଦି ମୋବାଇଲରେ କିଛି ହାର୍ଡୱେର ଜନିତ ସମସ୍ୟା ଥିବ ତେବେ ଏହାକୁ ଠିକ୍ କରିବା ମୁସ୍କିଲ ହୋଇପାରେ । ପ୍ରାୟତଃ ମୋବାଇଲ୍ ଟଚ୍ ସେଂଟର ଡିଜାବଲ୍ ହୋଇଯାଇଥାଏ ଯାହାଦ୍ୱାରା ଟଚ୍ କାମ କରି ନଥାଏ । ଏହି ଆପ୍ ଟଚ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ।

କେମିତି ଡାଉନଲୋଡ୍ କରିବେ ଏହି ଆପ

-ଆପଣ ମୋବାଇଲରେ ଥିବା ଗୁଗୁଲ ପ୍ଲେ-ଷ୍ଟୋର୍ କୁ ଯାଇ ଏହି ଆପ୍ ଇଂଷ୍ଟଲ୍ କରିପାରିବେ ।

-ଆପ୍ ଇଂଷ୍ଟଲ୍ ପରେ ଆପଣଙ୍କ ମୋବାଇଲ୍ ଡିସପ୍ଲେ ରେ ଲଙ୍ଗ୍ ପ୍ରେସ୍ କରନ୍ତୁ ।

-ଆପ୍ ଓପନ୍ ହେବାପରେ ଷ୍ଟାର୍ଟ ବଟନ୍ ରେ କ୍ଲିକ୍ କରନ୍ତୁ ।

-ଏହାପରେ ମୋବାଇଲ୍ ସ୍କ୍ରିନ୍ ଉପରେ ଟଚ୍ କରନ୍ତୁ ଦେଖିବେ ଆପଣଙ୍କ ଫୋନ୍ ଡିସପ୍ଲେରେ କମ୍ପାନୀର ନାମ ଆସିଯିବ ।

-ପରେ ଆପଣଙ୍କୁ ଆପ୍ ପ୍ରୋସେସିଂ ର ସକସେସ୍ ମେସେଜ ଆସିଯିବ

ତେବେ ଏହିଭଳିଭାବେ ଆପଣ ମୋବାଇଲ୍ ଟଚ୍ ସ୍କ୍ରିନ୍ ସ୍ଲୋ ର ସମସ୍ୟା ସମାଧାନ କରି ପାରିବେ ।