କେତେ ଦରମା ପାଉଛନ୍ତି ନରେନ୍ଦ୍ର ମୋଦି ? ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାସ୍ତବିକ ଦରମା

83

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ତାରେ ରହିବା ଦିନଠାରୁ ତାଙ୍କର ଉର୍ଜା ଏବଂ କଠିନ ପରିଶ୍ରମ ଆଗରେ ହାର୍ ମାନିଛି ସବୁକିଛି । ଏପରି କି ତାଙ୍କର ଏଭଳି ଗୁଣକୁ ବିରୋଧିମାନେ ମଧ୍ୟ ପ୍ରଶଂସା ନକରି ରହିପାରି ନାହାଁନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ୧୨ ଘଂଟାରୁ ଅଧିକ କାମ କରୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ଷିକ ଦରମା କେତେ ହୋଇପାରେ ? ଆଜି ଆମେ ଆପଣଙ୍କୁ ମୋଦି ପିଏମଓରେ କେତେ ସମୟ ବିତାଉଛନ୍ତି ଏବଂ ଜଣେ କର୍ମଚାରୀ ତାଙ୍କୁ କେତେ ଦରମା ମିଳିଥାଏ । ସେ ସମ୍ବନ୍ଧରେ ଅବଗତ କରାଇବୁ । ତେବେ ଆସନ୍ତୁ ଜାଣିବା ।

ଜାତୀୟ ଗଣମାଧ୍ୟମ ଉଜ୍ଜଳା ପ୍ରଭାତରେ ପ୍ରକାଶିତ ଖବର ମୁତାବକ, ପ୍ରଧାନମନ୍ତ୍ରୀ ମୋଦି ଜଣେ କର୍ମଚାରୀ ଭାବେ ସକାଳ ୯ଟା ରୁ ସଂଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହିଥାନ୍ତି । ସାରା ଦିନ ମୋଦି ପାଖାପାଖି ୧୨ରୁ ୧୮ ଘଂଟା ଧରି କାମ କରିଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମୋଦି କେବଳ ୩ ଘଂଟା ବିଶ୍ରାମ ନେଇଥାନ୍ତି । ତେବେ ଏତେ କାମ କରିବା ପରେ ତାଙ୍କୁ ଯେତିକି ପାରିଶ୍ରମିକ ମିଳିଥାଏ ତାହା ଆପଣଙ୍କୁ ନିଶ୍ଚୟ ରୂପେ ଚକିତ କରିଦେବ । କାରଣ ଏଥିପାଇଁ ମୋଦିଙ୍କୁ ମିଳିଥାଏ ବାର୍ଷିକ ୧ ୯.୨ ଲକ୍ଷ ଟଙ୍କା । ଅର୍ଥାତ୍ ପାଖାପାଖି ୧ ଲକ୍ଷ ୬୦ ହଜାର ଟଙ୍କା ପ୍ରତିମାସର ଦରମା । ଯେଉଁଥିରେ ମୋଦିଙ୍କର କିଛି ବ୍ୟକ୍ତିଗତ କର୍ମଚାରୀଙ୍କ ଦରମା , ଘର ଏବଂ ଅନ୍ୟ ଜିନିଷ ମଧ୍ୟ ସାମିଲ ରହିଛି ।

ତେବେ ଯଦି ବିଶ୍ୱର ଅନ୍ୟ ରାଷ୍ଟ୍ରଧ୍ୟକ୍ଷମାନଙ୍କର ଦରମା ସହ ମୋଦିଙ୍କ ଦରମାକୁ ତୁଳନା କରାଯାଏ ତେବେ ତାଙ୍କ ଦରମା ବହୁତ କମ୍ ଅଟେ । ଋଷ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କୁ ବାର୍ଷିକ ୯୦ ଲକ୍ଷ ଟଙ୍କା ମିଳିଥାଏ ଅର୍ଥାତ୍ ୭.୫ ଲକ୍ଷ ଟଙ୍କା । ସେହି ପରି ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଦରମା ୧ କୋଟି ୩୧ ହଜାର ଅର୍ଥାତ୍ ୧୦ ଲକ୍ଷ ଟଙ୍କା ପ୍ରତିମାସ ଏବଂ ବାରାକ୍ ଓବାମାଙ୍କ ବାର୍ଷିକ ଦରମା ୨ କୋଟି ୪୨ ଲକ୍ଷ ଅର୍ଥାତ୍ ପାଖାପାଖି ୨୦ ଲକ୍ଷ ଟଙ୍କା । ଯାହାର ଅର୍ଥ ହେଉଛି ଓବାମା ମୋଦିଙ୍କଠାରୁ ୧୨ ଗୁଣା ଅଧିକ ରୋଜଗାର କରନ୍ତି ।

ଯଦି ପ୍ରତି ଘଂଟା ହିସାବ କରାଯାଏ ତେବେ ଏଥିରେ ମଧ୍ୟ ମୋଦି ବିଶ୍ୱର ବଡ ବଡ ନେତାଙ୍କଠାରୁ ବହୁତ ପଛରେ ଅଛନ୍ତି । ମୋଦି ଯେଉଁଠି ପ୍ରତି ଘଂଟା ୩୨୦ ଟଙ୍କା ରୋଜଗାର କରିଥାନ୍ତି ସେଠାରେ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ଘଂଟାରେ ମିଳିଥାଏ ୨ ହଜାର ୧୯୩ ଟଙ୍କା । ପୁଟିନଙ୍କୁ ପ୍ରତି ଘଂଟାରେ ମିଳିଥାଏ ୧ ହଜାର ୫୦୫ ଟଙ୍କା ଏବଂ ବାରାକ୍ ଓବାମାଙ୍କୁ ଘଂଟା ପ୍ରତି ମିଳୁଥିଲା ୪ ହଜାର ୩୬ ଟଙ୍କା । ତେବେ ଏହି ଆକଳନରୁ ଯାହା ସ୍ପଷ୍ଟ ହେଉଛି କି ଦିନ ତମାମ କାମ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ କମ୍ ଦରମା ମିଳିଥାଏ ।

ଏହା ସହ ମଧ୍ୟ ପଢନ୍ତୁ-‘୨୫ ଜୁନ୍’ ! ଗୋଟିଏ ତାରିଖ ଯାହା ଦୁଇଥର ଲେଖିଲା ଭାରତୀୟ କ୍ରିକେଟର ଇତିହାସ