ଆପଣଙ୍କ ପାଟିରେ ଏଭଳି ଧଳାରଙ୍ଗର ଚିହ୍ନ ନାହିଁ ତ? ସାବଧାନ, ଏହା କ୍ୟାନସର ନୁହେଁ ବରଂ ତା‘ଠାରୁ ବି ବେଶି ଭୟଙ୍କର

42

ମେକସିକୋରେ ରହୁଥିବା ଜଣେ ୪୭ ବର୍ଷର ମହିଳା ଡାକ୍ତରଙ୍କ ନିକଟକୁ ଦାନ୍ତର ଚିକିତ୍ସା ପାଇଁ ଆସିଥିଲେ । ତାଙ୍କ ଦାନ୍ତଗୁଡିକର ବିଭିନ୍ନ ସ୍ଥାନରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ସେଥିପାଇଁ ସେ ଏହାକୁ ଠିକ୍ କରିବାକୁ ଆସିଥିଲେ ।

ଯେତେବେଳେ ଡାକ୍ତର ତାଙ୍କ ଦାନ୍ତକୁ ଫିଲିଂ କରୁଥିଲେ , ସେତେବେଳେ ତାଙ୍କ ନଜର ମହିଳାଙ୍କ ପାଟିର ଉପରି ଭାଗ ଅଂଶ ତଥା ସପ୍ଟ ପାଲେଟ ଉପରେ ପଡିଥିଲା । ସେଠାରେ ଡାକ୍ତର ଏକ ଅଜବ ଧରଣର ତଥା ଗୋଲାକାର ଘାଁ ଦେଖିବାକୁ ପାଇଥିଲେ । ଆଉ େ ଯତେବେଳେ ରୋଗୀକୁ ଏସଂପର୍କରେ ସେ ପ୍ରଶ୍ନ କରିଥିଲେ ସେତେବେଳେ, ଏବିଷୟରେ ସେ କିଛି ବି ଜଣା ନଥିଲା ରୋଗୀ ଜଣକ କହିଥିଲେ । ମହିଳା ଜଣକ କହିଥିଲେ କି, ତାଙ୍କୁ କୌଣସି ଯନ୍ତ୍ରଣା ଅନୁଭବ ହେଉନଥିଲା । ତେବେ ଡାକ୍ତରଙ୍କୁ ଏହି ଚିହ୍ନ ଉପରେ ସନ୍ଦେହ ଆସିଥିଲା , ଆଉ ସେ ଏଥିପାଇଁ ରୋଗୀ ବିଷୟରେ ସବୁକଥା ଜାଣିବାକୁ ଚାହିଁଥିଲେ ।

ମହିଳା ଜଣକ କହିଥିଲା କି, ସେ ଗଂଜେଇ ଏବଂ କୋକିନ ସେବନ କରନ୍ତି । ଏହାବ୍ୟତୀତ ସେ ଅନେକ ପୁରୁଷଙ୍କ ସହ ସେକ୍ସୁଆଲ ଆକ୍ଟିଭିଟିରେ ମଧ୍ୟ ସଂପୃକ୍ତ ଥିଲେ । ସେ କହିଥିଲା କି, ଏଠାକୁ ସେ ଚିକିତ୍ସା ପାଇଁ ଆସିବା ପୂର୍ବରୁ ତଥା ତିନି ଦିନ ପୂର୍ବରୁ ତାଙ୍କ ପୁରୁଷ ସାଥିଙ୍କ ସହ ଓରାଲ ସେକ୍ସ ପରଫର୍ମ କରିଥିଲ । ତେବେ ରୋଗୀର ଇତିହାସ ଜାଣିବା ପରେ ଡାକ୍ତର ଏହି ନିଷ୍ପତିରେ ଉପନୀତ ହୋଇଥିଲେ କି ଏହି ଘାଁ ‘ଇରିଥେମା ‘ଅଟେ । ଯାହାକି ଓରାଲ ର୍ସେକ୍ସ କାରଣରୁ ହୋଇଥାଏ ।