ଗଧଙ୍କୁ ପୁଲିସ ଦେଲା ସଜା ! ଜେଲରେ ରହିଲେ ଚାରିଦିନ । ଜାଣନ୍ତୁ କଣ ରହିଥିଲା ଅପରାଧ

55

ସାଧାରଣତଃ ଯଦି କୌଣସି ବ୍ୟକ୍ତି କୌଣସି ବି ପ୍ରକାରର ଅପରାଧ କରେ ତେବେ ତାଙ୍କୁ ଦଣ୍ଡ ବିଧାନ କରାଯାଇଥାଏ । ହେଲେ କେବେ ଶୁଣିଛନ୍ତି କି ମଣିଷ ପରି ପଶୁମାନଙ୍କୁ ବି ଏହାର ଅନ୍ତର୍ଭୁକ୍ତ ହୋଇପାରନ୍ତି ବୋଲି । ଆଜ୍ଞା ହଁ । ଏହା ବି ସମ୍ଭବ । ନିକଟରେ ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଯାହା ଆପଣଙ୍କର ଚିନ୍ତାଧାରାକୁ ବଦଳାଇ ଦେଇଛି । ଯେଉଁଠି ଗଧମାନଙ୍କୁ କଏଦୀ ଭାବେ ଚାରି ଦିନ କାଳ ଜେଲ ଭିତରେ ରହିବାକୁ ପଡିଛି । ତେବେ ଏଭଳି ଘଟଣା ଘଟିଛି ଯୋଗୀ ଆଦିତ୍ୟ ନାଥଙ୍କ ଗଡରେ । ସେଠାକାର ପୁଲିସ କର୍ମୀ ଗଧମାନଙ୍କୁ ଜେଲ ମଧ୍ୟରେ ଅଟକ ରଖିଛନ୍ତି । ଏଠାରେ ଆମେ କହିରଖୁଛୁ କି, ଉତ୍ତରପ୍ରଦେଶ ପୁଲିସ ଆଇନ-କାନୁନ୍ ସହିତ କୌଣସି ବି ପ୍ରକାରେ ବୁଝାମଣା କରନ୍ତି ନାହିଁ । ଅପରାଧୀଙ୍କ ଦଣ୍ଡ ମିଳିବା ଏକପ୍ରକାରେ ସୁନିଶ୍ଚିତ । ତେବେ ସେ ମଣିଷ ହୋଇଥାନ୍ତୁ କିମ୍ବା ପଶୁ ।

ସୂଚନା ମୁତାବକ, ୟୁପିର ଜାଲୌନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୁଲିସ ଦ୍ୱାରା କିଛି ଗଧଙ୍କୁ ସେମାନେ କରିଥିବା ଅପରାଧରେ ଦଣ୍ଡିତ କରାଯାଇଛି ଆଉ ଏହି ଗଧମାନଙ୍କ ଅପରାଧ ଥିଲା କି ସେମାନେ ଜେଲ ବାହାରେ ରଖାଯାଇ ଥିବା ବୃକ୍ଷ-ଲତାକୁ ନଷ୍ଟ କରିବାକୁ ଦୁଃସାହସ କରିଥିଲେ । କୁହାଯାଏ କି, କିଛି ଦିନ ପୂର୍ବରୁ ଜେଲ ପରିସର ମଧ୍ୟରେ ଏକ ସବୁଜପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଛି ଗଛ ଲଗାଯିବା ପାଇଁ ଅଣାଯାଇଥିଲା । ଯାହାକୁ ବାହାରେ ବୁଲୁଥିବା ଏହି ଗଧମାନେ ନଷ୍ଟ କରିଦେଇଥିଲେ । ଆଉ ଏହି କାରଣରୁ ଜେଲର ଗଧମାନଙ୍କୁ ଜେଲରେ ପୁରାଇ ଦେଇଥିଲେ ।

ଖବର ମୁତାବକ, ଗଧମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ ହେବା ପରେ ସେମାନଙ୍କୁ ମୁକୁଳେଇବା ପାଇଁ ମାଲିକ, ଜେଲରଙ୍କୁ ଆକୁଳ ନିବେଦନ କରିଥିଲେ ହେଲେ କୌଣସି ସୁଫଳ ମିଳିପାରିନଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେଠାକାର ଜଣେ ସ୍ଥାନୀୟ ନେତାଙ୍କ ଅନୁରୋଧ କ୍ରମେ ତଥା ଚାରି ଦିନ ପରେ ଗଧମାନଙ୍କୁ ଜେଲରୁ ଛଡା ଯାଇଥିଲା । ତେବେ ଗଧମାନଙ୍କୁ ଜେଲରୁ ବାହାରୁଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।