ଡିସେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ମୋବାଇଲ ନମ୍ବରକୁ ଆଧାର ସହ ଯୋଡିବାର ନୂଆ ତରିକା ! ଜାଣନ୍ତୁ ପୂରା ପ୍ରକ୍ରିୟା

38

ଭାରତୀୟ ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ ଆଧାର ସହିତ ମୋବାଇଲ ନମ୍ବରକୁ ଅନଲାଇନରେ ଯୋଡିବା ନେଇ ଅନୁମତି ଦେଇଛନ୍ତି । ଯାହାଦ୍ୱାରା ଲୋକେ ନିଜର ମୋବାଇଲ୍ ନମ୍ବର ସହିତ ଆଧାରକୁ ଅନଲାଇନ୍ ଜରିଆରେ ଯୋଡ଼ି ପାରିବେ । ଖାଲି ସେତିକି ନୁହେଁ ମୋବାଇଲ୍ ସେବା ପ୍ରଦାନକାରୀ କଂପାନିଗୁଡ଼ିକ ୱେବସାଇଟ୍ ଏବଂ ଆଇଭିଆରଏସ୍ କଲ୍ ଜରିଆରେ ଆଧାର ଲିଙ୍କ୍ ସୁବିଧା ପ୍ରଦାନ କରିବେ। ଯାହାକି ସ୍ୱୟଂଚାଳିତ ହେବ ଏବଂ ଏଥିରେ କୌଣସି ବ୍ୟକ୍ତିବିଶେଷଙ୍କର ସଂପୃକ୍ତି ରହିବ ନାହିଁ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ନିୟମ ଡିସେମ୍ବର ୧ରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି ।

ସୂଚନା ମୁତାବକ, ମୋବାଇଲ୍ କଂପାନିଙ୍କ ୱେବସାଇଟ୍ ଜରିଆରେ କିମ୍ବା ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହେଲ୍ପଲାଇନ୍ ନମ୍ବରରେ କଲ୍ କରି ଲୋକମାନେ ଓ୍ଵାନ୍ ଟାଇମ୍ ପାସ୍ଓ୍ଵାର୍ଡ (ଓଟିପି) ପାଇପାରିବେ । ଏହି ଦୁଇ ପ୍ରକ୍ରିିୟାକୁ ଭାରତୀୟ ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ ଅନୁମୋଦନ କରିଥିବା ଜଣାପଡ଼ିଛି । ଏଠାରେ ଆମେ କହି ରଖୁଛୁ କି, ଏସଏମଏସ୍ ଜରିଆରେ ଓଟିପି ହାସଲ କରି ଆଧାର ଲିଙ୍କ୍ କରିବା ପାଇଁ ଟେଲିକମ୍ ବିଭାଗ ପୂର୍ବରୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ତାହା ସୁରକ୍ଷିତ ହୋଇନଥିବାରୁ ୟୁଆଇଡିଏଆଇ ତାହାକୁ ଖାରଜ କରିଦେଇଥିଲା । ଏବେ ଯେଉଁ ଦୁଇଟି ପ୍ରକ୍ରିୟାକୁ ମଞ୍ଜୁରି ମିଳିଛି ତାହାର ସୁବିଧା ନେବାକୁ ହେଲେ ଆଧାର ନମ୍ବର ସହିତ ମୋବାଇଲ୍ ନମ୍ବର ପଞ୍ଜୀକୃତ ହୋଇଥିବା ନିହାତି ଦରକାର ।

ୱେବସାଇଟରେ ଆଧାର ନମ୍ବର ଦାଖଲ କରିବା ପୂର୍ବରୁ ଗ୍ରାହକମାନଙ୍କୁ ସମ୍ମତି ମଗାଯିବ । କୌଣସି ପରିସ୍ଥିତିରେ ଆଧାର ନମ୍ବର ଯେଭଳି କଂପାନିମାନଙ୍କ ଗ୍ରାହକ ସମ୍ପର୍କ କର୍ମଚାରୀମାନଙ୍କ ହସ୍ତଗତ ନହୁଏ ତାହା ନିଶ୍ଚିତ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି । ହେଲ୍ପଲାଇନ୍ ଇଂରାଜି, ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ବ୍ୟାଙ୍କିଙ୍ଗ କାବରାର ବେଳେ ଯେଉଁଭଳି ଉଚ୍ଚ ସ୍ତରର ଆଇଭିଆରଏସ୍ ନିରାପତା ଗ୍ରହଣ କରାଯାଇଛି ସେଭଳି ସ୍ତରର ନିରାପତା ଯୋଗାଇ ଦେବାକୁ ଟେଲିକମ୍ କଂପାନିଗୁଡ଼ିକୁ କୁହାଯାଇଛି ।