କୁଖ୍ୟାତ ଅପରାଧୀ ଟୋଟୋ ରୀନା । କରିଥିଲା ୧୫୦ ଜଣଙ୍କର ହତ୍ୟା । ପଢନ୍ତୁ କିପରି ଗୋଟିଏ ନିର୍ବୋଧ ବାଳକରୁ ସାଜିଥିଲା ମାଫିଆଙ୍କ ସର୍ଦ୍ଦାର

70

ଅନ୍ତରାଷ୍ଟ୍ରୀୟ ମାଫିଆ ଟୋଟୋ ରିନାର ମୃତ୍ୟୁ ଶୁକ୍ରବାର ତଥା ୧୭ ନଭେମ୍ବରକୁ ଘଟିଛି । କ୍ୟାନସର କାରଣରୁ ଟୋଟୋର ୮୭ ବର୍ଷ ବୟସରେ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ସମୟରେ ସେ ଇଟାଲୀର ଏକ ଜେଲରେ ଆଜୀବନ କଏଦି ଭାବେ ଜୀବନ କାଟିଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଟୋଟୋ ବିରୋଧରେ ରହିଥିଲା ପାଖାପାଖି ୧୫୦ରୁ ଅଧିକ ମର୍ଡର ମାମଲା । ଯେଉଁଥି ପାଇଁ ତାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

ଖବର ମୁତାବକ, କୁଖ୍ୟାତ ଅପରାଧୀ ଟୋଟୋ କ୍ୟାନସର ସହିତ ହୃଦୟ ଜନିତ ସମସ୍ୟାରେ ବି ଆକ୍ରାନ୍ତ ଥିଲା । ପୋଲିସ ହାତରେ ଧରା ପଡିବା ପୂର୍ବରୁ ଟୋଟୋ ଜୀବନର ପାଖାପାଖି ୨୫ ବର୍ଷ ବିତିଥିଲା ଏଣେତେଣେ ଲୁଚିଛପି । ଖାଲି ସେତିକି ନୁହେଁ, ଜେଲରେ ଥାଇ ବି ଟୋଟୋ ରଚିଥିଲା ଅନେକ ଷଡଯନ୍ତ୍ର ଆଉ ଅନେକ ହତ୍ୟାକାଣ୍ଡର ସାଜିଥିଲା ମାଷ୍ଟର ମାଇଣ୍ଡ । ୧୯୯୨ରେ ଟୋଟୋ ଜଣେ ବିଚାରପତିଙ୍କୁ ବିସ୍ଫୋରଣରେ ଉଡାଇ ଦେଇଥିଲା ଆଉ ଯାହାପରେ ସେ ପୋଲିସ ହାତରେ ଧରାପଡିଯାଇଥିଲା । ସେବେଠାରୁ ସେ ଦଣ୍ଡିତ ହୋଇ ଇଟାଲୀର ଏକ ଜେଲର କଳାକୋଠରୀରେ ବନ୍ଦୀ ଭାବେ ଜୀବନ ବିତାଉ ଥିଲା ଏବଂ ଦୀର୍ଘଦିନ ଧରି କ୍ୟାନସରରେ ଆକ୍ରାନ୍ତ ହୋଇ ସେ ଗତ ଶୁକ୍ରବାର ଜୀବନ ହାରିଥିଲା ।

୧୯୯୦ରେ ଏକ ଗରିବ ପରିବାରରେ ଟୋଟୋର ଜନ୍ମ ହୋଇଥିଲା । ମାତ୍ର ୧୩ ବର୍ଷ ବୟସରେ ଟୋଟୋ ଆଖି ଆଗରେ ଘଟିଥିଲା ଏକ ଜଘଂଣ୍ୟ ହତ୍ୟାକାଣ୍ଡ । ସେ ପୁଣି ନିଜ ବାପାଙ୍କର । କିଛି ଦୁର୍ବୃତ୍ତ ତା ଆଗରେ ତାର ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଇଥିଲେ । ଯାହାପରଠାରୁ ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା । ଏହି ପ୍ରତିଶୋଧର ନଁଆ ଏତେ ପ୍ରଖର ଥିଲା କି ସେ ଏକ ମାଫିଆ ସଂଗଠନରେ ସାମିଲ ହେବାକୁ ବି ପଛେଇ ନଥିଲା । ତେବେ ଏହି ସଂଗଠନର ମୁଖିଆକୁ ପୋଲିସ ଗିରଫ କରିନେବା ପରେ ଟୋଟୋ ସେହି ମାଫିଆ ସଂଗଠନର ସର୍ଦ୍ଦାର ବନିଯାଇଥିଲା ।