ସତର୍କ କରାଇଲେ ସରକାର : ୩୦ ନଭେମ୍ବରରୁ କଟି ଯିବ ଗ୍ୟାସ୍ କନେକ୍ସନ,ଏଭଳି ଚେକ୍ କରନ୍ତୁ ରଦ୍ଦ ତାଲିକାରେ ନାହିଁ ତ ଆପଣଙ୍କର ନାଁ

ଯାହାଦ୍ୱାରା ସବସିଡିର ଲାଭ ସିଧା ଲାଭାର୍ଥିଙ୍କ ମିଳିପାରିବ

365

ଡିସେମ୍ବର ପହିଲାରୁ ତଥା ଚଳିତ ମାସ ୩୧ ତାରିଖ ପରେ ପାଖାପାଖି ୧ କୋଟି ଏପିଜି ଉପଭୋକ୍ତାଙ୍କୁ ଆଉ ଗ୍ୟାସ ସିଲିଣ୍ଡର ମିଳିବ ନାହିଁ । କାହିକିଁ ନା ସରକାର ବିନା କେୱାଇସି ବାଲା ଉପଭୋକ୍ତାମାନଙ୍କର କନ୍କେସନ ରଦ୍ଦ କରିବାକୁ ଯାଉଛନ୍ତି । ଏଥିପାଇଁ ସରକାର ଗ୍ୟାସ କଂପାନୀମାନଙ୍କଠାରୁ ୩୦ ନଭେମ୍ବର ସୁଦ୍ଧା ବାକି ଉପଭୋକ୍ତାମାନଙ୍କର କେୱାଇସି କମ୍ପ୍ଲିଟ କରିବାକୁ କହିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ସବସିଡି ଛାଡିଥିବା ଗ୍ୟାସ ଉପଭୋକ୍ତାମାନେ ବି କେୱାଇସି କମ୍ପ୍ଲିଟ କରିବା ନିହାତି ଜରୁରୀ । ସରକାର ସାର୍ବଜନୀକ କ୍ଷେତ୍ରର ତିନୋଟି ଯାକ ଗ୍ୟାସ ଏଜେନ୍ସି ତଥା ଇଣ୍ଡିଆନ ଗ୍ୟାସ, ଭାରତ ଗ୍ୟାସ ଏବଂ ଏଚଡି ଗ୍ୟାସକୁ ନିର୍ଦ୍ଦେଶ ଜାରି କରିଛନ୍ତି । ରିପୋର୍ଟ ଅନୁସାରେ, ଗିଭ ଇଟ ଅପ୍ ଆପଣାଇଥିବା କଷ୍ଟମରଙ୍କର କେୱାଇସି ଏଥିପାଇଁ କମ୍ପ୍ଲିଟ କରିବାକୁ କୁହାଯାଇଛି, ଯାହାଦ୍ୱାରା ଫର୍ଜି ଗ୍ରାହକଙ୍କୁ କନେକସନ ବନ୍ଦ କରାଯାଉ ଏବଂ ଜେନ୍ୟୁଇନ ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ମିଳିବାରେ ସହଜ ହେବ ।

 

ଗିଭ ଇଟ ଅପ ଆପଣାଇ ଥିବା ଗ୍ରାହକଙ୍କୁ କେୱାଇସି ଏଥିପାଇଁ ପୂରା କରିବାକୁ କୁହାଯାଇଛି, ଯାହାଦ୍ୱାରା ଫର୍ଜି ଗ୍ରାହକଙ୍କର କନେକସନ ବନ୍ଦ କରାଯାଇପାରିବ । ଏବଂ ବାସ୍ତାବରେ ଯିଏ ହକଦାର ସେମାନଙ୍କୁ ଗ୍ୟାସ ସିଲିଣ୍ଡର ସହଜରେ ମିଳିପାରିବ । ସରକାର ୩ ବର୍ଷ ପୂର୍ବରୁ ଗ୍ୟାସ କନେକସନକୁ ବ୍ୟାଙ୍କ ସହ ଯୋଡିବାକୁ ଯୋଜନା ଆରମ୍ଭ କରିଥିଲେ । ଯାହାଦ୍ୱାରା ସବସିଡିର ଲାଭ ସିଧା ଲାଭାର୍ଥିଙ୍କ ମିଳିପାରିବ । ହେଲେ ୩ ବର୍ଷ ପରେ ବି ବହୁତ ସାରା ଲୋକ ନିଜର କେୱାଇସି ଅପଡେଟ କରିନାହାଁନ୍ତି ଏବଂ ଏହି ଲୋକ ଗ୍ୟାସ ସବସିଡିର ଲାଭ ବି ଉଠାଇ ପାରୁନାହାଁନ୍ତି । ଏହାଛଡା ଏଭଳି ଲୋକ ବି ସବସିଡିର ଫାଇଦା ନେଉଛନ୍ତି , ଯେଉଁମାନଙ୍କର ବାର୍ଷିକ ଇନକମ ୧୦ ଲକ୍ଷରୁ ବି ଅଧିକ ରହିଛି । ଯେଉଁ ଲୋକମାନେ କେୱାଇସି ଅପଡେଟ କରିନାହାଁନ୍ତି ସେମାନଙ୍କ ମଧ୍ୟରୁ ଅଧିକ ଦିଲ୍ଲୀ, ଉତରପ୍ରଦେଶ ଏବଂ ମହାରଷ୍ଟ୍ରର ଲୋକ ସାମିଲ । କେୱାଇସି ପାଇଁ ଆପଣ ଆଧାର, ଡ୍ରାଇଭିଂ ଲାଇସେନ୍ସ, ଲିଜ୍ ଏଜ୍ଞ୍ରିମେଂଟ, ଭୋଟର ଆଇଡି, ଟେଲିଫୋନ/ଇଲୋକ୍ଟ୍ରିସିଟି/ ଓାଟର ବିଲ୍, ପାସପୋର୍ଟ, ରାସନ କାର୍ଡ, ଫ୍ଲାଟ ଆଲର୍ଟମେଂଟ ଏବଂ ଏଲଆଇସି ପଲିସି କିମ୍ବା ବ୍ୟାଙ୍କ/କ୍ରେଡିଟ କାର୍ଡର ଷ୍ଟେଟମେଂଟ ଆଦି ଦେଇ


ଉଲ୍ଲେଖ ଥାଉ କି, ଲାଭାର୍ଥିଙ୍କୁ ସବସିଡି ଟଙ୍କା ସିଧା ବ୍ୟାଙ୍କ ଖାତାରେ ପଠାଇବା ପାଇଁ ୩ ବର୍ଷ ପୂର୍ବରୁ ଡିବିଟି (ଡାଏରେକ୍ଟ ବେନିଫିଟ ଡ୍ରାନ୍ସଫର ) ସ୍କିମ ଆରମ୍ଭ ହୋଇଥିଲା । ହେଲେ ଏବେବି ପାଖାପାଖି ୧କୋଟି ଉପଭୋକ୍ତା ନିଜର କେୱାଇସି ସବମିଟ କରିନାହାନ୍ତି । ଏଥିରେ ସବୁଠାରୁ ଅଧିକ ଦିଲ୍ଲୀ, ଉତରପ୍ରଦେଶ ଏବଂ ମହାରାଷ୍ଟ୍ରର ଗ୍ୟାସ ଉପଭୋକ୍ତା ରହିଛନ୍ତି । ବର୍ତ୍ତମାନ ସାରା ଦେଶରେ ପାଖାପାଖି ୨୫ କୋଟି ଏଲପିଜି କନେକସନ ଧାରକ ରହିଛନ୍ତି । ଏଥି ମଧ୍ୟରୁ ୨୨କୋଟି ୮୦ ଲକ୍ଷ କନଜ୍ୟୁମର ଗ୍ୟାସ ସବସିଡିର ଲାଭ ଉଠାଉଛନ୍ତି ।