ଚଳିତ ବର୍ଷ କର୍ମଚାରୀଙ୍କୁ ମିଳିବ ମୋଟ୍ ଏତିକିଟା ଛୁଟି, ଜାଣନ୍ତୁ କେଉଁ ମାସରେ ରହିଛି କେତୋଟି ଛୁଟି ?

781

ଚଳିତ ବର୍ଷ ତଥା ୨୦୧୯ରେ ସରକାରୀ ଚାକିରିଆଙ୍କ ପାଇଁ ବହୁତ ଭଲ ବର୍ଷ ଭାବେ ପ୍ରମାଣିତ ହୋଇପାରେ । କାହିକିଁ ନା ଚଳିତ ବର୍ଷ ସରକାରୀ କର୍ମଚାରୀମାନେ ଛୁଟିର ଦୁଇ ଗୁଣା ମଜା ନେଇପାରିବେ । ଏହି ବର୍ଷକ ମଧ୍ୟରେ ସେମାନଙ୍କୁ ୧୦୧ଟି ଛୁଟି ମିଳିବ । ଚଳିତ ବର୍ଷ ଚାରିଟି ବଡ ପର୍ବ ରବିବାର  ପଡୁଛି , ଏହା ବ୍ୟତୀତ ସ୍ୱାଧିନତା ଦିବସ ଏବଂ ରକ୍ଷା ବନ୍ଧନ ବି ଗୋଟିଏ ହିଁ ଦିନର ପଡୁଛି । ଏଥିପାଇଁ ଏହି ୫ରୁ ୬ଟି ଛୁଟିକୁ ବାଦ୍ ଦିଆଯିବ । ପୂରା ତଥା ବର୍ଷକ ଭିତରେ ଯେଉଁ ସବୁ ଛୁଟି ପଡୁଛି, ସେଥି ମଧ୍ୟରୁ ୫୨ଟି ରହିଛି ରବିବାର, ୨୪ଟି ଦ୍ୱିତୀୟ ଏବଂ ତୃତୀୟ ଶନିବାର, ୧୯ଟି ପୂର୍ବ, ୩ଟି ସ୍ଥାନୀୟ ଅବକାଶ ଏବଂ ୩ଟି ଇଚ୍ଛୁକ ତଥା ଇଚ୍ଛାଧିନ ଅବକାଶ ସାମିଲ ରହିଛି ।

ମାର୍ଚ୍ଚ-ଅକ୍ଟୋବରରେ ମିଳିବ ୧୦ଟି ଛୁଟି

ଚଳିତ ବର୍ଷ ୧୯ରୁ ୨୧ ଏପ୍ରିଲ ଏବଂ ୧୦ରୁ ୧୨ ଅଗଷ୍ଟକୁ ଲଗାତର ତିନୋଟି ଛୁଟି ମିଳିବ । ଏଭଳି ପ୍ରକାରରେ ଅଗଷ୍ଟରେ ବି ଗୋଟିଏ ଇଚ୍ଛାଧିନ ଏବଂ ଦୁଇଟି ଆକସ୍ମିକ ଛୁଟି ଯଦି ନିଆଯାଏ ତେବେ ୧୦ରୁ ୧୮ ଅଗଷ୍ଟ ସୁଦ୍ଧା ଲଗାତର ୯ ଦିନର ଛୁଟି ହୋଇପାରେ । ଏହି ଅବସରରେ ପରିବାର ଲୋକଙ୍କ ସହ ବାହାରକୁ କେଉଁ ଆଡେ ଯିବାର ପ୍ଲାନିଂ ବି ଆପଣ କରିପାରିବେ । ସେହିପରି ମାର୍ଚ୍ଚ ଏବଂ ଅକ୍ଟୋବରରେ ୧୦-୧୦ଟି ଛୁଟି ଆପଣଙ୍କୁ ମିଳିବ ।

ଏପ୍ରିଲ-ଅଗଷ୍ଟରେ ମିଳିବ ୯ଟି ଛୁଟି

ଏହାବ୍ୟତୀତ ଜୁଲାଇରେ ୬ଟି ଛୁଟି , ଏପ୍ରିଲ ଏବଂ ଅଗଷ୍ଟରେ ୯-୯ଟି ଛୁଟି ମିଳିବ । ସେହିପରି ଜୁନ-ସେପ୍ଟେମ୍ବର ଏବଂ ଡିସେମ୍ବରରେ ୮-୮ଟି ଛୁଟି ସହିତ ଜାନୁଆରୀ, ଫେବୃଆରୀ, ମଇ ଏବଂ ନଭେମ୍ବରରେ ୭-୭ଟି ଛୁଟି ମିଳିବ ।ତେବେ ଏପ୍ରିଲରୁ ମଇ ମାସ ମଧ୍ୟରେ ନିର୍ବାଚନ କାରଣରୁ କିଛିଟା ଛୁଟି ବି ରଦ୍ଦ ହୋଇପାରେ ।  ଏହା ସତ୍ୱେ ବି ବାକି ଦିନମାନଙ୍କରେ ଆପଣଙ୍କୁ ପର୍ଯ୍ୟାପ୍ତ ଅବକାଶ ମିଳିପାରେ ।

କେଉଁ କାରଣରୁ ମିଳିବ ଅଧିକ ଛୁଟି

ଅନେକ ସମୟରେ ରାଷ୍ଟ୍ରୀୟ ଏବଂ ପର୍ବପର୍ବାଣୀ ରବିବାର କିମ୍ବା ଅନ୍ୟ ଘୋଷିତ ଅବକାଶ ଦିନରେ ପଡିଯିବା କାରଣରୁ ଛୁଟି ସଂଖ୍ୟା କମି ଯାଇଥାଏ ।  କିନ୍ତୁ ଚଳିତ ବର୍ଷ ୱାର୍କିଂ ଡେରେ ପର୍ବପର୍ବାଣୀ ପଡି ଯିବା କାରଣରୁ  ଛୁଟି ସଂଖ୍ୟା ବୃଦ୍ଧି ପାଇଛି । ଏଥରକ କେବଳ ୧୪ ଏପ୍ରିଲରେ ଆମ୍ବେଦକର ଜୟନ୍ତୀ,୧୩ ଅକ୍ଟୋବରରେ ମହର୍ଷି ବାଲ୍ମୀକି ଜୟନ୍ତୀ, ୨୭ ଅକ୍ଟୋବରକୁ ଦୀପାବଳୀ ଏବଂ ୧୦ ନଭେମ୍ବରକୁ ପାଳନ କରାଯାଉଥିବା ଇଦ୍ ହିଁ ରବିବାର ଦିନରେ ପଡୁଛି । ଏହାଛଡା ୧୫ ଅଗଷ୍ଟ ଏବଂ ରକ୍ଷା ବନ୍ଧନ ବି ଗୋଟିଏ ଦିନରେ ହିଁ ପଡିଯିବା କାରଣରୁ ଗୋଟିଏ ଛୁଟି ବାତିଲ ହୋଇଛି ।  ତେବେ ଏସବୁ ତିଥୀଗୁଡିକରେ ଯଦି ପରିବର୍ତ୍ତନ ଥାଆନ୍ତା ତେବେ ଚଳିତ ବର୍ଷର ସରକାରୀ ଛୁଟିଗୁଡିକର ସଂଖ୍ୟା ଆହୁରୀ ବି ବୃଦ୍ଧି ପାଇପାରିଥାନ୍ତା ।