ମହଙ୍ଗା ହୋଇପାରେ ଇନକମିଂ କଲ ! ରିସିଭ୍ କରିବା ପାଇଁ ପ୍ରତିମାସ ଦେବାକୁ ହେବ ୭୫ ଟଙ୍କା

1,715

ଟେଲିକମ ଜଗତରେ ଶେଷ ହେବାକୁ ଯାଉଛି ଲଙ୍ଗ ଟର୍ମ ଭ୍ୟାଲିଡିଟିର ଯୁଗ । ଦିନ ଥିଲା କଂପାନୀମାନେ ଗ୍ରାହକଙ୍କୁ ନିଜ ନିଜ ନେଟୱର୍କରେ ଯୋଡି ରଖିବା ପାଇଁ ଲାଇଫ ଟାଇମ୍ ରିଚାର୍ଜ ପ୍ଲାନ ଭଳି ଅନେକ ଆକର୍ଷଣୀୟ ଅଫରମାନ ଭେଟି ଦେଉଥିଲେ । କିନ୍ତୁ ବର୍ତ୍ତମାନ ଆପଣଙ୍କ ମୋବାଇଲରେ ଯେତେ ଟଙ୍କା ବି ବାଲାନ୍ସ ରଖିଥାଉ ନା କାହିଁକି ନେଟୱର୍କ ସହ ଯୋଡି ରହିବା ପାଇଁ ହେଲେ ଅତି କମରେ ୩୫ ଟଙ୍କା ପ୍ରତିମାସ ରିଚାର୍ଜ କରିବାକୁ ବାଧ୍ୟ । ହେଲେ ଆଗାମୀ ଦିନମାନଙ୍କରେ ଆପଣଙ୍କୁ ଏଥିପାଇଁ ପ୍ରତିମାସ ଅତି କମରେ ୭୫ ଟଙ୍କା ରିଚାର୍ଜ କରିବାକୁ ପଡିବ ।

ଟେଲିକମ କଂପାନୀ ଭାରତୀ ଏୟାରଟେଲର ସିଏମଡି ସୁନୀଲ ଭାରତୀ ମିତଲଙ୍କ ଏନେଇ ସେଭଳି କୌଣସି ସ୍ପଷ୍ଟ ମତ ଦେଇନଥିଲେ ସୁଧା, ସେ ଇଙ୍ଗିତ ଦେଇଛନ୍ତି କି, ନ୍ୟୁନତମ ତଥା ସର୍ବନିମ୍ନ ରିଚାର୍ଜ ପ୍ଲାନକୁ ଆଗାମୀ ଦିନମାନଙ୍କରେ ୭୫ ଟଙ୍କାକୁ ବୃଦ୍ଧି କରାଯାଇପାରେ । ଉଲ୍ଲେଖ ଥାଉ କି, ନଭେମ୍ବରରେ କଂପାନୀ ତାର ସର୍ବନିମ୍ନ ରିଚାର୍ଜ ପ୍ଲାନ ୩୫ ଟଙ୍କା କରିଦେଇଥିଲା ।ପୂର୍ବରୁ ଭାରତୀ ଏୟାରଟେଲ ନଭେମ୍ବରରେ ନିଜର ସମସ୍ତ ପ୍ଲାନରେ ପରିବର୍ତନ ଆଣିଥିଲା । ଏହାପରେ ଭୋଡାଫୋନ, ଆଇଡିଆ ମଧ୍ୟ ନିଜ ନିଜ ଅଫର ପ୍ଲାନକୁ ବଦଳାଇ ଅତି କମରେ ୩୫ ଟଙ୍କା ପ୍ରତିମାସ ରିଚାର୍ଜ ପ୍ଲାନ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, କଂପାନୀମାନେ ସର୍ବନିମ୍ନ ଦରକୁ ଯଦି ବୃଦ୍ଧି କରନ୍ତି ତେବେ ଏହାପ୍ସିଧା ପ୍ରଭାବ ଉଭୟ ଡିଜିଟାଲ ଇଣ୍ଡିଆ ଏବଂ ଗ୍ରାମୀଣ କ୍ଷେତ୍ରମାନଙ୍କର ଲୋକଙ୍କର କନେକ୍ଟିଭିଟି ଉପରେ ହିଁ ପଡିବ । ଡିସେମ୍ବରରେ ଟେଲିକମ ରେଗ୍ୟୁଲେଟର ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)ତରଫରୁ ଟେଲିକମ କଂପାନୀମାନଙ୍କର ଏଭଳି ମନମୁଖୀ ନିଷ୍ପତିକୁ ନେଇ ନୋଟିସ ଜାରି କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରାଇ ପକ୍ଷରୁ କଂପାନୀମଗୁଡିକ ବିରୋଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।