କନକ ବ୍ୟୁରୋ : ବାଘ ଛାଲ ଚାଲାଣକାରୀ ଗିରଫ । ଏସଟିଏଫକୁ ମିଳିଲା ସଫଳତା । ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁରର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ବେପାରୀ ଖଗେଶ୍ୱର ପୁଟେଲଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ ଟି କଲରାପତରିଆ ବାଘ ଛାଲ ଓ ୩ ହରିଣ ଛାଲ ଜବତ ହୋଇଛି । ଖବର ପାଇ ଡିଲ୍ ବେଳେ ମାଡିବସିଥିଲା ଏସଟିଏଫ୍ । ବ୍ୟକ୍ତିଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେହିପରି ଏହି ଘଟଣାରେ ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି ।