SSC ରେ ଦଶମ ପାସଙ୍କ ପାଇଁ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି! ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

37

SSC Recruitment of Selection Posts (Phase-VI) 2018 କର୍ମଚାରୀ ଚୟନ ଆୟୋଗ (ଏସଏସସି)ତରଫରୁ ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ଏଥିପାଇଁ ୧୦ମ, ଦ୍ୱାଦଶ ଏବଂ ସ୍ନାତକ ଉତିର୍ଣ୍ଣ ଆଶାୟୀପ୍ରାର୍ଥୀ ୩୦ ସେପ୍ଟେମ୍ବର ସୁଦ୍ଧା ଅନଲାଇନ ମୋଡରେ ଆବେଦନ କରିପାରିବେ । ତେବେ ନିଯୁକ୍ତି ନେଇ ଚୟନ କମ୍ପ୍ୟୁଟରରେ ଲିଖିତ ପରୀକ୍ଷା ମାଧ୍ୟମରେ ହେବ , ଯେଉଁଥିରେ ଅବଜେକ୍ଟିଭ ପ୍ରଶ୍ନ ସାମିଲ ରହିଛି । ପ୍ରତ୍ୟେକ ଭୁଲ ଉତର ପାଇଁ ମାଇନସ ମାର୍କିଂ ହେବ । ଏସଂପର୍କିତ ଅଧିକ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ଆବେଦନ କରିବାର ଶେଷ ତାରିଖ

୫ ସେପ୍ଟେମ୍ବର ୨୦୧୮ରୁ ୩୦ ସେପ୍ଟମ୍ବର ୨୦୧୮ ପର୍ଯ୍ୟନ୍ତ

ପଦବୀ ସଂଖ୍ୟା

୧୧୩୬

ଶିକ୍ଷାଗତ ଯୋଗ୍ୟତା

୧୦ମ, ଦ୍ୱାଦଶ ଏବଂ ସ୍ନାତକ ପାସ ଆଶାୟୀପ୍ରାର୍ଥୀ ପଦବୀର ଆବଶ୍ୟକତା ଅନୁସାରେ ଆବେଦନ କରିପାରିବେ ।

କିପରି କରିବେ ଆବେଦନ

ଆଶାୟୀପ୍ରାର୍ଥୀ ୩୦ ସେପ୍ଟେମ୍ବର ୨୦୧୮ ସୁଦ୍ଧା କିମ୍ବା ଏହା ପୂର୍ବରୁ ଅନଲାଇନ ମୋଡ ଜରିଆରେ ଆବେଦନ କରିପାରିବେ । ଆଶାୟୀପ୍ରାର୍ଥୀ ଅନଲାଇନ ଆବେଦନ କରିବା ପରେ ଏହାର ଏକ ପ୍ରିଂଟ କପି ବାହାର କରି ନିଜ ପାଖରେ ରଖିବାକୁ ହେବ ।

ଆବେଦନ ଶୁଳ୍କ

କେବଳ ଏସବିଆଇ ଚାଲାଣ ଦ୍ୱାରା ପରୀକ୍ଷା ଶୁଳ୍କର ପେମେଂଟ କରିପାରିବେ । ସାଧାରଣ ଶ୍ରେଣୀର ଆଶାୟୀପ୍ରାର୍ଥିଙ୍କ ପାଇଁ ୧୦୦ ଟଙ୍କା ନିର୍ଧାରିତ କରାଯାଇଛି । ସେହିପରି ୩ ଅକ୍ଟୋବର ୨୦୧୮ ସୁଦ୍ଧା ଶୁଳ୍କ ଜମା କରିପାରିବେ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ପିଡବ୍ଲୁଡି ଏବଂ ମହିଳା ଆଶାୟୀପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ କୋହଳ କରାଯାଇଛି ।