କନକ ବ୍ୟୁରୋ : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତୃତ୍ୱରେ ଚାଲିଥିବା ସରକାର ଡାକିଥିବା ସ୍ୱତନ୍ତ୍ର ଅଧିବେଶନକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ସେ ସ୍ୱତନ୍ତ୍ର ଅଧିବେଶନରେ ୯ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

Advertisment

କହିରଖୁ କି ସୋନିଆ ଗାନ୍ଧୀ ଏହି ଚଠି ଲେଖିବା ଆଗରୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଙ୍ଗଳବାର ଦିନ କେନ୍ଦ୍ର ସରକାର ବିଶେଷ ଅଧିବେଶନର ଏଜେଣ୍ଡା କଣ ବୋଲି ତାହା ସାର୍ବଜନୀନ କରିବାକୁ ଦାବି କରିଥିଲେ । ବିରୋଧୀ ମେଣ୍ଟ କହିଛି କି ଯଦି ଏକ ଶୃଙ୍ଖଳିତ ଅଧିବେଶନ ସରକାର ଚାହୁଁଛନ୍ତି ତେବେ ବେରୋଜଗାରୀ ଓ ଦରବୃଦ୍ଧି ଉପରେ ସରକାର ସଂସଦରେ ଆଲୋଚନା କରନ୍ତୁ । ଏହାସହ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣ ପ୍ରସଙ୍ଗ ରହିବ ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ମଧ୍ୟ ।

କଂଗ୍ରେସ ନେତା ଜୟରାମ ରମେଶ ଏହି ଚିଠି ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ କହିଛନ୍ତି କି ସରକାର ନିଜ ମନଇଚ୍ଛାରେ ଏହି ବୈଠକ ଡାକିଛନ୍ତି । ବିଶେଷ ଅଧିବେଶନ ପୂର୍ବରୁ ସରକାର ବିରୋଧୀଦଳମାନଙ୍କ ସହ ଆଲୋଚନା କରିନାହାଁନ୍ତି । ତେଣୁ ଗତ ମୌସୁମୀ ଅଧିବେଶନରେ ବିରୋଧୀଦଳ ଯେଉଁ ପ୍ରସଙ୍ଗ ଉଠାଇଥିଲେ ସ୍ୱତନ୍ତ୍ର ଅଧିବେଶନରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବେ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।