ଏସବିଆଇର ସର୍ଭିସରେ ଖୁସି ନାହାଁନ୍ତି କି ? କରନ୍ତୁ ଗୋଟିଏ ଏସଏମଏସ, ହୋଇଯିବ ସମାଧାନ

64

ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର ଗ୍ରାହକମାନଙ୍କର ସୁବିଧା ପାଇଁ ସର୍ବଦା ଚେଷ୍ଟିତ । ଯେଉଁଥିପାଇଁ ଏସବିଆଇ ବ୍ୟାଙ୍କିଂ କାରବାରକୁ ଆହୁରି ସହଜ କରିବା ପାଇଁ ଅନେକଗୁଡିକ ଆପ ମଧ୍ୟ ଲଂଚ କରିବାରେ ଲାଗିଛି । ଯାହା ବିଷୟରେ ଆଜି ଆମେ ଆଲୋଚନା କରୁଛୁ । ଯଦି ଆପଣଙ୍କୁ କେବେ ଏସବିଆଇର ଖାତା କିମ୍ବା ସେବାକୁ ନେଇ କୌଣସି ସମସ୍ୟାର ସମାଧାନ ନମିଳେ କିମ୍ବା ବ୍ୟାଙ୍କର କୌଣସି ଅଧିକାରୀ ତଥା କର୍ମଚାରୀ ଆପଣଙ୍କର ସମସ୍ୟାର ସମାଧାନ ନ କରନ୍ତି ତେବେ ଆପଣ କେବଳ ଗୋଟିଏ ଏସଏମଏସ କରି ଆପଣଙ୍କ ସବୁ ସମସ୍ୟାର ସମାଧାନ କରିପାରିବେ ।

ନିକଟରେ ଏସବିଆଇ ପୁଣି ଏକ ନୂଆ ସର୍ଭିସ ଆରମ୍ଭ କରିଛି । ଯେଉଁଥିରେ ଗ୍ରାହକଙ୍କର ବ୍ୟାଙ୍କିଂ କାରବାର ଜନିତ କୌଣସି ବି ସମସ୍ୟାକୁ କେବଳ ଗୋଟିଏ ଏସଏମଏସ ଜରିଆରେ ସମାଧାନ କରିପାରିବେ । ତେଣୁ ଯେତେବେଳେ ବି ଆପଣ ଏସବିଆଇର କୌଣସି ବି ସେବାରେ ଖୁସି ହୁଅନ୍ତି କିମ୍ବା ଆପଣଙ୍କୁ ସେଭଳି କୌଣସି ସନ୍ତୋଷଜନକ ସମାଧାନ ନମିଳୁଛି ତେବେ ଆପଣ କେବଳ ୮୦୦୮୨୦୨୦୨୦ ନମ୍ବରରେ ‘ଅନହାପି’ ଲେଖି ପଠାଇ ନିଜ ସମସ୍ୟାର ସମାଧାନ ପାଇପାରିବେ । ଯାହାଦ୍ୱାରା ଆପଣଙ୍କୁ ଆଉ କଷ୍ଟମର କେୟାର ସହ ଘଂଟା ଘଂଟା ଧରି ଗପିବାକୁ ପଡିବ ନାହିଁ । ଖାଲି ସେତିକି ନୁହେଁ, ଏହି ଆପ ଜରିଆରେ ଆପଣଙ୍କୁ ସନ୍ତୋଷଜନ ସମାଧାନ ହାସଲ କରିବାର ଅନ୍ୟ ଏକ ସୁଯୋଗ ବି ମିଳିବ । ଏହାବ୍ୟତୀତ ଏସବିଆଇ ‘ନୋ କ୍ୟୁ ଆପ’ ନାମକ ଏକ ସେବା ବି ଜାରି କରିଛି । ଯଦି ଏହି ଆପଣଙ୍କ ମୋବାଇଲରେ ରହିଥିବ ତେବେ ଆପାଣଙ୍କୁ ବ୍ୟାଙ୍କରେ କୌଣସି ଲାଇନରେ ଠିଆ ହେବାକୁ ପଡିବ ନାହିଁ ।

ଏହି ଆପ ଜରିଆରେ ଆପଣ କୌଣସି ବି ଏସବିଆଇର ଶାଖାରୁ ଭର୍ଚୁଆଲ କୁପନ ବି ପାଇପାରିବେ । ଏହି ସର୍ଭିସ କେବଳ ଏସବିଆଇ ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରତ୍ୟେକଟି ବ୍ୟକ୍ତିଙ୍କ ପାଇଁ ରହିଛି ଯେଉଁମାନେ କି କୌଣସି ବି କାରଣରୁ ଏସବିଆଇ ବ୍ରାଂଚକୁ ଯିବାକୁ ଚାହୁଁଛନ୍ତି । ହେଲେ ଏଥିପାଇଁ ଆପଣଙ୍କ ମୋବାଇଲରେ ଏହି ଆପ ରହିବା ଆବଶ୍ୟକ । ଏହି ଆପ ଜରିଆରେ ଆପଣ ଥରକରେ ସର୍ବାଧିକ ୫ଟାସ୍କ ପାଇଁ ଭର୍ଚୁଆଲ କୁପନ ବୁକ କରି ପାରିବେ । ତେବେ ଏହି ଆପ ଉଭୟ ଆଣ୍ଡ୍ରଏଡ ଏବଂ ଆଇଫୋନ ରେ ବ୍ୟବହାର କରିପାରିବେ ।