ଏହି ଯୋଜନାରେ ଆପଣଙ୍କୁ ମିଳିବ ମାଗଣାରେ ଗ୍ୟାସ୍ ସିଲିଣ୍ଡର : ଯୋଜନାର ଲାଭ ପାଇବାକୁ ୩୦ ସେପ୍ଟେମ୍ବର ମଧ୍ୟରେ କରନ୍ତୁ ଆବେଦନ

9,248

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସରକାର ଆପଣଙ୍କୁ ମାଗଣାରେ ଦେବେ ଗ୍ୟାସ ସିଲିଣ୍ଡର । ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ ୩୦ ସେପ୍ଟେମ୍ବର ମଧ୍ୟରେ କରିବାକୁ ପଡିବ ଆବେଦନ । କରୋନା ମହାମାରୀ ପାଇଁ ଏହି ସ୍କିମ୍ ଏପ୍ରିଲରୁ ସେପ୍ଟେମ୍ବର ମାସଯାଏ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଓଜ୍ୱଳା ଯୋଜନାର ଲକ୍ଷ ହେଉଛି ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ ସିଲଣ୍ଡର କନେକସନ ଦେବା ପାଇଁ । ମାତ୍ର ଏହି ଯୋଜନା ୩୦ ସେପ୍ଟେମ୍ବର ୨୦୨୦ ରେ ଶେଷ ହେବାକୁ ଯାଉଛି । ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଏହି ଯୋଜନାର ଲାଭ ପାଇବାକୁ କଣ କରିବାକୁ ପଡିବ ।

ଉଜ୍ଜ୍ୱଳା ଯୋଜନା ପାଇଁ ରେଜିଷ୍ଟ୍ରେସନ କରିବା ଅତି ସହଜ । ଏହି ଯୋଜନାରେ ଗ୍ୟାସ କନେକସନ୍ ନେବା ପାଇଁ ବିପିଏଲ ପରିବାରର ଯେକେଯଣସି ମହିଳା ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ pmujjwalayojana.com ସାଇଟକୁ ଯିବାକୁ ପଡିବ । ଜାଣନ୍ତୁ କିଭଳି କରିବେ ଆବେଦନ ?

  • ପ୍ରଥମେ ଆପଣ ଏହି ୱେବସାଇଟ୍ କୁ ଯାଆନ୍ତୁ ।
  • ୱେବସାଇଟ ଖୋଲିବା ପରେ ଆପଣଙ୍କ ସାମ୍ନାରେ ଏକ ହୋମପେଜ୍ ଦେଖାଯିବ ।
  • ଏହି ପେଜରେ ଆପଣ ଡାଉନଲୋଡ୍ ଫର୍ମରେ ଆପଣଙ୍କ ଡିଟେଲସ୍ ଦିଅନ୍ତୁ ।
  • ଏହାପରେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଓଜ୍ୱଳା ଯୋଜନା ଫର୍ମ ପୁରଣ କରନ୍ତୁ ।
  • ଏହାପରେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିଯିବ ଯାହାକୁ ଆପଣଙ୍କୁ ଡାଉନଲୋଡ କରିବାକୁ ପଡିବ ।

ଫର୍ମ ଡାଉନଲୋକ କରିବା ପରେ ଆପଣଙ୍କୁ ଫର୍ମରେ ସବୁ ବିବରଣୀ ଦେବେ । ଯେମିତି କି ଆବେଦନକାରୀଙ୍କ ନାମ, ତାରିଖ, ସ୍ଥାନ ଇତ୍ୟାଦି ।

ଏହି ଫର୍ମକୁ ଆପଣ ଆପଣଙ୍କ ନିକଟସ୍ଥ ଏଲପିଜି କେନ୍ଦ୍ରରେ ଜମା କରିବାକୁ ପଡିବ । ଏବେ ଆପଣଙ୍କୁ ମିଳିଯିବ ଏଲପିଜି କନେକସନ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଓଜ୍ୱଳା ସହାୟତାରେ ବିପିଏଲ ପରିବାର ମାନଙ୍କୁ ରୋଷେଇଗ୍ୟାସ କନେକସନ ମାଗଣାରେ ଯୋଗାଉଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏହି ଯୋଜନାକୁ ଚଳାଉଛନ୍ତି । ୨୦୧୧ ଜନଗଣନାରେ ଯେଉଁ ବିପିଏଲ ପରିବାର ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଉଜ୍ଜ୍ୱଳା ସ୍କିମର ଲାଭ ମିଳିବ । ବର୍ତମାନ ଯାଏ ୮ କୋଟି ବିପିଏଲ ପରିବାର ଏହି ଯୋଜନାରେ ଲାଭ ପାଇଛନ୍ତି । ଏହି ଯୋଜନା ୨୦୧୬ ରୁ ଲାଗୁ ହୋଇଛି ।