ଟ୍ୟୁମର ଅପରେସନ ପାଇଁ ପାଖରେ ନାହିଁ ଟଙ୍କା । ପଇସା ମିଳିଲେ ହାତ ଫେରି ପାଇବେ ଯୁବତୀ । ସୋସିଆଲ ମିଡିଆରେ କାନ୍ଦି କାନ୍ଦି ଗୁହାରୀ କଲେ ପୂରା ପରିବାର । କୁନିଙ୍କ କରୁଣ କାହାଣୀ ଶୁଣି ସାହାଯ୍ୟ କରୁ ସାରା ଓଡିଶା…

437

କନକ ବ୍ୟୁରୋ: ଏ ଗୁହାରୀ ଯନ୍ତ୍ରଣାର, ଏ ନିବେଦନ ନୀରିହ ଗରିବ ଯୁବତୀର… ହାତର କଷ୍ଟ ଯେତେବେଳେ ଅସହୟ ହେଉଛି, ସେତେବେଳେ ଆଖିରୁ ନିଗିଡି ପଡୁଛି ଅସହାୟତାର ଲୁହ । ଆଉ ଯମ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ହାତଯୋଡି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଏ ଯୁବତୀ ଜଣଙ୍କ । କାଳେ ସରକାର କିମ୍ବା କେଉଁ ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବେ ଆଉ ତାଙ୍କ ହାତ ଭଲ କରିଦେବେ…

ପୁରୀ ଜିଲ୍ଲା ସଦର ବ୍ଲକ ବାଲିପଡା ଗାଁର କୁନି ପଣ୍ଡା । ବୟସ ମାତ୍ର ୨୪ ବର୍ଷ । ବାପ ଛେଉଣ୍ଡ ଥିବାରୁ ଘରେ ବିଧବା ମାଆ ଓ ସାନଭାଇଙ୍କୁ ନେଇ ଦୁଃଖରେ ପରିବାର ଚଳୁଛି । ଏପଟେ କୁନିଙ୍କ ହାତର ଟ୍ୟୁମର ଦିନକୁ ଦିନ ଅସମ୍ଭବ ଭାବେ ବଢିବାରେ ଲାଗିଛି । ଭାଇ ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଥିରେ ପରୀକ୍ଷା ନିରୀକ୍ଷାରେ ସରିଗଲାଣି । ଏବେ ବଡ ଅପରେସନ ନକଲେ ହାତ କାଟିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି ।

ତେବେ ହାତ ଅପରେସନ ପାଇଁ କୁନିଙ୍କ ଏ ହୃଦୟଥରା ଗୁହାରୀ ଶୁଣି ଓଡିଶାର ସୁନାପୁଅ ସବ୍ୟସାଚୀ ମଧ୍ୟ ଭିଡିଓ ସେୟାର କରି ତାଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି । ଆଉ କୁନିଙ୍କ ସହ ସମସ୍ତେ ଅଛନ୍ତି ବୋଲି ଲେଖିଛନ୍ତି । ଖାଲି ସବ୍ୟ ନୁହଁନ୍ତି ଅନେକ ଲୋକ ମଧ୍ୟ ସୋସିଆଲ ମିଡିଆରେ କୁନିଙ୍କ ଏହି ଭିଡିଓ ସେୟାର କରି ସାହାଯ୍ୟ କରିବାକୁ ଅନୁରୋଧ କରୁଛନ୍ତି । ତେବେ ଶୁଣନ୍ତୁ ଚିକିତ୍ସା ପାଇଁ ଏ ଭଉଣୀଙ୍କ ନେହୁରା ।
ତେବେ ଅପରେସନ ପାଇଁ ଅର୍ଥ ବାଧକ ସାଜିଥିବା ବେଳେ କୁନିଙ୍କ ଏ କରୁଣ କାହାଣୀ ଶୁଣିବା ପରେ ଯଦି ଆପଣ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ସାନ ଭାଇଙ୍କ ଆକାଉଣ୍ଟ ନମ୍ବର-
ବାବୁନା ପଣ୍ଡା
State Bank Of India
A/C- 38306192717
IFSC- SBIN0000158
ଅସହାୟ କୁନିଙ୍କୁ ଆପଣଙ୍କ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ ଆଉ ତାଙ୍କ ମୁହଁରେ ହସ ଫୁଟାନ୍ତୁ । କାରଣ ଆପଣଙ୍କ ଛୋଟିଆ ଦାନ ହିଁ ତାଙ୍କୁ ନୂଆ ଜୀବନ ଦେବ ।

Comments are closed.