ଯଦି ଆପଣ ପାନ କାର୍ଡ ତିଆରି କରି ନାହାଁନ୍ତି ଏବଂ ଆପଣଙ୍କର ଇନକମ ଟାକ୍ସ ସ୍ଲେଭରେ ରହିଛି ତେବେ ପାନ କାର୍ଡ କରିବା ନିତ୍ୟାନ୍ତ ଆବଶ୍ୟକ । କାହିଁକି ନା, ଇନକମ ଟାକ୍ସ ରିଟର୍ଣ୍ଣ ଭରିବାର ଅନ୍ତିମ ତାରିଖ ଏବେ ପାଖେଇ ଆସୁଛି । ଏବଂ ବିନା ପାନ କାର୍ଡରେ ଆପଣ ଆପଣଙ୍କର ରିଟର୍ଣ୍ଣ ଭରିପାରିବେ ନାହିଁ । ଖାଲି ଆୟକର ପୈଠ ସମୟରେ ନୁହେଁ ବରଂ ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଚାକିରିରେ ନିଯୁକ୍ତି ପାଇଁ ବି ପାନର ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ଗୁରୁତ୍ୱପୂର୍ଣ୍ଣ ତଥା ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କୁ ପାନକାର୍ଡ ତିଆରି କରିବା ସମୟରେ ନିଶ୍ଚୟ ରୂପେ ଧ୍ୟାନ ରଖିବା ଉଚିତ ।
Kanak News is now on WhatsApp
Join and get latest news updates delivered to you via WhatsApp
କଣ କରିବା ଉଚିତ
• ପାନ ଫର୍ମରେ ଓଭରରାଇଟିଂ କିମ୍ବା ସଂଶୋଧନ ଆଦୌ କରନ୍ତୁ ନାହିଁ ।
• ଫର୍ମରେ ଫଟୋକୁ ପିନ କିମ୍ବା ଷ୍ଟାପଲ କରନ୍ତୁ ନାହିଁ । ସବୁବେଳେ ଅଠାର ବ୍ୟବହାର କରନ୍ତୁ ।
• ଯେତେବେଳେ ଆପଣ ହସ୍ତାକ୍ଷର କରୁଛନ୍ତି ସେତେବେଳେ ଆପଣ ଏଥିରେ ଦିଆଯାଇଥିବା ବକ୍ସର ବାହାରକୁ ଯାଆନ୍ତୁ ନାହିଁ ।
• ପରିଚୟ ଏବଂ ଠିକଣାରେ ଏଭଳି କୌଣସି ବି ତଥ୍ୟ ଦିଅନ୍ତୁ ନାହିଁ ଯାହା ଆପଣଙ୍କ ନାଁରେ ନାହିଁ ।
• ସେହିପରି ହସ୍ତାକ୍ଷର ବକ୍ସରେ ନିଜର ହସ୍ତାକ୍ଷର ଛଡା ଅନ୍ୟ କୌଣସି ବିବରଣୀ ତଥା ତାରିଖ, ଠିକଣା ଆଦି ଦିଅନ୍ତୁ ନାହିଁ ।
• ଉଭୟ ବାପା ଏବଂ ସ୍ୱାମୀଙ୍କର ନାଁ ସଠିକ୍ ଭାବେ ଲେଖନ୍ତୁ ।
• ନିଜର ନାଁକୁ ସକ୍ଷିପ୍ତ କରି ଲେଖନ୍ତୁ ନାହିଁ ।
• ଯଦି ଆପଣଙ୍କ ନିକଟରେ ଗୋଟିଏ ପାନ କାର୍ଡ ରହିଛି ତେବେ ଆଉ ଗୋଟିଏ ପାଇଁ ଆବେଦନ କରନ୍ତୁ ନାହିଁ ।
କଣ କରିବା ଉଚିତ
• ପାନର ଆବଂଟନ ପାଇଁ ଆବେଦନ କରିବା ପାଇଁ ଫର୍ମ ୪୯ଏ କିମ୍ବା ୪୯ଏଶର ବ୍ୟବହାର କରନ୍ତୁ ।
• ଆବେଦନ ବଡ ଅକ୍ଷରରେ ଇଂରାଜୀରେ ପୁରଣ କରନ୍ତୁ ।
• ଏଥିପାଇଁ ଦେଇଥିବା ଫଟୋର ସାଇଜ୍ (3.5×2.5cm) ରହିଥିବା ଦରକାର ।
• ହସ୍ତାକ୍ଷର ସବୁବେଳେ ଦିଆଯାଇଥିବା ବକ୍ସ ଭିତରେ ହିଁ କରନ୍ତୁ । ସେହିପରି ଯଦି ଟିପ ଚିହ୍ନ ଦେଉଛନ୍ତି ତେବେ କୌଣସି ଅଧିକାରୀଙ୍କ ସହାୟତା ନିଅନ୍ତୁ ।
ଧ୍ୟାନ ରଖିବେ କି, ନିୟମ ୧୪୪ (୪) ଅନୁସାରେ ନିଜର ପରିଚୟ, ଠିକଣା ଏବଂ ଜନ୍ମତାରିଖର ସଂଖ୍ୟା ଦାଖଲ କରିବାକୁ ପଡିବ । ତେବେ ନିଜର ପରିଚୟ ଏବଂ ଠିକଣା ଠିକ୍ ରୂପେ ଦିଅନ୍ତୁ ଯାହା ଆପଣ ଦେଇଥିବା ତଥ୍ୟ ସହ ତାଳମେଳ ଖାଉଥିବ । ଏଥିସହିତ ଆବେଦନ ପତ୍ରରେ ନିଜର ମୋବାଇଲ ନମ୍ବର କିମ୍ବା ଇ-ମେଲ ଆଇଡି ନିଶ୍ଚୟ ଦିଅନ୍ତୁ ।