ଜିଓ ସିମ ବ୍ୟବହାର କରୁଛନ୍ତି କି ? ତେବେ ତୁରନ୍ତ ନୋଟ୍ କରନ୍ତୁ ୭ଟି କଥା, ଦୁଇଗୁଣା ବଢିଯିବ ଆପଣଙ୍କର ଡାଟା

51

ଯଦି ଆପଣ ଜିଓ ୪ଜି ସିମ କିଣିଛନ୍ତି ବା ବ୍ୟବହାର କରୁଛନ୍ତି ତେବେ ସର୍ବପ୍ରଥମେ ଆମେ ନିମ୍ନରେ ଆଲୋଚନା କରିଥିବା ୭ଟି ତରିକାକୁ ନୋଟ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା . . .

• ରିଲାଏନ୍ସ ଜିଓ ସିମରେ ୪ଜି ଇଂଟରନେଟ୍ ସ୍ପିଡ ଉପଲବ୍ଧ । ଅର୍ଥାତ୍ ସ୍ମାର୍ଟଫୋନର ସଫ୍ଟଓୟାର କିମ୍ବା ଅପରେଟିଂ ସିଷ୍ଟମକୁ ମାଗଣାରେ ଅପଗ୍ରେଡ କରାଯାଇପାରେ ।

• ସଫ୍ଟଓୟାର କିମ୍ବା ଅପରେଟିଂ ସିଷ୍ଟମ ସହିତ ଆପଗୁଡିକୁ ବି ଅପଡେଟ୍ କରିଦିଅନ୍ତୁ । କାରଣ, ଫେସବୁକ, ହ୍ୱାଟସଆପ, ଗୁଗଲ, ମେସେଂଜର ଭଳି ଅନେକ ଆପଗୁଡିକରେ ଅପଡେସନ ପରେ ଅନେକ ନୂଆ ନୂଆ ଫିଚର ଯୋଡିହୋଇ ଯାଇଥାଏ ।

• ଯେଉଁ ୟୁଜର୍ସ ଭିଡିଓ, ଗୀତ କିମ୍ବା ଅନ୍ୟ କୌଣସି ଫାଇଲକୁ ଡାଉନଲୋଡ କରୁଛନ୍ତି ଏଥିପାଇଁ ସେମାନଙ୍କୁ ଡାଟା ଖର୍ଚ୍ଚ କରିବାକୁ ପଡିଥାଏ । ଏଭଳି ପରିସ୍ଥ୍ିତିରେ ଜିଓ ସିମର ୪ଜି ସ୍ପିଡରୁ ଏଗୁଡିକୁ ସହଜରେ ଡାଉନଲୋଡ କରାଯାଇ ପାରିବ ।

• ପ୍ଲେ ଷ୍ଟୋରରେ ଅନେକ ଖେଳ ୧ଜିବି କିମ୍ବା ଏହାଠାରୁ ଅଧିକ ସାଇଜର ଉପଲବ୍ଧ ଥାଏ । ଏଭଳି ପରିସ୍ଥିତିରେ ଜିଓ ସିମର ୪୦ି ସ୍ପିଡରୁ ଏଗୁଡିକୁ ମାଗଣା ଏବଂ ତୁରନ୍ତ ଡାଉନଲୋଡ କରାଯାଇହେବ ।

• ସ୍ମାର୍ଟଫୋନରୁ ଷ୍ଟୋରେଜର ସମସ୍ୟା ରହିଥାଏ । ତେଣୁ ନିଜର ଫଟୋ, ଭିଡିଓକୁ କ୍ଲାଉଡ ଷ୍ଟୋରେଜରେ ସେଭ ରଖନ୍ତୁ । ଆପଣ ଏଠାରୁ କୌଣସି ବି ସମୟରେ ଡାଟା ଅତି ସହଜରେ ରିକଭରି କରିପାରିବେ ।

• ଜିଓ ସିମର ୪ଜି ସ୍ପିଡ ଜରିଆରେ ଆପଣ ଆପଣଙ୍କର ଲାପଟପ, କମ୍ପ୍ୟୁଟର, କିମ୍ବା ଟାବଲେଟର ସଫ୍ଟଓୟାରକୁ ମାଗଣାରେ ଅପଗ୍ରେଡ କରିପାରିବେ ।

• ଆପଣ ଯଦି କୌଣସି ଟିଭି ସିରିଆଲର କିଛି ଏପିସୋଡ ମିସ କରିଦେଇଛନ୍ତି ତେବେ ଚ୍ୟାନେଲର ୱେବସାଇଟ କିମ୍ବା ୟୁଟ୍ୟୁବରେ ଏହାକୁ ଦେଖି ପାରିବେ । ୪ଜି ସ୍ପିଡ ରହିଛି ତେବେ ବଫରିଂ ଭଳି ସମସ୍ୟା ବି ରହିବ ନାହିଁ ।