ରେଳଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ଅନଲାଇନ ଟିକେଟ୍ ଉପରେ ଲାଗିଲା ରୋକ୍, ୱେବସାଇଟରେ ହୋଇପାରିବନି ଟିକେଟ୍ ବୁକିଂ କି କ୍ୟାନସେଲ୍ ?

୧୩ ନଭେମ୍ବର ଯାଏଁ ମିଳିବନି ପ୍ଲାର୍ଟଫର୍ମ ଟିକେଟ୍

122

ସୂଚନା ମୁତାବକ, ଆଜି ମଧ୍ୟରାତ୍ରରେ ରେଳ ଯାତ୍ରୀମାନେ ନା ଆରକ୍ଷିତ ଟିକେଟ୍ ବୁକ କରିପାରିବେ ଏବଂ ନା ହିଁ ଟ୍ରେନରୁ ସମ୍ବନ୍ଧିତ କୌଣସି ପ୍ରକାରର ସୂଚନା ପାଇପାରିବେ । ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରେଗ୍ୟୁଲାର ମେଂଟେନାନ୍ସ କାରଣରୁ ୯ ନଭେମ୍ବର ତଥା ଆଜି ରାତି ୧୧ଟା ୪୫ ରୁ ଆଗାମୀ ଦେଢ ଘଂଟା କାଳ ଯାତ୍ରୀ ଆରକ୍ଷଣ ପ୍ରଣାଳୀ (ପିଆରଏସ) ବନ୍ଦ ରହିବ ।


ଯାହାଦ୍ୱାରା ଏହି ସମୟରେ ଯାତ୍ରୀମାନେ ନା ତ ରେଲୱେ ଆରକ୍ଷଣ କେନ୍ଦ୍ର ଉପରେ ଟିକେଟ ଆରକ୍ଷିତ କରିପାରିବେ ଏବଂ ନା ହିଁ ଅନଲାଇନ୍ ଆରକ୍ଷଣ କରିପାରିବେ । ତେବେ ପିଆରଏସ ସହ ଜଡିତ ପଚରାଉଚରା କାମ ବି ବନ୍ଦ ରହିବ । ଏଥିପାଇଁ ଯାତ୍ରୀମାନଙ୍କୁ ଟେଲିଫୋନ ନମ୍ବର ୧୩୯ରେ ବି କୌଣସି ପ୍ରକାରର କୌଣସି ବି ସୂଚାନା ମିଳିପାରିବ ନାହିଁ ।

ଉଲ୍ଲେଖ ଥାଉ କି,ରେଳ ମନ୍ତ୍ରାଳୟ ତରଫରୁ ପ୍ଲାର୍ଟଫର୍ମରେ ବୃଦ୍ଧି ପାଉଥିବା ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀର କିଛି ଷ୍ଟେସନରେ ପ୍ଲାର୍ଟଫର୍ମ ଟିକେଟ ବିକ୍ରି ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ଏବେ ଆପଣ ଯଦି କାହାକୁ ଛାଡିବାକୁ ରେଳ ଷ୍ଟେସନ ଯାଉଛନ୍ତି , ତେବେ ଆପଣଙ୍କୁ ଷ୍ଟେସନ ବାହାରରୁ ହିଁ ଫେରିବାକୁ ପଡିବ । କାହିଁକି ନା ଏବେ ପ୍ଲାର୍ଟଫର୍ମ ଟିକେଟ ମିଳିବ ନାହିଁ । ଭାରତୀୟ ରେଲେଓ ଭିଡ ଆଶଙ୍କକୁ ନଜରରେ ରଖି ପ୍ଲାର୍ଟଫର୍ମ ଟିକେଟ୍ ବିକ୍ରି ଦିଲ୍ଲୀର କିଛି ଷ୍ଟେସନରେ ବନ୍ଦ ଦିଆଯାଇଛି  । ୩ ନଭେମ୍ବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ କିଛି ଷ୍ଟେସନରେ ମିଳିବ ନାହିଁ । ଖାଲି ଏତିକି ନୁହେଁ ଏଥି ସହିତ ହିଁ ଏହିସବୁ ଷ୍ଟେସନମାନଙ୍କରେ ପାର୍ସଲ ବୁକିଂକୁ ବି ୧୩ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖିଛି ।

ମିଳିଥିବା ସୂଚନା ମୁତାବକ, ଯଦିଓ ରେଳ ମନ୍ତ୍ରାଳୟ କିଛି ବିଶେଷ ପରିସ୍ଥିତିରେ ପ୍ଲାର୍ଟଫର୍ମ ଟିକେଟ ଜାରି କରିବାକୁ ବି ନିଷ୍ପତି ନେଇଛି । ଏହା ଆଧାରରେ ଯଦି ଆପଣ କୌଣସି ବୃଦ୍ଧ ତଥା ବରିଷ୍ଠ କିମ୍ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଛାଡିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ପ୍ଲାର୍ଟଫର୍ମ ଟିକେଟ ଦିଆଯିବ ।