ଗୁମର ଖୋଲିଲେ ରଘୁରାମ ରାଜନ ! ମୋଦିଙ୍କ ଐତିହାସିକ ନିଷ୍ପତ୍ତି ଉପରେ ଆରମ୍ଭରୁ ହିଁ ଲଗାଇଥିଲେ ଅଙ୍କୁଶ

75

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତ୍ତିକୁ ଇତି ମଧ୍ୟରେ ୧୦ ମାସ ବିତିଯାଇଛି । ହେଲେ ଏହାପରେ ବି ଦେଶରେ ସାଧାରଣ ଜନତାଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନି । ଏବଂ ଏଭଳି ପରିସ୍ଥିତିରେ ବିଭିନ୍ନ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଲା ଭଳି ରହିଛି ।

ଏପରି କହିବାର ତାତ୍ପର୍ଯ୍ୟ ଏହିକି ଯେ, ନିକଟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ରଘୁରାମ ରାଜନଙ୍କ ପୁସ୍ତକରେ ଦେଶରେ ହୋଇଥିବା ନୋଟବନ୍ଦୀକୁ ନେଇ ଏକ ବଡ ଖୁଲାସା କରାଯାଇଛି । ଯେଉଁଥିରେ ଖୋଦ୍ ଆଇବିଆଇର ପୂର୍ବତନ ଗଭର୍ଣ୍ଣର ତଥା ରଘୁରାମ ରାଜନ ଉଲ୍ଲେଖ କରିିଛନ୍ତି କି, ବିମୁଦ୍ରାକରଣ କାରଣରୁ ଦେଶବାସୀଙ୍କୁ ଯେଉଁ କ୍ଷତି ସହିବାକୁ ପଡୁଛି । ସେ ସଂପର୍କରେ ମୁଁ ପୂର୍ବରୁ ହିଁ ସରକାରଙ୍କୁ ଅବଗତ କରାଇଥିଲି ବୋଲି । ତେବେ ରଘୁରାଜନଙ୍କ ଏହି ଦୁଇ ଲାଇନ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ରଘୁରାମ ରାଜନ ବିମୁଦ୍ରାକରଣ ନେଇ ଭବିଷ୍ୟତରେ ଉପୁଜିବାକୁ ଯାଉଥିବା ବ୍ୟାପକ କ୍ଷୟକ୍ଷତି ସଂପର୍କରେ ପ୍ରଥମରୁ ହିଁ ସରକାରଙ୍କୁ ସତର୍କ କରିଦେଇଥିଲେ । ଏଥିସହିତ ବିମୁଦ୍ରାକରଣ ବ୍ୟତୀତ ଏହାର ଅନ୍ୟ ଉପାୟ ସଂପର୍କରେ ବି ସୂଚିତ କରିଥିଲେ । ତେବେ ଏସମସ୍ତ ତଥ୍ୟ ରଘୁରାମ ରାଜନଙ୍କ ପୁସ୍ତକ ‘ଆଇ ଡୁ ହ୍ୱାଟ ଆଇ ଡୁ’ରେ ଉଲ୍ଲେଖ କରାଯାଇଛି ।

ରଘୁରାମ ରାଜନଙ୍କର ଏହି ପୁସ୍ତକରେ ଉଲ୍ଲେଖ ରହିଛି କି, ଗତବର୍ଷ ଫେବୃଆରୀରେ ତାଙ୍କଠାରୁ ମୋଦି ସରକାର ବିମୁଦ୍ରାକରଣ ଉପରେ ନିଜର ରାୟ ମାଗିଥିଲେ । ଆଉ ଯାହାର ଜବାବ ମୌଖିକ ଭାବେ ସେ ଦେଇଥିଲେ । ରଧୁରାମ ରାଜନଙ୍କ ଅନୁସାରେ, ସେ ସରକାରଙ୍କୁ କହିଥିଲେ କି ଯଦିଓ ବିମୁଦ୍ରାକରଣର ଫାଇଦା ଲମ୍ବା ସମୟ ପାଇଁ ହୋଇପାରେ ମାତ୍ର ଏହାର ଆରମ୍ଭରେ ଜନତାଙ୍କୁ ବହୁତ ବଡ କ୍ଷତି ସହିବାକୁ ପଡିବ । ଆଉ ଏହି କ୍ଷତି ଏତେ ଅଧିକ ହୋଇପାରେ କି ଭବିଷ୍ୟତରେ ଏହାଦ୍ୱାରା ହେବାକୁ ଥିବା ଲାଭ ଉପରେ ଖୁବ୍ ଭାରି ପଡିପାରେ । ଏହାଦ୍ୱାରା ସେ କଳାଧନ ଉପରେ ଲଗାମ ଲଗାଇବା ପାଇଁ ବିମୁଦ୍ରାକରଣ ବ୍ୟତୀତ ଅନ୍ୟ ଉପାୟ ସଂପର୍କରେ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ଏହି ପୁସ୍ତକରେ ଆହୁରୀ ମଧ୍ୟ ଦର୍ଶାଯାଇଛି କି, ରିଜର୍ଭ ବ୍ୟାଙ୍କ ବିମୁଦ୍ରାକରଣକୁ ନେଇ କରିଥିବା ପ୍ରସ୍ତୁତିର ଆରମ୍ଭ ହିଁ ଏହାର କ୍ଷତି ସଂପର୍କରେ ସରକାରଙ୍କୁ ଅବଗତ କରିଦେଇଥିଲା ଏବଂ ପରେ ସରକାର ବି ସମସ୍ତ ତର୍କ ବିତର୍କକୁ ଦୃଷ୍ଟିରେ ରଖିବା ପରେ ଏକ ସମିତି ଗଠନ କରିଥିଲେ । ଏହି ସମିତିର ପ୍ରତିଟି ବୈଠକରେ ମୁଦ୍ରା ସମ୍ବନ୍ଧୀୟ ମାମଲାଗୁଡିକର ତଦାରଖ କରିବାପାଇଁ ଡେକୁଟି ଗଭର୍ଣ୍ଣର ସାମିଲ ହୋଇଥିଲେ ।

ତେବେ ଇତି ମଧ୍ୟରେ ରଘୁରାମ ରାଜନ ସରକାରଙ୍କ ଦେଇଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ ଯେ, ଯଦି ଏହାସବୁ ସତ୍ୱେ ବି ସରକାର ବିମୁଦ୍ରାକରଣ ଭଳି ମହାନ ପଦକ୍ଷେପ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏହାର ଏକ ଅଗଲା ପ୍ରସ୍ତୁତି ଏବଂ ସମୟ ସରକାରଙ୍କୁ ନେବାକୁ ପଡିବ । ରଘୁରାମ ରାଜନ ସ୍ପଷ୍ଟ କରିଦେଇଥିଲେ କି, ତାଙ୍କ କାର୍ଯ୍ୟକାଳରେ କେବେ ବି ରିଜର୍ଭ ବ୍ୟାଙ୍କକୁ ବିମୁଦ୍ରାକରଣ ଉପରେ ନିଷ୍ପତ୍ତି ନେବା ପାଇଁ କୁହାଯାଇନଥିଲା ।

ସୂଚନାଯୋଗ୍ୟ ଯେ, ଗେତମାସରେ ହିଁ ରିଜର୍ଭ ବ୍ୟାଙ୍କ ନୋଟବନ୍ଦୀର ଆଧିକାରୀକ ଆକଳନ ଜାରି କରିଥିଲା । ଯେଉଁଥିରେ ଦର୍ଶାଇଥିଲା କି, ୧୦୦୦ ଟଙ୍କିଆ ଅଚଳ ନୋଟ୍ ମଧ୍ୟରୁ ପାଖାପାଖି ୯୯ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ପ୍ରଣାଳୀ ଜରିଆରେ ଫେରସ୍ତ ହୋଇଛି ।

ସୌଜନ୍ୟ- ଏବିପି ନ୍ୟୁଜ୍