ଦେଶର ୩୭ ପ୍ରତିଶତ ବିଦ୍ୟାଳୟ ଆଜି ବି ଅନ୍ଧାରରେ

90

ଦେଶର ୬୨.୮୧ ପ୍ରତିଶତ ବିଦ୍ୟାଳୟମାନଙ୍କରେ ବିଦ୍ୟୁତ ସଂଯୋଗ କରାଯାଇଛି । ଝାଡ଼ଖଣ୍ଡରେ ଥିବା ବିଦ୍ୟାଳୟମାନଙ୍କରେ ପ୍ରାୟତଃ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ଜଣାପଡ଼ିଛି । ସେହିଭଳି ଦିଲ୍ଲୀ, ଚଣ୍ଡିଗଡ଼, ଦାଦ୍ରା ନଗର ହାବେଳୀ, ଡାମନ ଡିଉ ଓ ଲାକ୍ଷାଦ୍ୱୀପରେ ଶତପ୍ରତିଶତ ବିଦ୍ୟାଳୟମାନଙ୍କରେ ବିଦ୍ୟୁତ ସଂଯୋଗ କରାଯାଇଛି ।

ମାତ୍ର ଦେଶରେ ଥିବା ବିଦ୍ୟାଳୟମାନଙ୍କର ଭିତ୍ତିଭୂମି ସେତେ ଉନ୍ନତ ହୋଇ ପାରି ନଥିବା ଜଣାପଡ଼ିଛି । ଗତକାଲି ସରକାର ରାଜ୍ୟ ସଭାରେ ଉପସ୍ଥାପନା କରିଛନ୍ତି ଯେ, ୨୦୧୭ ମାର୍ଚ୍ଚ ସୁଦ୍ଧା ଦେଶରେ ୩୭ ପ୍ରତିଶତ ସରକାରମାନଙ୍କରେ ବିଦ୍ୟୁତ ସଂଯୋଗ କରାଯାଇ ପାରି ନାହିଁ ।

ବିଦ୍ୟାଳୟମାନଙ୍କରେ ବିଦ୍ୟୁତ ସଂଯୋଗୀକରଣ ମାମଲାରେ ସର୍ବ ନିମ୍ନରେ ରହିଛି ଝାଡ଼ଖଣ୍ଡ । ଝାଡ଼ଖଣ୍ଡରେ ମାତ୍ର ୧୯ପ୍ରତିଶତ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ କରାଯାଇ ପାରିଛି । ସେହିଭଳି ଆସାମରେ ୨୫ ପ୍ରତିଶତ ଓ ମେଘାଳୟରେ ୨୮.୫୪ ପ୍ରତିଶତ ବିଦ୍ୟାଳୟମାନଙ୍କରେ ବିଦ୍ୟୁତ ସଂଯୋଗୀକରଣ ହୋଇପାରିଛି । ବିହାର (୩୭.୭୮ ପ୍ରତିଶତ), ମଧ୍ୟପ୍ରଦେଶ (୨୮.୮୦ ପ୍ରତିଶତ), ମଣିପୁର (୩୯.୨୭ ପ୍ରତିଶତ), ଓଡ଼ିଶା (୩୩.୦୩ ପ୍ରତିଶତ) ଓ ତ୍ରିପୁରାରେ ୨୯ ପ୍ରତିଶତ ବିଦ୍ୟାଳୟମାନଙ୍କରେ ବିଦ୍ୟୁତ ଲାଗିଛି ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ (ରାଜ୍ୟ) ଉପେନ୍ଦ୍ର କୁଶବାହ ରାଜ୍ୟସଭାରେ ଲିଖିତ ଜାଣିବାକୁ ଦେଇଛନ୍ତି, ନ୍ୟାସନାଲ ୟୁନିଭରସିଟି ଅଫ ଏଜୁକେଶନାଲ ପ୍ଲାନିଂ ଏଣ୍ଡ ଆଡମିନିଷ୍ଟ୍ରେସନ (ନୂଏପା) ପ୍ରତିବର୍ଷ ବିଭିନ୍ନ ବିଦ୍ୟାଳୟରୁ ତଥ୍ୟ ସଂଗ୍ରହ କରିଥାଆନ୍ତି । ଏହି ସଂସ୍ଥା ୟୁନିଫିଲ୍ଡ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜୁକେଶନ (ୟୁଡ଼ିଆଇଏସଇ) ଉପରେ ଆଧାରିତ ବିଦ୍ୟାଳୟର ଭିତ୍ତିଭୂମି ଉପରେ ସମୀକ୍ଷା କରିଥାଏ । ସେ କହିଛନ୍ତି ସବଶିକ୍ଷା ଅଭିଯାନ ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କାର୍ୟ୍ୟକ୍ରମ ଅନ୍ତର୍ଗତ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସହଯୋଗ ପ୍ରଦାନ କରି ଆସୁଛି ।

ସୌଜନ୍ୟ: ଟାଇମ୍ସ ଅଫ୍ ଇଣ୍ଡିଆ