ମୋବାଇଲ୍ ଟାୱାର ଲଗାଇ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ସାବଧାନ୍, ଟାୱାର ନାଁରେ ଲୋକଙ୍କୁ ଭୁଆଁ ବୁଲାଛନ୍ତି ଏହି ସବୁ ୱେବସାଇଟ୍
ସାଧାରଣତଃ ଯେଉଁ ଜିନିଷର ଡିମାଣ୍ଡ ଯେତେ ଅଧିକ ରହିଛି ତାର ନାଁକୁ ନେଇ ମଧ୍ୟ ସେତିକି ଅପରାଧିକ ମାମଲା ସବୁ ସାମ୍ନାକୁ ଆସିଥାଏ । ଭାରତୀୟ ଟେଲିକମ ଜଗତରେ ହଇଚଇ ସୃଷ୍ଟି କରୁଥିବା ରିଲାଏନ୍ସ ଜିଓର ନାଁ ନେଇ ଏବେ ଜୋରଦାର ଚାଲିଛି ଠକେଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ , ଜିଓ ନାଁରେ ଲୋକଙ୍କୁ ଲୁଟୁଛନ୍ତି ଠକ । ବଡ କଥା ହେଲା କି, ଜିଓ ନାଁରେ ନୂଆ ଠକେଇ ଜିଓ ଟାୱାରକୁ ନେଇ ହେଉଛି ଏବଂ ଏଥିପାଇଁ ଠକମାନେ ଜିଓ ନାଁରେ ଏକ ୱେବସାଇଟ୍ ବି ପ୍ରସ୍ତୁତ କରିଛନ୍ତି । ଜିଓ ଟାୱାର ଲଗାଇବା ନାଁରେ ଲୋକଙ୍କଠାରୁ ୨୫ ଲକ୍ଷ ଟଙ୍କା ଚଳୁ କରିନେଇଛନ୍ତି ଏହି ଠକମାନେ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗୁଗୁଲରେ ଜିଓ ଟାୱାର ସଂପର୍କରେ ଜାଣିବା ପାଇଁ ସର୍ଚ୍ଚ କରୁଛନ୍ତି । କିନ୍ତୁ ସେମାନଙ୍କୁ ଜଣାନାହିଁ କି ଗୁଗଲରେ ଜିଓ ଟାୱାର ସର୍ଚ୍ଚ କରିବା ଦ୍ୱାରା ଯେଉଁ ୱେବସାଇଟର ଲିଙ୍କ ନଜର ଆସୁଛି ତାହା ବାସ୍ତାବରେ ଏକ ଫେକ୍ ୱେବସାଇଟ୍ । ଏହି ୱେବସାଇଟରେ ଲୋକଙ୍କୁ ଘର ପାଖରେ ଜିଓ ମୋବାଇଲ ଟାୱାର ସ୍ଥାପନ କରି ହଜାର ହଜାର ଟଙ୍କାର ମାସିକ ଆୟ କରିବାର ଲୋଭନୀୟ ପ୍ରସ୍ତାବ ଦିଆଯାଉଛି। ଖାଲି ଏତିକି ନୁହେଁ ରେଜିଷ୍ଟ୍ରେସନ ବାବଦରେ ୧୪୦୦ ଟଙ୍କା ଓ ସିକ୍ୟୁରିଟି ମନି ବାବଦରେ ଏକ ଲକ୍ଷ ୨୦ ହଜାର ଟଙ୍କା ମଗାଯାଉଛି । ଏହା ସହ ଜିଓ ଟାୱାର ବସିବା ପରେ ମାସିକ ୫୦ ହଜାର ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି ।
ଏମାନଙ୍କ ସହ ଚୁକ୍ତି କଲେ ଆଗୁଆ ୧୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯିବ ବୋଲି କୁହାଯାଉଛି। କିନ୍ତୁ ଅସଲ ଟାର୍ଗେଟ ଥିଲା ସିକ୍ୟୁରିଟି ମନି । ଏହାକୁ ହଡପ କରିବା ପାଇଁ ଯୋଜନା କରୁଛନ୍ତି ଏହି ରାକେଟ୍ । ତେବେ ଜିଓ ଟାୱାର ନାଁରେ ଲୋକଙ୍କୁ ଲୁଟୁଥିବା ଏହି ୱେବସାଇଟଟି ହେଲା www.jiotowerinstallation.in, jiotower.org.in, https://www.industowers.com/our-portfolio/reliance-jio/, https://reliancejiotoweronline.com/ , JioTowerInstallation.in। ଏହି ୱେବସାଇଟ ବ୍ୟତୀତ ଇଣ୍ଡିଆମାର୍ଟ ୱେବସାଇଟରେ ଜିଓ ଟାୱାର ନାଁରେ ଲୋକଙ୍କୁ ଠକମାନେ ଭୂଆଁ ବୁଲାଉଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହିସବୁ ୱେବସାଇଟକୁ କାମ କରୁଛନ୍ତି ବହୁ ଉଚ୍ଚଶିକ୍ଷିତ ଯୁବକ ମାନେ । ଯେଉଁମାନେ କି ଟେକନିକ୍ ଦୃଷ୍ଟିକୋଣରୁ ବି ବେଶ୍ ମଜଭୁତ ଅଟନ୍ତି । କାରଣ ଏହିସବୁ ୱେବସାଇଟରେ ଜିଓର ଅସଲି ଲୋଗୋ ବି ବ୍ୟବହାର କରାଯାଉଛି । ଏପରିକି ଲୋକଙ୍କୁ କଂପାନୀ ତରଫୁ ଫର୍ଜି ଲେଟର ମଧ୍ୟ ପଠାଯାଉଛି । ଯାହାର ଖୁଲାସା ନିକଟରେ ଗଣମାଧ୍ୟମରେ ହୋଇଛି ।