ଗୁଗଲ ପାଇଁ କରନ୍ତୁ ଏହି ଗୋଟିଏ କାମ ! ତୁରନ୍ତ ମିଳିବ ୭ ଲକ୍ଷ ଟଙ୍କା ସାଙ୍ଗକୁ ପାଠପଢା ପାଇଁ ସ୍କଲାର୍ସିପ୍

47

ଆପଣ ଦେଖିଥିବେ କି, ଯେତେବେଳେ ବି ଆପଣ କୌଣସି ପ୍ରସଙ୍ଗରେ ସୂଚନା ପାଇଁ ଗୁଗଲର ସର୍ଚ୍ଚ ଇଂଜିନକୁ ଖୋଲିଥାନ୍ତି, ସେତେବେଳେ ଏଥିରେ ଏକ ଡୁଡଲ ବନିକି ରହିଥାଏ । ଏବେ ଗୁଗଲ ଆପଣଙ୍କଠାରୁ ଡୁଡଲ ବନାଇବା ପାଇଁ କହିଛି । ଏହାକୁ ସର୍ଚ୍ଚ ଇଂଜିନ ନା ହିଁ କେବଳ ନିଜ ହୋମ ପେଜରେ ଦେଖାଯିବ ବରଂ ବଦଳରେ ଆପଣଙ୍କୁ ପୁରସ୍କାର ମଧ୍ୟ ମିଳିବ ।

ଗୁଗଲର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଆପଣଙ୍କୁ ବିଷୟବସ୍ତୁକୁ ନେଇ ନିଜର ଡୁଡଲ  ‘What Inspires me’ ପ୍ରସ୍ତୁତ କରିବାକୁ ହେବ । ସୂଚନା ମୁତାବକ, ଗୁଗଲ ଡୁଡଲ କମ୍ପିଟିସନରେ ପ୍ରଥମ କ୍ଲାସରୁ ୧୦ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଭାଗ ନେଇପାରିବେ । ‘ଡୁଡଲ ଫର ଗୁଗଲ’ ନାଁର ଏହି ପ୍ରତିଯୋଗୀତାରେ ପିଲାମାନେ ଗ୍ରାଫିକ୍ ଡିଜାଇନ, କ୍ରେୟନ୍ସ ସମେତ ଅନ୍ୟ ତରିକାରେ ବି ନିଜର ଡୁଡଲକୁ ଭଲ କରିପାରିବେ । ତେବେ ଏଥିପାଇଁ ମଧ୍ୟ ଏକ ସର୍ତ୍ତ ରଖାଯାଇଛି କି, ନିଜ ଡୁଡଲରେ ସବୁବେଳ ଭଳି ଗୁଗଲର ନାଁ ରହିବା ନିହାତି ଜରୁରୀ ।

ବିଜେତାଙ୍କୁ କଣ ମିଳିବ

ଏହି ପ୍ରତିଯୋଗୀତାରେ ଜଣେ ବିଜେତା ଜାତୀୟ ସ୍ତରରେ ଚୟନ କରାଯିବ । ବିଜେତା ପ୍ରମାଣିତ ହୋଇଥିବା ଛାତ୍ର ବା ଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର କଲେଜ ସ୍କଲାର୍ସିପ ଦିଆଯିବ । ଏଥିସହିତ ହିଁ ୨ ଲକ୍ଷ ଟଙ୍କାର ସ୍କୁଲ ପାଇଁ ଟେକ୍ନୋଲୋଜି ପ୍ୟାକେଜ ମଧ୍ୟ ମିଳିବ । ଖାଲି ଏତିକି ନୁହେଁ, ବିଜେତାଙ୍କ ଡୁଡଲକୁ ୧୪ ନଭେମ୍ବର,୨୦୧୮ରେ ଗୁଗଲ ନିଜ ହୋମ ପେଜରେ ବି ପ୍ରଦର୍ଶିତ କରିବ ।

କିଭଳି କରିବେ ଆବେଦନ

ଯଦି ଆପଣଙ୍କ ପିଲା ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ଚାହୁଁଛି, ତେବେ ଏଥିପାଇଁ ଆପଣଙ୍କୁ କେବଳ www.google.comକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ସର୍ଚ୍ଚ ବାରର ଠିକ୍ ତଳକୁ ହିଁ ”Calling young artists…”ର ବିକଳ୍ପ ମିଳିବ । ଏଥିରେ କ୍ଲିକ୍ କରନ୍ତୁ । ଏହାପରେ ଏଠାରେ ଏକ ନୂଆ ୱିଣ୍ଡୋରେ ଆପଣଙ୍କୁ ଏଂଟର ଓ ଡୁଡଲର ବିକଳ୍ପ ମିଳିବ । ଏଥିରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କ ସାମ୍ନାରେ ‘Download Entry form’ର ବିକଳ୍ପ ଆସିବ । ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ । ଯେଉଁଠି ଆପଣଙ୍କୁ ତଥ୍ୟ ଦାଖଲ କରିବାକୁ ପଡିବ ।

ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆପଣଙ୍କ ପାଖରେ ୬ ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ଯଦି ଆପଣ ଏବାବଦରେ ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି , ତେବେ ଆପଣ https://doodles.google.co.in/d4g/how-it-works.htmlକୁ ଯାଇ ପାଇପାରିବେ ।