ସଡକ ପରିବହନର ନୂଆ ନିୟମ: ବୁକିଂ ପରେ ଯଦି ନ ଆସେ ଓଲା କି ଉବେର, ତେବେ କଂପାନୀକୁ ଗଣିବାକୁ ପଡିବ ୨୫ ହଜାର ଟଙ୍କାର ଜରିମାନା

32

ଯଦି ଆପଣ ମୋବାଇଲ ଆପ ଜରିଆରେ କ୍ୟାବ୍ ବୁକ୍ କରିଛନ୍ତି ଏବଂ ଶେଷ ମୁହୂର୍ତରେ ହିଁ କ୍ୟାବ୍ ଡ୍ରାଇବର ଆସିବାକୁ ମନା କରିଦିଏ ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଯଦି ଏଭଳି ହୁଏ ତେବେ କଂପାନୀ ଆପଣଙ୍କୁ କ୍ଷତିପୂରଣ ଦେବ । ଆଉ ସେ ବି ପୁଣି ନଗଦ ୨୫ ହଜାର ଟଙ୍କା । ତେବେ ଏଭଳି ନିୟମ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ଏହି ନୂଆ ନିୟମ ଅନୁସାରେ, ଏଭଳି କରିବା ଦ୍ୱାରା କ୍ୟାବ୍ କଂପାନୀ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରାଯିବ ।

ସୂଚନା ମୁତାବକ, ଏଭଳି ଏକ ନୂଆ ନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିଓାଲଙ୍କ ଏହି ନୂଆ ନୀତି ଅନୁସାରେ, ଯଦି କୌଣସି ଯାତ୍ରୀ ଦୁର୍ବ୍ୟବହାର କିମ୍ବା ଡ୍ରାଇଭରର ଖରାପ ବ୍ୟବହାର ନେଇ ଅଭିଯୋଗ କରନ୍ତି ତେବେ ତାଙ୍କ ଅଭିଯୋଗକୁ ଏଗ୍ରିଗେଟରଙ୍କୁ ପୁଲସିରେ ଦାଖଲ କରିବାକୁ ପଡିବ । ଯଦି ସେ ଏଭଳି କରିବାରେ ଅସଫଳ ହୁଅନ୍ତି ତେବେ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗିବ ।ଏହି ନିୟମ ଲାଇସେନ୍ସିଂ ଆଣ୍ଡ ରେଗୁଲେସନ ଆପ୍ ବେସଡ ଏଗ୍ରିଗେଟର ରୁଲ ୨୦୧୭ ଏବଂ ସିଟି ଟ୍ୟାକ୍ସି ସ୍କିମ୍ ୨୦୧୭ ପିଡବ୍ଲୁଡି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଉଛି । ତେବେ କ୍ୟାବିନେଟ ମୋହର ଲାଗିବା ପରେ ଏହି ନିୟମକୁ ସାରା ସହଜରେ ଲାଗୁ କରିଦିଆଯିବ ।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗୋଟି ଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନବା ଆଣିବା ପାଇଁ କ୍ୟାବ୍ ସର୍ଭିସ ଏକ ବହୁତ ଭଲ ମାଧ୍ୟମ । ଏଭଳି ପରିସ୍ଥିତିରେ କ୍ୟାବ୍ ସର୍ଭିସର ସଂଚାଳନ ପାଇଁ ଏକ ନିୟମ ପ୍ରସ୍ତୁତ କରାଯିବା ମଧ୍ୟ ବହୁତ ଜରୁରୀ । ଥରେ ଖାଲି ଏହି ନିୟମ ଲାଗୁ ହୋଇଗଲେ , ଆପ ଜରିଆରେ କ୍ୟାବ ଚଳାଉଥିବା କଂପାନୀମାନଙ୍କୁ ଦିଲ୍ଲୀରେ ଅପରେଟ କରିବା ପାଇଁ ପରିବହନ ବିଭାଗରୁ ଲାଇସେମ୍ସ ନେବାକୁ ପଡିବ । ଯାହାଦ୍ୱାରା କ୍ୟାବ୍ କଂପାନୀମାନଙ୍କୁ ଏକ ୨୪ ଘଂଟିଆ କଲ ସେଂଟର ଖୋଲିବାକୁ ପଡିବ । ଆଉ ସମସ୍ତ କ୍ୟାବ୍ ଲାଇଭ ଜିପିଏସ ଡାଟା ପରିବହନ ବିଭାଗର କଂଟ୍ରୋଲ ସେଟଂର ସହ କନେକ୍ଟ କରିବାକୁ ପଡିବ । ନୂଆ କ୍ୟାବ ନୀତି ଦ୍ୱାରା ଯାତ୍ରୀମାନଙ୍କର ଉଭୟ ଡାଟା ଏବଂ ଯାତ୍ରା ସୁରକ୍ଷିତ ତଥା ସୁଖମୟ ହେବ । ନୂଆ ନୀତି ମୁତାବକ, ପ୍ରତ୍ୟେକ ଗାଡିରେ ଗୋଟିଏ ପ୍ୟାନିକ ବଟନ ମଧ୍ୟ ରହିବ । ଯାହା ଯାତ୍ରୀଙ୍କ ସୁରକ୍ଷା ପାଇଁ କାମ କରିବ ।

ନୂଆ ନୀତି ଦ୍ୱାରା ସେହି ସବୁ ଡ୍ରାଇଭରଙ୍କ ଉପରେ ଲଗାମ କଷାଯାଇପାରିବ, ଯେଉଁମାନେ କି ଜାତି, ଧର୍ମ ତଥା ବର୍ଣ୍ଣ ଆଧାରରେ ଯାତ୍ରୀଙ୍କୁ ବସିବାକୁ ମନା କରିଦେଉଛନ୍ତି । ଏହାଛଡା ଏଗ୍ରିଗେଟରଙ୍କୁ ଏକ ନୂଆ ଫିଚର ମଧ୍ୟ ଯୋଡିବାକୁ ପଡିବ । ଯେଉଁଥିରେ ଯାତ୍ରୀ ନିଜ ଲୋକେସନ ଏବଂ କ୍ୟାବର ସୂଚନା ଆପ ଜରିଆରେ ଅତି କମରେ ୨ ଲୋକଙ୍କୁ ପଠାଇ ପାରିବେ ।