ନିପା ଭାଇରସର ଆତଙ୍କ ଜାରି : ଫଳ କିମ୍ବା ପରିବା ନୁହେଁ ବରଂ ଏବେ ଏଭଳି ବ୍ୟାପିଛି ମୃତ୍ୟୁର ବାହକ, ବଂଚିବା ପାଇଁ ତୁରନ୍ତ କରନ୍ତୁ ଏହି କାମ

165

ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ନିପା ଭାଇରସ । ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ, ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ,ସଭିଙ୍କ ମନରେ କୋକୂଆ ଭୟ ସୃଷ୍ଟି କରିଛି ଏହି ନିପା ଭାଇରସ । ଏହି ଭାଇରସର ଶିକାର ହୋଇ ଏଯାବତ୍ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଉ ଏବେବି ହଜାର ହଜାର ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବଡ କଥା ହେଲା କି, ଏହି ଭାଇରସକୁ ଲଢିବା ପାଇଁ ଏଯାବାତ୍ କୌଣସି ବି ଔଷଧ ବାହାରି ପାରିନି କେବଳ ସଚେତନତା ହିଁ ଏହି ରୋଗରୁ ବଂଚିବାର ଏକମାତ୍ର ନିରାକରଣ । ଏହି ଭାଇରସର ଭୟ ଲୋକଙ୍କ ମନରେ ଏଭଳି ଭାବରେ ବସିଯାଇଛି କି, ଏହି ଭାଇରସ ସହ ଜଡିତ ଗୁଜବ ମଧ୍ୟ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଯେଉଁଥିରେ କିଛି ସତ ଥିବା ବେଳେ କିଛି ମିଛ ଖବର ମଧ୍ୟ ସାମିଲ ।

ଡବ୍ଲୁଏଚଓ ଅନୁସାରେ, ଏହି ଭାଇରସ ବାଦୁଡିଙ୍କ ଲାଳ, ପରିଶ୍ରା ଏବଂ ମଳ ଦ୍ୱାରା ବ୍ୟାପିଥାଏ । ଏବଂ ଯେଉଁ ଫଳଗୁଡିକୁ ଏମାନେ ଖାଇଥାନ୍ତି ସେହି ସବୁ ଫଳ ଦ୍ୱାରା ଏହି ଭାଇରସ ବ୍ୟାପିବାର ସମ୍ଭାବନା ରହିଛି । ତେବେ ମୋଟ ଉପରେ କହିବାକୁ ଗଲେ ସଂକ୍ରମିତ ବାଦୁଡି ସସ୍ପର୍ଶରେ ଆସୁଥିବା ପ୍ରତ୍ୟେକଟି ଜିନିଷରୁ ହିଁ ଏହି ଭାଇରସ ବ୍ୟାପବାର ସମ୍ଭାବନା ରହିଛି । ଏଥିପାଇଁ ଆପଣଙ୍କୁ ଟିକିଏ ସତର୍କ ରହିବାକୁ ହେବ । ସାରା ଦେଶରେ ନିପା ଭାଇରସକୁ ନେଇ ଆଲର୍ଟ ଜାରି କରାଯାଇଛି । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଏହି ଭାଇରସରୁ ବଂଚିବା ପାଇଁ ଆପଣଙ୍କୁ କେଉଁ କେଉଁ ଜିନିଷଠାରୁ ଦୁରେଇ ରହିବା କିମ୍ବା ତାକୁ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ।

ଆମ୍ବ

ସାଧାରଣତଃ କେରଳରେ ଆମ୍ବର ଉତ୍ପାଦନ ଭରପୁର ମାତ୍ରାରେ ହୋଇଥାଏ । ଏହି ଆମ୍ବକୁ ଦେଶର ବିଭିନ୍ନ ରାଜ୍ୟମାନଙ୍କୁ ବି ରପ୍ତାନୀ କରାଯାଇଥାଏ । ନିପା ଭାଇରସର ସମ୍ଭାବନାକୁ ଦୃଷ୍ଟିରେ ରଖି କେରଳରୁ ଆମଦାନୀ ହେଉଥିବା ଆମ୍ବକୁ ଆଭୋଏଡ କରିବା ବି ଆପଣଙ୍କ ପାଇଁ ଶୁଭଙ୍କର ହେବ ।

ଖଜୁରୀ

ରମଜାନ ମାସରେ ଖଜୁରୀକୁ ବହୁ ମାତ୍ରାରେ ଲୋକେ ଖାଇଥାନ୍ତି । କିନ୍ତୁ ଖଜୁରୀ ମଧ୍ୟ ସେହିସବୁ ଫଳମାନଙ୍କରେ ସାମିଲ ରହିଛି, ଯାହାକି କେରଳରୁ ବହୁ ମାତ୍ରରେ ଆମଦାନୀ କରାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ଖଜୁରୀ କିଣିବା ସମୟରେ ସତର୍କ ରହିବା ହିଁ ଆପଣଙ୍କ ଭଲ ।

କଦଳୀ

ଆମ୍ବ ଏବଂ କଦଳୀ ଭଳି ହିଁ ବଜାରରେ କଦଳୀ କିଣିବା ସମୟରେ ଆପଣ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ।

ଫ୍ରୁଟ ସାଲଟ୍

ଯଦି ଆପଣଙ୍କୁ ବଜାରରେ ମିଳୁଥିବା ଫ୍ରୁଟ୍ ସାଲାଟ ବହୁତ ପସନ୍ଦ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ବର୍ତ୍ତମାନ ପରିସ୍ଥିତିରେ ବଜାରରେ ଉପଲବ୍ଧ ଫ୍ରୁଟ ସାଲାଟ ଖାଇବା ଆପଣଙ୍କ ପାଇଁ ହାନୀକାରକ ହୋଇପାରେ । ଭଲ ହେବ କି ଆପଣ ବାଛି ଫଳକୁ ଘରେ ନିଜେ ହିଁ ପ୍ରସ୍ତୁତ କରି ଖାଆନ୍ତୁ ।

ଫଳଗୁଡିକୁ ଧୋଇବା ସମୟରେ ଧ୍ୟାନ ଦିଅନ୍ତୁ

ଫଳଗୁଡିକୁ ଧୋଇବା ସମୟରେ ପଟାସ ପାଣିର ବ୍ୟବହାର କରନ୍ତୁ । ବିନା ନ ଧୋଇ ଫଳ ଗୁଡିକରେ ହାତ ମାରନ୍ତୁ ନାହିଁ କି ସେଗୁଡିକୁ ଖାଆନ୍ତୁ ନାହିଁ ।

ଭାଇରସର ଲକ୍ଷଣ

ନିପା ଭାଇରସ ଆକ୍ରାନ୍ତ କରିଥିବା ବ୍ୟକ୍ତିଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ହୋଇଥାଏ । ପ୍ରଥମେ ଆକ୍ରାନ୍ତକାରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥାଏ । ନ୍ୟୁରୋଲୋଜିକାଲ ସମସ୍ୟା, ପ୍ରବଳ ମୁଣ୍ଡବିନ୍ଧା, ମାଂସପେଶୀରେ ସମସ୍ୟା, ଅଳସୁଆ ଲାଗିବା, ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲେ ଏହା ନିପା ଭାଇରସର ସଂକେତ ଦେଇଥାଏ ।

ଘରୋଇ ଉପଚାର

ତୁଳସୀ

ତୁଳସୀରେ ସାଧାରଣତଃ ଅନେକ ଔଷଧୀୟ ଗୁଣ ଭରପୁର ପରିମାଣରେ ଭର୍ି ହୋଇରହିଛି । ଏହାକୁ ଯଦି ମହୋଷଧି କହିବା ତେବେ ହୁଏତ କିଛି ଭୁଲ ହେବନି । ତେବେ ତୁଳସୀ ବ୍ୟବହାର କରି ଆପଣ ନିଜକୁ ଏହି ନିପା ଭାଇରସରୁ ରକ୍ଷା କରିପାରିବେ । ଆପଣଙ୍କୁ ପ୍ରତିଦିନ କୌଣସି ବି ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ତୁଳସୀ ପତ୍ର ଖାଲି ପେଟରେ ସେବନ କରିବା ଉଚିତ । କାରଣ, ଏଥିରେ ଥିବା ଆଂଟିବାୟୋଟିକ ଭାଇରସକୁ ଲଢିବାରେ ସାହାଯ୍ୟ କରିଥାଏ ।

ରସୁଣ

ଆପଣ ପ୍ରତିଦିନ ରସୁଣ ନିଶ୍ଚୟ ଖାଉଥିବେ । କିନ୍ତୁ ନିପା ଭାଇରସରୁ ବଂଚିବା ପାଇଁ ବି ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଲେଖାଏଁ କଂଚା ରସୁଣ ସେବନ କରିବାକୁ ହେବ । କଂଚା ରସୁଣ ସେବନ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ । ଏବଂ ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

କପୂର

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କପୂର ଔଷଧ ଭାବରେ କାମ କରିଥାଏ । ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରୁ ବଂଚିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଆପଣ ଏହାକୁ ସେବନ କରିପାରିବେ କିନ୍ତୁ ଏହାର ମାତ୍ର ଗହମ ଦାନା ବରାବର କିମ୍ବା ଏହାଠାରୁ ବି କମ୍ ରଖନ୍ତୁ । ସେହିପରି ଘରେ ବି ଏହାକୁ ସମୟେ ସମୟେ ଜଳାନ୍ତୁ । କାରଣ କପୂର ସୁଗନ୍ଧରେ ବି ଭାଇରସର ପ୍ରଭାବ କମ୍ ହୋଇଥାଏ ।

ନିମ

ନିମକୁ ପ୍ରାକୃତିକ ଆଂଟିବାୟୋଟିକ୍, ଆଂଟିଇନଫ୍ଲେମେଟରୀ ଭାବରେ ବ୍ୟବହାର କରିପାରିବେ । ପ୍ରତିଦିନ ନିମ ପତ୍ର ଚୋବାଇବା ଦ୍ୱାରା ଆପଣ ନା କେବଳ ନିପା ଭାଇରସ ରକ୍ଷା ପାଇପାରିବେ ବରଂ ରକ୍ତକୁ ବି ଶୁଦ୍ଧ କରିପାରିବେ ।

ଭାଇରସରୁ ରକ୍ଷା ପାଇବା ପାଇଁ ଏହା ବି କରନ୍ତୁ

• ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ

• ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ

• ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ

• ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ

• ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ

• ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ

• ଘରକୁ ସଫାସୁତରା ରଖନ୍ତୁ । ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ

• ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ

• ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ

• ଯଦି ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ

• ଜୁସ୍ ପିଇବା ସମୟରେ ସୁନିଶ୍ଚିତ ହୁଅନ୍ତୁ କି ଦୋକାନୀ କୌଣସି କଟା ଫଟ କିମ୍ବା ଖଣ୍ଡିଆ ଫଳ ବ୍ୟବହାର କରୁନାହାଁନ୍ତି ତ ।