ଚର୍ଚ୍ଚାରେ ସାଉଦି ଆରବ ! ରୋବୋଟକୁ ନାଗରିକତ୍ୱ ଦେବାରେ ହେଲା ବିଶ୍ୱର ପ୍ରଥମ ରାଷ୍ଟ୍ର

34

ସୂଚନା ଓ ପ୍ରର୍ଯ୍ୟୁକ୍ତିବିଦ୍ୟାରେ ଦୁନିଆ ଆଜି ବହୁତ ଆଗରେ । ଉନ୍ନତ ଜ୍ଞାନ କୈାଶଳ ଓ ବିଜ୍ଞାନର ଜୟଯାତ୍ରା ଦ୍ୱାରା ମଣିଷ ନଭକୁ ଛୁଇଁପାରିଛି । ଆଉ ମଣିଷର ସବୁଠୁ ବଡ ସୃଷ୍ଟି ହେଉଛି ରୋବୋଟ । ଯାହା ଆଜି ମଣିଷ ପରି ସବୁ କାର୍ଯ୍ୟ ସାଧିତ କରିପାରୁଛି । ଅନେକ ଦେଶରେ ରୋବୋଟ ଦ୍ୱାରା ଘର କାର୍ଯ୍ୟ ଠାରୁ ଅଫିସ୍ କାର୍ଯ୍ୟ ସବୁ କରାଯାଉଛି । ଧିରେ ଧିରେ ଯାନ୍ତ୍ରିକ ମାନବ ରୋବୋଟ ନିଜର କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ରୋବୋଟ ଏବେ ପାଇଛି ଦେଶର ନାଗରିକତ୍ୱ । ଏକଥା ବିଶ୍ୱାସ ନହେଲେ ବି ସତ ।

ସୂଚନା ଅନୁସାରେ , ସାଉଦି ଆରବିଆ ରୋବୋଟକୁ ଦେଇଛି ଦେଶର ନାଗରିକତ୍ୱ । ଆଉ ସାଉଦି ଆରବ ଏକ ରୋବୋଟକୁ ନାଗରିକତ୍ୱ ପ୍ରଦାନ କରି ଏବେ ଚର୍ଚ୍ଚାରେ ରହିଛି। କୌଣସି ରୋବଟକୁ ଏଭଳି ଅଧିକାର ଦେବାରେ ସାଉଦି ଆରବ ହେଉଛି ପ୍ରଥମ ରାଷ୍ଟ୍ର। ନାଗରିକ ଅଧିକାର ପାଇଥିବା ରୋବୋଟର ନାମ ହେଉଛି ‘ସୋଫିଆ’ ଏବଂ ଏହା ସର୍ବାଧୁନିକ କଂପ୍ୟୁଟର ଜ୍ଞାନକୌଶଳରେ ପରିଚାଳିତ ହେଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା ଏବଂ ନାଗରିକତ୍ୱ ପାଇବା ପରେ ସାଉଦି କର୍ତ୍ତୃପକ୍ଷଙ୍କୁ ରୋବୋଟ ‘ଥ୍ୟାଙ୍କ୍ ୟୁ’ କହିଥିଲା।

ଜଣେ ବରିଷ୍ଠ ସାମ୍ବାଦିକ ରିୟାଦରେ ରୋବୋଟ୍ ସୋଫିଆ ସହ ଏକ ସାକ୍ଷାତକାର ମଧ୍ୟ ନେଇଛନ୍ତି। ଉତ୍ସବରେ ସୋଫିଆକୁ ଦେଖିବା ଏବଂ ଏହାର କାର୍ଯ୍ୟଶୈଳୀ ସଂପର୍କରେ ଜାଣିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ମନୁଷ୍ୟକୁ ଉନ୍ନତ ସେବା ଯୋଗାଇ ଦେବା ଏହି ରୋବୋଟର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।