ଭାରତ ଓ ଚୀନ ପାଇଁ ଅଡୁଆ ହେବନିତ ପୁଟିନଙ୍କ ଦାବି !

71

60328753ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ବ୍ରିକ୍ସ ସଦସ୍ୟ ଦେଶକୁ ( ଭାରତ, ଚୀନ,ବ୍ରାଜିଲ୍ ଦକ୍ଷିଣ ଆଫ୍ରିକା ଓ ରୁଷ୍) ବହୁ ରାଷ୍ଟ୍ରୀୟ କଂପାନୀମାନଙ୍କୁ ‘ ପ୍ରତିବନ୍ଧକ ଲଗାଉଥିବା ନୀତି ’ ବିରୋଧରେ ଛିଡା ହେବାକୁ କହିଛନ୍ତି । ପୁଟିନଙ୍କର ଏହି ଘୋଷଣା ଭାରତ ଓ ଚୀନ ପାଇଁ ଏକ ଚେତାବନୀ ସଦୃଶ ହୋଇପାରେ । କାରଣ ଯେଉଁଠି କଂପାନୀମାନେ ପ୍ରତିଦିନ ବହୁରାଷ୍ଟ୍ରୀୟ ସଂସ୍ଥାମାନଙ୍କ ସହ ଡିଲ୍ କରିଥାନ୍ତି । ସେ’ଠି ରୁଷର ଏଭଳି କଥା ନିଶ୍ଚିତ ଭାରତ-ଚୀନ ପାଇଁ ମୁଣ୍ଡବଥା ଓ ଅଡୁଆର କାରଣ ହୋଇପାରେ ।

ରବିବାରକୁ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀର ପୂର୍ବରୁ ପିପ୍ପଲ୍ସ ଡେଲି ଅନଲାଇନରେ ପ୍ରକାଶିତ ଏକ ଲେଖା ଚର୍ଚ୍ଚା ଓ ଆଲୋଚନାର ବିଷୟ ସାଜିଛି । ଏଥିରେ ପୁଟିନ କହିଛନ୍ତି, ‘ରୁଷର ଏହି ସୂତ୍ରର ଲକ୍ଷ୍ୟ ଏକ ବୃହତ ପ୍ରତିଯୋଗିତା ପାଇଁ । ଯାହା ବ୍ରିକ୍ସ ଦେଶଗୁଡିକର ଏକାଧିକାର –ବିରୋଧି ଏଜେନ୍ସିଗୁଡିକ ମଧ୍ୟରେ ସହଯୋଗକୁ ବଢାଉଥିବା ପ୍ରଭାବଶାଳୀ ତନ୍ତ୍ରର ନିର୍ମାଣ କରିବାର ପାଇଁ ।’ ଏହି ଲେଖାରେ ପୁଟିନ୍ କହିଛନ୍ତି, ‘ ଆମର ଉଦ୍ଦେଶ୍ୟ ପ୍ରତିବନ୍ଧକ ବ୍ୟବସାୟ କାର୍ଯ୍ୟଗୁଡିକର ବିରୋଧରେ କାମ କରିବା ପାଇଁ ଏକ ସହଯୋଗ ଉପାୟ ପ୍ରସ୍ତୁତ କରିବା । ’

ସମୀକ୍ଷକଙ୍କ କହିବା ଅନୁସାରେ କିଛି ପଶ୍ଚିମ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ପୁଟିନ ଏମିତି କଥା କହୁଛନ୍ତି । ଏହା ଦ୍ୱାରା ରୁଷୀୟ କଂପାନୀମାନଙ୍କ ପାଇଁ ବିଶ୍ୱ ସ୍ତରରେ ପ୍ରଭାବ ବିସ୍ତାର ପାଇଁ ମୁକ୍ସିଲ୍ ହୋଇଛି । ଯଦି ରୁଷ୍ ଏହା ଉପରେ ଗମ୍ଭୀରତା ଭାବେ କୈାଣସି ପ୍ରସ୍ତାବ ଆଣିବାକୁ ଚେଷ୍ଟା କରେ ତ ଏହା ଭାରତ ଓ ଚୀନକୁ ଅସହଜତା ସ୍ଥିତିକୁ ଆଣିପାରେ ।

ବାସ୍ତବରେ ଭାରତର ଆଇଟି କଂପାନୀଗୁଡିକ ବହୁରାଷ୍ଟ୍ରୀୟ କଂପାନୀମାନଙ୍କ ସହ ହୋଇଥିବା ବୁଝାମଣା ସହ ଖୁବ୍ ନିର୍ଭର କରିଥାନ୍ତି । ଏଥିରେ ଅନେକ କଂପାନୀ ବା ଚୀନର ହେଉ ବା ଏଥିରୁ ଚୀନ କଂପାନୀମାନଙ୍କ ନିବେଶ ସାମିଲ ଅଛି । ଏହା ସହ ଚୀନର ନୂଆ ବ୍ୟବସାୟିକ ବଜାର ଖୋଜିବା ଓ ନୂଆ ଟେକନିକ୍ ପାଇଁ ନିଜର କଂପାନୀମାନଙ୍କୁ ପଶ୍ଚିମ କଂପାନୀମାନଙ୍କୁ କିଣିବା ପାଇଁ ପ୍ରୋତ୍ସାହିତ କରୁଅଛି । ଏହି ସମୟରେ ପୁଟିନ୍ ଚାହୁଁଛନ୍ତି କି ବ୍ରିକ୍ସ ଦେଶ ନିଜର ନିଜର ସ୍ତରର ସାଇବର ସୁରକ୍ଷା ଉପରେ କାମ କରନ୍ତୁ । ଯାହା ପଶ୍ଚିମ କଂପାନୀମାନଙ୍କ ଠାରୁ ଅଲଗା ହେଉ । ଭାରତୀୟ କଂପାନୀମାନେ ପଶ୍ଚିମ କଂପାନୀମାନଙ୍କର ଟେକନିକ୍ ଅନୁସାରେ କାମ କରୁଛନ୍ତି ।

ରୁଷର ରାଷ୍ଟ୍ରପତି କହିଛନ୍ତି, ‘ରୁଷ୍ ଗ୍ଲୋବାଲ ଇନଫର୍ମେସନ ସିକ୍ୟୁରିଟି କ୍ଷେତ୍ରରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ କଥାବାର୍ତ୍ତାକୁ ବଢାଇବା ପାଇଁ ଏହି କଥା କହୁଛି । ଏହି କାଯ୍ୟରେ ଦେଶମାନଙ୍କର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଆମେ ପ୍ରସ୍ତାବ ରଖିଛୁ । ’ ଇଣ୍ଟରନ୍ୟାସନାଲ୍ ଇନଫର୍ମେସନ ସିକ୍ୟୁରିଟି ଅନୁସାରେ ଅନ୍ତର-ସରକାର ବ୍ରିକ୍ସ ବୁଝାମଣାରେ ହସ୍ତାକ୍ଷର କରିବା ଏହି ଉଦ୍ଦେଶ୍ୟ ପାଇଁ ସବୁଠୁ ବଡ ପଦକ୍ଷେପ ଅଟେ । ଏବେ ରୁଷର ଏହି କଥା ଉପରେ କ’ଣ ରହିବ ବ୍ରିକ୍ସର ନଜର ତାହା ପରେ ଜଣାଯିବ । ହେଲେ ଭାରତର ବନ୍ଧୁ ଭାବେ ଜଣା ରୁଷର ଏହି ଉଦ୍ଦେଶ୍ୟକୁ ନେଇ ଭାରତ ନିଶ୍ଚିତ ଚିନ୍ତିତ ହେବ । କାରଣ ଭାରତର ବ୍ୟବସାୟ କ୍ଷେତ୍ରରେ ନିଶ୍ଚୟ ଏହା ଅନ୍ତରାୟ ସୃଷ୍ଟି କରିବ ।
(ସୌଜନ୍ୟ- ନବଭାରତ ଟାଇମ୍ସ )