ନମ୍ବର ୱାନ୍ ମୋଦିଙ୍କ ନମ୍ବର ୱାନ୍ ଫୋଲଅର୍ସ

53

NaMO-Twitterଦେଶରେ ଅଭିନେତା ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ସବୁଠାରୁ ଅଧିକ ଅନୁଗାମୀ ଥିବା ବ୍ୟକ୍ତିର ମାନ୍ୟତା ପାଇଛନ୍ତି । ସୋସିଆଲ ନେଟୱାର୍କ ସାଇଟ ଟ୍ୱିଟରରେ ଏବେ ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ୨ କୋଟି ୨୧ ଲକ୍ଷରେ ପହଁଚିଥିବାବେଳେ ଅମିତାଭଙ୍କ ଅନୁଗାମୀଙ୍କ ସଂଖ୍ୟା ୨କୋଟି ୨୦ ଲକ୍ଷ ରହିଛି ।

ଜାନୁଆରୀରେ ଶାହାରୁଖଙ୍କୁ ମୋଦି ପଛରେ ପକାଇଥିଲେ । ଏବେ ଶାହାରୁଖଙ୍କ ଅନୁଗାମୀଙ୍କ ସଂଖ୍ୟା ୨କୋଟି ୯ ଲକ୍ଷ ରହିଛି। ତେବେ ବିଶ୍ୱରେ ଟ୍ୱିଟରରେ ସବୁଠାରୁ ଅଧିକ ଅନୁଗାମୀ ଅଛନ୍ତି ଆମେରିକା ରାଷ୍ଟ୍ରପତି ବରାକ ଓବାମାଙ୍କର ଏବଂ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ହେଉଛି ୭ କୋଟି ୬୯ ଲକ୍ଷ

ଟ୍ୱିଟର ଅନୁଗାମୀଙ୍କ ଦୃଷ୍ଟିରୁ ରାଜନେତାଙ୍କ ମଧ୍ୟରେ ଓବାମାଙ୍କ ପରେ ମୋଦି ରହିଛନ୍ତି । ଫେସବୁକରେ ମଧ୍ୟ ଦେଶରେ ମୋଦିଙ୍କ ଅନୁଗାମୀ ସଂଖ୍ୟା ଅଧିକ। ଫେସବୁକରେ ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ହେଉଛି ୩ କୋଟି ୫୫ ଲକ୍ଷଦ୍ୱିତୀୟ ସ୍ଥାନରେ ଥିବା ଅଭିନେତା ସଲମାନ ଖାନଙ୍କ ଅନୁଗାମୀଙ୍କ ସଂଖ୍ୟା ହେଉଛି ୩କୋଟି ୨୨ ଲକ୍ଷଫେସବୁକ ଅନୁଗାମୀଙ୍କ ଦୃଷ୍ଟିରୁ ତୃତୀୟ ସ୍ଥାନରେ ଅଭିନେତ୍ରୀ ଦୀପିକା ପାଦୁକୋନ (୩ କୋଟି ୨୧ ଲକ୍ଷ), ଚତୁର୍ଥରେ କ୍ରିକେଟ ତାରକା ବିରାଟ କୋହଲି (୩ କୋଟି ୧୧ ଲକ୍ଷ) ଓ ପଂଚମରେ ଅମିତାଭ (୨କୋଟି ୧୪ ଲକ୍ଷ) ରହିଛନ୍ତି।