ମୋଦି ସୁନାମୀକୁ ଅଟକାଇବ ରାହୁଲଙ୍କ ପରିବର୍ତ୍ତନ ଫର୍ମୁଲା!

43

କନକ ବ୍ୟୁରୋ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ଆଉ ସଂଗଠନରେ ଦେଇଛନ୍ତି ପରିବର୍ତ୍ତନର ସଂକେତ । ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ଏହି ବକ୍ତବ୍ୟର ଅନେକ ଗୁରୁତ୍ୱ ରହିଛି । ରାହୁଲ କହିଛନ୍ତି, ଗୋଆ ଏବଂ ମଣିପୁରରେ ଆମେ ଭଲ ପ୍ରଦର୍ଶନ କରିଛୁ । ତେବେ ସମର୍ଥନ ଯୋଗାଡ କରି ସରକାର ଗଠନ ପାଇଁ ବିଜେପି କେତେ ଅର୍ଥ ଖର୍ଚ୍ଚ କରିଛି ତାହା ଚିନ୍ତାର ବିଷୟ । ଆମର ଲଢେଇ ଭାଜପାର ଆଦର୍ଶ ବିରୋଧରେ । ଗୋଆ ଆଉ ମଣିପୁରରେ ସରକାର ଗଠନ ପାଇଁ ସେମାନେ ଯେଉଁ ସ୍ତରକୁ ଓହ୍ଲାଇଲେ ତାହା ବିରୋଧରେ ଆମର ଲଢେଇ ଜାରି ରହିବ । ବଡ କଥା ହେଉଛି, ଗୋଆରେ ପାରିକରଙ୍କ ଶପଥ ଗ୍ରହଣରେ ରୋକ ଲଗାଇବାକୁ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ କଂଗ୍ରେସକୁ ଝଟକା ଲାଗିଥିଲା । ଆଉ ତାର ଠିକ ପରେ ରାହୁଲଙ୍କ ବୟାନ ସାମ୍ନାକୁ ଆସିଛି ।

ଖାଲି ଏତିକି ନୁହେଁ, ଦଳର ସାଂଗଠନିକ ଆଉ ଢାଂଚାଗତ ପରିବ ର୍ନର କଥା କହିଛନ୍ତି ରହୁଲ । ଯାହାକୁ ଏକ ବାସ୍ତବତାର ଆଖ୍ୟା ମଧ୍ୟ ସେ ଦେଇଛନ୍ତି । ତେବେ କଣ ପରିବ ର୍ନ କରିବାକୁ ସେ ଚାହୁଁଛନ୍ତି, ସେନଇ ରାହୁଲ ଚୁପ ଅଛନ୍ତି । ରାହୁଲଙ୍କ ନେତୃତ୍ୱକୁ ନେଇ କଂଗ୍ରେସ ଭିତରେ ଅସନ୍ତୋଷ ସୃଷ୍ଟି ହେଉଥିବା ବେଳେ ଏହି ବୟାନ ଅନେକ ଚର୍ଚ୍ଚା ସାମ୍ନାକୁ ଆଣିଛି । କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ଆଗାମୀ ଦିନରେ କିଛି ବଡ ଧରଣର ଗୋଟି ଚାଳନା ହେବାର ଅନୁମାନ କରାଯାଉଛି ।