ଗୋ-ସୁରକ୍ଷା ପାଇଁ ମୋଦିଙ୍କ ଉଦ୍ୟମ : ଗାଈଙ୍କ ପାଇଁ ହେବ ଆଧାର କାର୍ଡ !

40

ଗୋ-ସୁରକ୍ଷା ପାଇଁ ଦେଶରେ ଏବେ ଚାଲିଛି ଉଦ୍ୟମ । ପ୍ରଧାନମନ୍ତ୍ରୀ ମୋଦି ଉଠାଇଛନ୍ତି ଦୃଢ ପଦକ୍ଷେପ । ଗୋ ମାତାର ସୁରକ୍ଷା ଓ ଯତ୍ନ ନେଇ କେନ୍ଦ୍ର ସରକାର କରିଛନ୍ତି ଯୋଜନା । ନିଜର ଏହି ଯୋଜନା ବିଷୟରେ ସୁପ୍ରିମକୋର୍ଟକୁ ଅବଗତ କରାଇଛନ୍ତି । ଦେଶରେ ଗାଈଙ୍କ ପାଇଁ ମଧ୍ୟ ଆଧାରକାର୍ଡ ପରି ଯୋଜନା ଲାଗୁ କରିବାକୁ ଚାହୁଁଛି କେନ୍ଦ୍ର ।

ସୂଚନା ଅନୁସାରେ ,କେନ୍ଦ୍ର ସରକାର ମଙ୍ଗଳବାରକୁ ସୁପ୍ରିମକୋର୍ଟକୁ କହିଛି ,ୟୁଆଇଡି ଭଳି ବ୍ୟବସ୍ଥା ଜରିଆରେ ଗାଈମାନଙ୍କୁ ଲୋକେଟ ଓ ଟ୍ରାକ୍ କରିବାକୁ ଚାହୁଁଛି । ଏହାଦ୍ୱାରା ଗାଈଙ୍କ ରଙ୍ଗ, ବୟସ ଓ ଅନ୍ୟ ଜିନିଷ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ସୂଚନା ଅନୁସାରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏହି ବିଷୟରେ ନିଜର ସୁପାରିଶ କେନ୍ଦ୍ର ସରକାରଙ୍କୁ ଦେଇଛି ।