ବନ୍ଦ ହେବାକୁ ଯାଉଛି ମୋବାଇଲ ନମ୍ବର ! ଆପଣ ବି ଅସୁବିଧାରେ ପଡିପାରନ୍ତି

53

mobile 1ଦେଶରେ ଖୁବ୍ ଶୀଘ୍ର ପ୍ରିପେଡ୍ ମୋବାଇଲ୍ ନମ୍ବରଗୁଡିକର ଯାଂଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରମାଣ ସଠିକ ଥିଲେ ଗ୍ରାହକ ପାଇପାରିବେ ନିଜ ନମ୍ବର । ସିମ୍ କାର୍ଡର ଦୁର୍ବ୍ୟବହାର ରୋକିବା ପାଇଁ ଶୀଘ୍ର କେନ୍ଦ୍ର ସରକାର ଏହାକୁ ନେଇ ଏକ ପଲିସ୍ କରିବାକୁ ଯାଉଛନ୍ତି । ସୁପ୍ରିମ କୋର୍ଟ ବି କେନ୍ଦ୍ର ସରକାରଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛି ଏହି କାମକୁ ଗୋଟେ ବର୍ଷରେ ପୂରା କରାଯିବ । ପ୍ରକୃତରେ ମିଛ ପରିଚୟ ପତ୍ରରେ ମୋବାଇଲ ନମ୍ବର ନେବା ଓ ଏହାକୁ ଖରାପ ଦିଗରେ ବ୍ୟବହାର କରିବା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଆନୁମାନିକ ୨କୋଟି ଏମିତି ଫ୍ରଡ୍ ନମ୍ବର ରହିଛି । ମୋବାଇଲ ଫୋନରେ ବ୍ୟାକିଂ ବି ହେଉଛି । ଏଣୁ ଏହି ନମ୍ବର ମିସୟୁଜର ଡର ବଢିଯାଇଛି ।

ଏହି ଯାଂଚ ନିୟମ ଅନୁସାରେ, ରିଚାର୍ଜ ସମୟରେ ଗ୍ରାହକଙ୍କୁ ଏକ ଇ-ଫର୍ମ ପୂରଣ କରିବାକୁ ଦିଆଯିବ । ଗ୍ରାହକକୁ ଚିହ୍ନିବା ପାଇଁ ଆଧାର ନମ୍ବରର ବ୍ୟବହାର ମଦ୍ୟ ହେବ । ଥରେ ଫର୍ମ ମିଳିଲା ପରେ ଆଉ ୨-୩ଥର ରିଚାର୍ଜ ପାଇଁ ଏହାକୁ ପୂରଣ କରି ଦେବାକୁ ହେବ ।