ପତ୍ନୀଙ୍କୁ ପାଖରେ ପାଇବା ପାଇଁ କଠିନ ନିଷ୍ପତ୍ତି ନେଇଥିଲେ ସତ୍ୟ ନାଦେଲା ! ପୁସ୍ତକ ‘ହିଟ୍ ରିଫ୍ରେଶ’ କହିଲା ମାଇକ୍ରୋସଫ୍ଟ ସିଇଓଙ୍କ ଗୋପନ କଥା

130

ଏମିତି ଅନେକ କଥା ଓ କାହାଣୀ ଆପଣ ଶୁଣିଥିବେ ଓ ଜାଣିଥିବେ ମSatya Nadellaଧ୍ୟ । ନିଜର ପ୍ରେମ ଓ ପ୍ରୀତି ପାଇଁ ଅନେକ ନିଜର ସବୁକିଛି ବି ଛାଡି ଦେଇଥାନ୍ତି । ଜୀବନ ଠାରୁ ଅଧିକ ଶ୍ରେୟ ଦେଇଥା’ନ୍ତି ନିଜର ପତ୍ନୀ ଓ ପ୍ରେମକୁ । ଏବେ ଏମିତି ଏକ ଖବର ନଜର ଆସିଛି । ଯାହା ବିଶ୍ୱର ଜଣେ ଚର୍ଚ୍ଚିତ ବ୍ୟକ୍ତିଙ୍କର । ସେ ହେଉଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଦେଲା । ଜନସତ୍ତାରେ ପ୍ରକାଶିତ ଏ ଖବର ଖୁବ୍ ଚର୍ଚ୍ଚାରେ ।

ପ୍ରକାଶିତ ଖବର ଅନୁସାରେ, ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ( ସିଇଓ) ସତ୍ୟା ନାଦେଲା । ନିଜର ପୁସ୍ତକରେ ନିଜ ଜୀବନ ସହ ଜଡିତ ଅନେକ ଗୋପନ କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି ନିଜର ନବବିବାହିତ ପତ୍ନୀଙ୍କୁ ଆମେରିକା ଆଣିବା ସେ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ନିଜର ଗ୍ରୀନ କାର୍ଡକୁ ଫେରାଇ ଦେଇଥିଲେ । ଏବଂ ଏଚ୍-୧ ବି ଭିସା ପାଇଁ କରିଥିଲେ ଆବେଦନ । ସୂଚନା ଯେ, ଯଦି ଗ୍ରୀନ କାର୍ଡ ଜଣେ ବ୍ୟକ୍ତିଙ୍କର ଥାଏ । ତାଙ୍କୁ ଆମେରିକାରେ ନିଜ ପତ୍ନୀକୁ ପାଖରେ ରଖିବାର ଅନୁମତି ନଥାଏ । ତାଙ୍କୁ ଏଚ-ଓ ବି ଭିସା ମିଳିନଥାଏ ।

satyanadella11506409435ଏଣୁ ଆମେରିକାରେ ସ୍ଥାୟୀ ରହଣିର ଅନୁମତି ପାଇଁ ନିଜର ପତ୍ନୀଙ୍କୁ ଆଣିବାକୁ ଗ୍ରୀନ କାର୍ଡ ବାଧା ସାଜିଥିଲା । ସତ୍ୟାନାଦେଲାଙ୍କର ଏହି ଚେଷ୍ଟାକୁ ନେଇ ରେଡମଣ୍ଡ ସ୍ଥିତ ମାଇକ୍ରୋସଫ୍ଟ ପରିସରରେ ତାଙ୍କର ବହୁତ ଆଲୋଚନା ହୋଇଥିଲା । ନିଜର କ୍ୟାରିୟରର ଆରମ୍ଭରେ , ନିଜ ପାଖରେ ଗ୍ରୀନ କାର୍ଡ ଥାଇବି ଦିନେ ମାଇକ୍ରୋସଫ୍ଟରେ ଚାକରି ଛାଡିବା ଓ ଭାରତ ଫେରିବାକୁ ନେଇ କଠିନ ବିଚାର କରିଥିଲେ । ସେ ଏହା ଏଥିପାଇଁ କରିଥିଲେ କି ଆମେରିକାର ଆଇନ ଅନୁସାରେ ଯଦି କୈାଣସି ଗ୍ରୀନ କାର୍ଡ ଧାରକ ବିବାହ କରନ୍ତି ତ ତାଙ୍କର ପତି ବା ପତ୍ନୀଙ୍କର ଭିସା ଖାରଜ କରାଯାଇଥାଏ । ଏହି ନିୟମ ଯୋଗୁଁ ସତ୍ୟ ନାଦେଲାଙ୍କ ପତ୍ନୀ ଅନୁ ତାଙ୍କ ପାଖକୁ ଆସିପାରୁନଥିଲେ । ଏହି ନିୟମ ଏବେ ବି ଆମେରିକାରେ ବଳବତ୍ତର ରହିଛି ।

1ଏହି ଉତ୍ସାହକର କଥା ସତ୍ୟ ନାଦେଲା ନିଜର ପୁସ୍ତକ ‘ହିଟ୍ ରିଫ୍ରେଶ’ରେ କହିଛନ୍ତି । ଯାହା ଆଜି ଅଫିସିଆଲ ଭାବେ ଆଜି ଆମେରିକାରେ ଜାରି ହୋଇଛି । ପୁସ୍ତକରେ ସେ କହିଛନ୍ତି , ‘ ଏଠାରେ କାମ କରିବା ସମୟରେ ଏଚ-୧ ବି ଭିସା ଆପଣଙ୍କୁ , ଆପଣଙ୍କ ସାଥୀକୁ ଆମେରିକା ଆଣିବାକୁ ଅନୁମତି ଦେଇଥାଏ । ଏଠାରେ ଏହି ଇମିଗ୍ରେସନ ଆଇନର ଓଲଟା ତର୍କ ହୁଏ । ମୁଁ ଏଥିରେ କିଛି କରିପାରୁନଥିଲି । ସ୍ତ୍ରୀ ଅନୁ ମୋର ସବୁଠାରୁ ପ୍ରାଥମିକତା ଥିଲେ । ଏବଂ ଏଥିପାଇଁ ଯୋଗୁଁ ମୋର ନିଷ୍ପତ୍ତି ସହଜ ହୋଇଗଲା । ’ ନାଦେଲା କହିଛନ୍ତି କି ସେ ଦିଲ୍ଲୀରେ ଆମେରିକା ଦୂତାବାସକୁ ଗଲେ । ସେଠାରେ ଗ୍ରୀନ କାର୍ଡ ଫେରାଇ ଏଚ୍-୧ ବି ଭିସା ପାଇଁ ଆବେଦନ କଲେ । ଏହାପରେ ସେ ନିଜ ପତ୍ନୀକୁ ସିଏଟଲ ନେବାରେ ସଫଳ ହୋଇଥିଲେ ।

rtx28jrfନାଦେଲା ଏକ ଭାଷଣରେ ବି ଏହା କହିଥିଲେ ଯେ, ଟେକ୍ନୋଲୋଜି ଲୋକଙ୍କ କ୍ଷମତାକୁ ଶସକ୍ତ କରିବାକୁ ସାହାଯ୍ୟ କରିବା ଉଚିତ୍ । ସେ କହିଥିଲେ ଟେକ୍ନୋଲୋଜି ଏମିତି ହେବା ଉଚିତ ନୁହେଁ ଯାହା ମାନବତାର ଅନାଦର କରିବ । ବରଂ ସମାବେଶର ନୂଆ ସ୍ତର ଉପଲବ୍ଧ କରିବାକୁ ହେବା ଉଚିତ୍ । ଫ୍ଲୋରିଡାର ଓରଲାଣ୍ଡୋ ରେ ଇଗ୍ନାଇଟ୍ ସମ୍ମିଳନୀକୁ ସମ୍ବୋଧିତ କରି ନାଦେଲା କହିଥିଲେ , ‘ ଯେତେବେଳେ ଆମେ ଟେକନିକର କଥା କହୁଛେ ତ ଟେକ୍ନୋଲୋଜିଷ୍ଟ ଓ ପଲିସ୍ ମେକର ମାନେ ଏହା ମନେକରିବା ଉଚିତ ଯେ, କେମିତି ଏହି ଟେକନିକ୍ ଲୋକଙ୍କୁ ସଶକ୍ତ କରିପାରିବ ?’

ଆଜି ଆମେରିକାରେ ଜାରି ହୋଇଥିବା ସତ୍ୟ ନାଦେଲାଙ୍କର ଏହି ପୁସ୍ତକ ହିଟ୍ ରିଫ୍ରେଶ୍ , ବଖାଣିଛି ତାଙ୍କ ଅତୀତ ଜୀବନର କିଛି ଅପାଶୋରା କଥା । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଓ ଆଲୋଚନ ।