ନଗଡ଼ାର ଆଉ ଏକ ଚିତ୍ର ! ଖାଇବାକୁ ନପାଇ ଶିଶୁ ଏଠି ପୁଷ୍ଟିହୀନତାର ଶିକାର

44

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ପୁଟିିପାଳ ଗାଁ । ଯେଉଁଠି ନଗଡ଼ାର ଆଉ ଏକ ପୃଷ୍ଟିହୀନତାର ଜ୍ୱଳନ୍ତ ଚିତ୍ର । ଖାଇବାକୁ ନପାଇ ପିଲା ଏଠି ଖାଉଛି ବାସି ଭାତ ଓ ଲୁଣ । ଜିଲ୍ଲା ପ୍ରଶାସନର କୈାଣସି ସହାୟତା ପହଁଚିପାରିନି ଏଯାଏ । ଲୋକେ ଆହୁରି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ଯେଉଁଠି ସ୍ଥିତି ନଗଡ଼ା ଠାରୁ ଆହୁରି ଦୟନୀୟ । ବାସି ତୋରାଣି ଓ ଲୁଣ ହେଉଛି ଏହି ଆଦିବାସୀଙ୍କର ପୁଷ୍ଟିକର ଖାଦ୍ୟ ।

କାନ୍ତୋଲ ପଂଚାୟତରେ ପୁଟିପାଳ ହେଉଛି ଏକ ଗ୍ରାମ । ନଗଡ଼ା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ଆଦିବାସୀ ଗ୍ରାମଟି । ଟୋଲ , ମହୁଲ ଗୋଟେଇ ତାକୁ ଶୁଖାଇ ରଖନ୍ତି । ମାସେ କିମ୍ବା ୨ ମାସରେ ଥରେ ମହାଜନ ତାଙ୍କ ନିକଟକୁ ଆସି ଶାଗମାଛ ଦରରେ ନେଇଥାଏ । ଟଙ୍କା ବଦଳରେ ଲୁଣ ଓ କିରୋସିନ ଦେଇଥାଏ ମହାଜନ । ବିପିଏଲ ଚାଉଳ କଣ ଜାଣନ୍ତିନି ଏ ଲୋକେ । ପାହାଡ଼ ଉପରେ ଚାଷ କରୁଥିବା ଧାନକୁ ହାତରେ କୁଟି ଚାଉଳ କରି ଖାଆନ୍ତି ଏହି ଆଦିବାସୀ ଲୋକେ । ପିଲାଙ୍କର ସରୁ ସରୁ ଗୋଡ଼ ହାତ । ଫୁଟବଲ୍ ଭଳି ପେଟ । ଏଥିରୁ ସ୍ପଷ୍ଟ ଦେଖିଲେ ବାରି ହୋଇଯାଉଛି ଯେ ଏଠି ଏମାନେ ପୁଷ୍ଟିହୀନତାର ଶିକାର । ହେଲେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଏହାକୁ ଏଡ଼ାଇ ଦେଇଛନ୍ତି ।

ଜିଲ୍ଲାର ନକ୍ସାରେ ପୁଟିପାଳ ଭଳି ଗ୍ରାମଟିଏ ଅଛି ସତ ହେଲେ ଏହାକୁ ନଜର ଦେଇନାହାଁନ୍ତି ଜିଲ୍ଲାପ୍ରଶାସନ । ଅପପୁଷ୍ଟର ସତ୍ୟତାକୁ ଯାଂଚ କରିବାକୁ ଢେଙ୍କାନାଳ ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଉପାନ୍ତ ଅଂଚଳକୁ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ରାମଲାଲ୍ ଜାମୁଡା ଯାଇଥିଲେ ସତ ହେଲେ ଭୁଲିଗଲେ ପୁଟିପାଳକୁ । ଯେଉଁଠି ଅସଲ ପୁଷ୍ଟିହୀନତାର ଚିତ୍ର ଜଳଜଳ ଦେଖିବାକୁ ମିଳିଛି ।

ଦେଖନ୍ତୁ ଏହି ଭିଡ଼ିଓ –