6ଜନ୍ମଦିନରେ ନିଜର ପ୍ରିୟ ପରିଜନ ଓ ବାପାମା’ଙ୍କ ଠାରୁ ଉପହାର ପାଇବା ଛୋଟ ପିଲାକୁ ଏକ ନିଆରା ଖୁସି ଦେଇଥାଏ । ଛୋଟ ଓଠରେ ବଡ ଲୋଭିଲା ହସ ଫୁଟିଉଠେ । ଯାହା ବାପା ମା’ଙ୍କ ପାଇଁ ଖୁବ୍ ଆନନ୍ଦ ଦେଇଥାଏ । ସବୁ ବାପା ମା’ ଚାହାଁନ୍ତି ନିଜ ପିଲାର ଜନ୍ମଦିନରେ ସର୍ପାଇଜ ଗିଫ୍ଟ ଦେବାପାଇଁ । ଡେଲିମେଲରେ ପ୍ରକାଶିତ ହୋଇଛି ଏଭଳି ଏକ ଖବର ।

Advertisment

4ଏମିତି ଏକ ନିଆରା ଜନ୍ମଦିନର ଉପହାର ମିଳିଛି ଜଣେ ୪ ବର୍ଷୀୟ ବ୍ରିଟିଶ ଝିଅ ଲିୟହକୁ । ନିଜ ମା ସହ ହୁଆୟୁଂରେ ରହୁଥିବା ଲିୟହର ବାପା ଦୁଇ ମାସ ହେଲା ନିଜର କାମ ପାଇଁ ବିଦେଶରେ ଥିଲେ । ଲିୟହର ବାପା ମା’ ନିଜ ଝିଅର ଜନ୍ମଦିନ ପାଇଁ ଏକ ପ୍ଲାନିଂ କଲେ । ତାକୁ ଏକ ସର୍ପାଇଜ ଦେବେ । ତେଣୁ ସେମାନେ ତାକୁ ନଜଣାଇ ତାର ଜନ୍ମଦିନର ପ୍ରସ୍ତୁତି କଲେ । ମା’ ଝିଅ ଲିୟହକୁ କହିଲେ ବାପା ବାହାରେ ଥିବାରୁ ଜନ୍ମ ଦିନରେ ଉପସ୍ଥିତ ରହିପାରିବେନି । କିନ୍ତୁ ଏକ ଉପହାର ପଠାଇବେ । ଲିୟହ ଏହି ଉପହାରକୁ ନେଇ ଖୁସି ହୋଇଯାଇଥିଲେ ।

ସେଦିନ ସକାଳୁ ସକାଳୁ ପୋଷ୍ଟମ୍ୟାନ୍ ଏକ ବଡ ପାର୍ସଲନେଇ ଲିୟହର ଘରକୁ ଆସିଲେ । ତାହା ଥିଲା ଲିୟହର ଜନ୍ମଦିନର ଉପହାର । ଲିୟହ ଖୁବ୍ ଖୁସିରେ ସେହି ପାର୍ସଲକୁ ଖୋଲି ଦେଖିଲା ବେଳକୁ ହଠାତ ପାର୍ସଲ ଭିତରୁ ନିଜ ବାପାଙ୍କୁ ପାଇଲା । ବାପା ଲିୟହକୁ କୋଳେଇ ନେଲେ । ବାପାଙ୍କୁ ଅତି ଭଲପାଉଥିଲା ଲିୟହ ଏମିତି ଏକ ସର୍ପାଇଜିଂ ଗିଫ୍ଟରେ ଖୁସି ହୋଇଗଲା ଏବଂ ଖୁସିରେ ନାଚି ଉଠିଥିଲା ।

ଲିୟହର ଜନ୍ମଦିନର ଆସିଥିବା ଏହି ବଡ ପାର୍ସଲଟି କେମିତି ସର୍ପାଇଜ ଥିଲା ଦେଖନ୍ତୁ ଏହି ଭିଡିଓରେ -

ଏହା ସହ ଦେଖନ୍ତୁ -ଅଜବ ଗାଁରେ ଗଜବ ନାଁ : ପିଲା ମାନଙ୍କ ନାଁ ଗୁଗୁଲ୍ , ସୁପ୍ରିମକୋର୍ଟ , କଫି ଓ ଓବାମା