କୋଲକତା : ଦୁର୍ଗାପୂଜା ମଣ୍ଡପରେ ଅଭିନବ ଦୃଶ୍ୟ ! ରାକ୍ଷସ ରୂପରେ ଡାକ୍ତର, ଏହାକୁ ନେଇ ତୀବ୍ର ବିରୋଧ

42

କୋଲକତାର ପ୍ରସିଦ୍ଧ ଦୁର୍ଗା ପୂଜା ମଣ୍ଡପରେ ଡାକ୍ତରଙ୍କୁ ରାକ୍ଷସ ଭାବେ ପ୍ରଦର୍ଶିତ କରାଯାଇଛି । ଆଉ ଏହାକୁ ନେଇ ମଣ୍ଡପର ଆୟୋଜକ ବଡ ଅସୁବିଧାରେ ପଡିଯାଇଛନ୍ତି । ଶନିବାର ଦିନ ମଣ୍ଡପରେ ଡାକ୍ତରଙ୍କୁ ଡାକ୍ତରଙ୍କୁ ରାକ୍ଷସ ଭୂମିକାରେ ଦେଖାଯାଇଛି । ଯାହାକୁ ନେଇ ସିଟି ମେଡିକାଲ କମ୍ୟୁନିଟି ଏହାର ବିରୋଧ କରିଛନ୍ତି । mamata_650x400_51505919345ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଦେଶରେ ମହମ୍ମଦ ଅଲି ପାର୍କର ଦୁର୍ଗା ମଣ୍ଡପରେ ଡାକ୍ତରଙ୍କୁ ରାକ୍ଷସ ରୂପରେ ଦେଖାଇବା ବନ୍ଦ କରିଦିଆଯାଇଥିଲା । ଏହି ମାମଲାରେ ବିବାଦ ମୁଣ୍ଡ ଟେକିବାରୁ ନିଜକୁ ଏଥିରୁ ମୁକୁଳେଇବା ପାଇଁ ମଣ୍ଡପରି ଆୟୋଜକ ବୋର୍ଡକୁ କହିଥିଲେ , ନକଲି ଡାକ୍ତରଙ୍କୁ ରାକ୍ଷସ ରୂପରେ ପ୍ରଦର୍ଶିତ କରାଯାଇଥିଲା । ଯାହାର ଅର୍ଥ ନଥିଲା ମେଡିକାଲ ସମୁଦାୟକୁ ଅପମାନିତ କରାଇବା । ଆମେ ନକଲି ଡାକ୍ତରଙ୍କୁ ତିରସ୍କାର କରୁଥିଲୁ । ଯାହାକୁ ବାସ୍ତବରେ ସମ୍ମାନ ଦିଆଯାଉଛି ।

10-ekdalia-evergreen-durga-puja_101915052117ବୋର୍ଡ ଦ୍ୱାରା ସ୍ପଷ୍ଟୀକରଣ ଦିଆଯିବା ପରେ ମଧ୍ୟ ଏହା ଡାକ୍ତରଙ୍କୁ ଶାନ୍ତ କରାଇପାରିନଥିଲା । ସେମାନେ ମଣ୍ଡପର ସଂଯୋଜକଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଏବଂ ସୋସିଆଲ୍ ମିଡିଆ ଜରିଆରେ ନିଜର ବିରୋଧକୁ ଦର୍ଶାଇଥିଲେ । ଅନେକ ଡାକ୍ତରଙ୍କ ସଂଗଠନ ମଣ୍ଡପ ଦ୍ୱାରା ସେମାନଙ୍କୁ ରାକ୍ଷସ ଭାବେ ପ୍ରଦର୍ଶିତ କରାଇବାକୁ ନେଇ କହିଛନ୍ତି , ଏହା ମେଡିକାଲ କମ୍ୟୁନିଟି ପାଇଁ ବହୁତ ବତ କ୍ଷତି ଅଟେ । ଏହାର କାରଣ ଦେଶରେ ଡାକ୍ତରଙ୍କ ବିରୋଧରେ ହିଂସାର ବହ୍ନିକୁ ଜାଗ୍ରତ କରିବା । ପୂର୍ବ ବିଧାୟକ ଓ ପୂଜା କମିଟିର ଚେୟାରମ୍ୟାନ୍ ଦିନେଶ ବଜାଜ କହିଛନ୍ତି ,ଆମକୁ ଜଣା ଯେ, , ଲୋକେ ଏହାର ପ୍ରଶଂସା କରୁନାହାଁନ୍ତି । କିନ୍ତୁ କାହାକୁ ଆଘାତ ଦେବା ଆମର ଇଚ୍ଛା ନଥିଲା । ସେ କହିଛନ୍ତି ରବିବାର ଦିନ ପୂଜାର ଉଦଘାଟନ ପୁଣି ଥରେ କରାଯିବ । କାରଣ ଏହି ବିବାଦ ପରେ ମା’ ଦୁର୍ଗାଙ୍କ ପ୍ରତିମାକୁ ଆବୃତ କରିଦିଆଯାଇଥିଲା ।

ali park ବଜାଜ କହିଛନ୍ତି, ପ୍ରତିବର୍ଷ ଭଳି ଆମ୍ଭେମାନେ ଏହି ଥର ମଧ୍ୟ ଲୋକମାନଙ୍କ ମଧ୍ୟରେ ସୋସାଇଟିର ଭଲ ଓ ମନ୍ଦକୁ ଦେଖାଇବାକୁ ଚେଷ୍ଟା କରିଥିଲୁ । ଗତ ଦିନମାନଙ୍କରେ ନକଲି ଡାକ୍ତରଙ୍କ ପ୍ରାଦୃଭାବ ଦେଖିବାକୁ ମିଳିଥିଲ । ଯାହାର ସମସ୍ୟା ଲୋକମାନେ ଭୋଗିଥିଲେ । ଏଥିପାଇଁ ସେହି ନକଲି ଡାକ୍ତରଙ୍କୁ ରାକ୍ଷସ ରୂପରେ ଆମେ ଲୋକଙ୍କୁ ଦେଖାଇଥିଲୁ । ଏହାକୁ ନେଇ ବଙ୍ଗଳା ଓ ଅନ୍ୟ ମେଡିକାଲ ସଂଗଠନମାନେ ଏହାର କଡା ବିରୋଧ କରି କହିଥିଲେ ,ଯଦି ସେମାନେ ନକଲି ଡାକ୍ତରଙ୍କୁ ରାକ୍ଷସ ରୂପେ ଦେଖାଇବାକୁ ଚାହୁଁଥିଲେ , ଏହା ପ୍ରଥମରୁ କରିପାରିଥାନ୍ତେ । କିନ୍ତୁ ଏହିଥର ଏମିତି କାହିଁକି କଲେ ।
(ସୌଜନ୍ୟ- ହିନ୍ଦୁସ୍ତାନ ଟାଇମ୍ସ )