ପ୍ରଥା ନାଁରେ ଏଠି ଚାଲେ କୁକର୍ମ : ସ୍ୱାମୀ ଖୋଜେ ପତ୍ନୀ ପାଇଁ ଗ୍ରାହକ

255

2ପେଟ ଚାଖଣ୍ଡ ପାଇଁ କିଏ କେତେ କଣ କାମଧନ୍ଦା କରିଥାନ୍ତି । ଜୀବନ ନିର୍ବାହର ତରିକା ଲୋକଙ୍କର ଭିନ୍ନଭିନ୍ନ ଧରଣର ହୋଇଥାଏ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ନିଜର ପରିବାର ଚଳେଇବା ପାଇଁ ଦେହ ବେପାର ଭଳି ନିଚ୍ଚ କାମ ପ୍ରତିଦିନର କର୍ମ ପାଲଟିଯାଇଛି ଏକ ସଂପ୍ରଦାୟ ଲୋକଙ୍କର ।

ରାଜଧାନୀ ଦିଲ୍ଲୀର ରହୁଥିବା ପେରଣା ସଂପ୍ରଦାୟ । ଏହି ସଂପ୍ରଦାୟରେ ଅତି ଅଳ୍ପ ବୟସରୁ ଝିଅମାନଙ୍କୁ ବେଶ୍ୟା ବୃତି କାମରେ ଲଗେଇ ଦିଆଯାଏ । ଏହାକୁ ପରଂପରା ମାନି ଅନେକ ଦିନରୁ ଏମିତି କାମ କରିଆସୁଛନ୍ତି ଏହି ଗୋଷ୍ଠୀର ଝିଅମାନେ । ନିଜର ଅନିଚ୍ଛା ସତ୍ୱେ ସେମାନଙ୍କୁ ଏଭଳି ନର୍କରେ ପାଦ ଥାପିବାକୁ ପଡେ । ଯେତେବେଳେ ଭଲ-ମନ୍ଦର ଫରକ ଜାଣିବାକୁ ପାଆନ୍ତି ସେତେବେଳେ ସବୁ ସରିଯାଇଥାଏ । ଏମିତି କାମ ବାସ୍ତବିକତା ପାଲଟିଯାଇଛି ଦିଲ୍ଲୀର ନଜଫଗଡ ,ପ୍ରେମନଗର ଓ ଧର୍ମଶାଳା ପାଖରେ ରହୁଥିବା ଏହି ପେରଣା ସଂପ୍ରଦାୟର ।
3ଜାଣିଲେ ଆଶ୍ଚର୍ଯ୍ୟ ହେବେ –
ପେରଣା ସଂପ୍ରଦାୟର ଏହା ଏକ ଚିରାଚରିତ କର୍ମ ପାଲଟିଯାଇଛି । ଝିଅର ସୁନ୍ଦରତାକୁ ନେଇ ଚାଲେ ମୂଲଚାଲ । ପଂଚାୟତ ବସେ । ସେଠାରେ ଦର କଷାକଷି ଚାଲେ । ଗ୍ରାହକ ଖୋଜି ଆଣନ୍ତି ପରିବାର ଲୋକେ । ଏତିକିରେ ସରିଯାଏନି କଥା । ବିବାହ ପରେ ସ୍ୱାମୀ ବି ସାଜେ ସଇତାନ । ଗୋଟିଏ ସନ୍ତାନ ଜନ୍ମ ପରେ ନିଜର ପତ୍ନୀ ପାଇଁ ଗ୍ରାହକ ଖୋଜିଆଣେ ସ୍ୱାମୀ । ସେ ବି ଟଙ୍କା ପାଇଁ ନିଜ ସ୍ତ୍ରୀକୁ କରାଏ ପରପୁରୁଷର ଶଯ୍ୟାସଙ୍ଗିନୀ । ଅକଥନୀୟ ଅତ୍ୟାଚାରର ଶିକାର ହୁଏ ସ୍ତ୍ରୀଟିଏ ।
1ପେରଣା ସଂପ୍ରଦାୟରେ କାହିଁକି ହୁଏ ଏମିତି ?
୧୯୬୪ରେ ରାଜସ୍ଥାନରୁ ଦିଲ୍ଲୀକୁ ଆସି ଥିଲେ ଏହି ପେରଣା ସଂପ୍ରଦାୟ । ପେଟ ପୋଷିବା ପାଇଁ ପ୍ରଥମେ ଭିକ୍ଷା ବୃତି କରି ଚଳିଲେ । ହେଲେ ପରେ ସେମାନେ ଏପରି ବେଶ୍ୟା ବୃତିକୁ ଆପଣେଇନେଲେ । ବିବାହ ନାଁରେ ଏମିତି ନର୍କକୁ ଠେଲି ଦେଲେ ଘରର ଝିଅ ବୋହୁଙ୍କୁ ।

ରାଜଧାନୀ ଦିଲ୍ଲୀର ଯଦି କୈାଣସି ଇଲାକାରେ କେଉଁ ଝିଅ ଓ ମହିଳାକୁ ଧର୍ଷଣ ହେଉଛି । ଚାରିଆଡେ ହୋହାଲ୍ଲା ନାରାବାଜି ଉଠୁଛି । ହେଲେ ଏଠାରେ ପ୍ରତି ରାତିରେ ଧର୍ଷିତା ହେଉଛି ମହିଳା । କେହିଁ ପାଟି ଖୋଲିବାକୁ ନାହାଁନ୍ତି ।