55ଦୁନିଆରେ ଲୋକଙ୍କର ଇଚ୍ଛା ଓ ନିଶା ସବୁ ଭିନ୍ନ ଧରଣର ଥାଏ । କିଏ ଚାହେଁ ନିଜର ସୁଖ ସୁବିଧା ତ । ଆଉ କିଏ ସବୁ କିଛି ସୁଖ ସୈାଖୀନ ଛାଡି ଲୋକଙ୍କ ସେବା ପାଇଁ ବାଛି ନିଅନ୍ତି ସଂଘର୍ଷର ବାଟ । ଦୁନିଆରେ କିଛି ପରିବର୍ତନ କରିବାକୁ ଚେଷ୍ଟା କରିଥାନ୍ତି । ଏହିଭଳି ଜଣେ ମହିଳା ହେଉଛନ୍ତି ଛବି ରାଜାୱତ । ଭାରତର ଜଣେ କମ୍ ବୟସ୍କ ପ୍ରଥମ ଏମବିଏ ଡିଗ୍ରୀଧାରୀ ସରପଂଚ ।

Advertisment

mgfqnpficfhsiଏହି ଏମବିଏ-ସରପଂଚଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଯାହାଙ୍କ ନିଶା ଓ ପେଶା ଏବେ ପାଲଟିଛି ଗ୍ରାମାଂଚଳର ଲୋକଙ୍କ ସେବା କରିବା । ସେଥିପାଇଁ ଛବି ଉଚ୍ଚ ବେତନର କପୋରେଟ ଜବ୍ ଛାଡି ତାଙ୍କ ଗାଁର ଉନ୍ନତି ପାଇଁ ବାଛି ନେଇଛନ୍ତି ଏଭଳି କାମ । ହୋଇଛନ୍ତି ଜଣେ ନିର୍ବାଚିତ ସରପଂଚ । ନିଜର ଗାଁକୁ ସରସ ଓ ସୁନ୍ଦର କରିବା ପାଇଁ ଅତୀତରେ ଅନେକ ବଡ ବଡ କଂପାନୀରେ କାମ କରିଥିବା ଛବି ଫେରିଆସିଥିଲେ ନିଜ ଗାଁକୁ । ନିଜ ଗାଁ ପ୍ରତି ଅତ୍ୟନ୍ତ ଭଲ ପାଇବା ହିଁ ତାଙ୍କୁ ପୁଣି ଫେରାଇ ଆଣିଛି ନିଜ ଜନ୍ମ ମାଟିକୁ ବୋଲି ଛବି ରାଜାୱତ କୁହନ୍ତି ।

77ସୋଡା ,ରାଜସ୍ଥାନର ଟୋଙ୍କ ଜିଲ୍ଲା ଏକ ଅନୁନ୍ନତ ଗାଁ । ଏକ ପଛୁଆ ଜିଲ୍ଲା ଭାବେ ସରକାର ଏହି ଟୋଙ୍କ ଜିଲ୍ଲାକୁ ଘୋଷଣା କରିଛନ୍ତି । ଭାରତୀୟ ଗ୍ରାମାଂଚଳରେ କିଛି ପରିବର୍ତନ ପାଇଁ ଛବି ଫେରିଛନ୍ତି ରାଜସ୍ଥାନର ଏହି ସୋଡା ଗାଁକୁ । ଲୋକମାନଙ୍କ ନିକଟତର ହୋଇ ମନରେ ଅନେକ ସାହସ ରଖି ଆଗେଇ ଚାଲିଛନ୍ତି ଛବି ।

11382236936_f6fb1b8d7d_bଲୋକଙ୍କର ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ସୌରଶକ୍ତି ଉତ୍ପାଦନ ,ରାସ୍ତା ତିଆରି ଓ ଶୈାଚାଳୟ ନିର୍ମାଣ ଆଦି ଅନେକ କାମ ନିଜେ କରାଉଛନ୍ତି । ପୂରା ଦମରେ ନିଜର ଶିକ୍ଷାକୁ ବ୍ୟବାହର କରୁଛନ୍ତି ଏହି ଜନସେବାରେ ।

ଛବି ରାଜାୱତ ୨୦୧୧ରେ ୟୁନାଇଟେଡ ନେସନର ୧୧ତମ ଇନଫୋ-ପଭର୍ଟି ୱାର୍ଲଡର ଚେୟାର ପର୍ସନ ଭାବେ ଯୋଗ ଦେଇଥିଲେ । ଏବେ ଛବି ସାଜିଛନ୍ତି ଜଣେ ରୋଲ ମଡେଲ । ଅନେକଙ୍କର ପ୍ରେରଣା ।

ଏହାସହ ଦେଖନ୍ତୁ ଏହି ଭିଡିଓ –