କର୍ମ ଘେନି ଜନ୍ମ ! ମୃତ୍ୟୁ ପରେ ମଣିଷର କେଉଁ ଗତି ହୁଏ ?

449

Back to Godhead - Volume 12, Number 10 - 1977ଜନ୍ମ- ମୃତ୍ୟୁର ରହସ୍ୟ ବିଷୟରେ ଗୀତାରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ସବୁବେଳେ ମଣିଷ ମନରେ ଥାଏ ମୃତ୍ୟୁ ପରେ ଆତ୍ମାର କେଉଁ ଗତି ହୁଏ । ମଣିଷ ପୁଣି କେଉଁ ଜନ୍ମ ନିଏ ?

ମୃତ୍ୟୁ ସମୟରେ ସତ୍ତ୍ୱଗୁଣର ବୃ୍ତ୍ତି ତାତ୍କାଳିକ ରୂପେ ବଢିଲେ ମନୁଷ୍ୟ ସ୍ୱର୍ଗାଦି ଉଚ୍ଚ ଲୋକକୁ ଯାଏ । ରଜୋଗୁଣର ବୃତ୍ତି ବଢିଲେ ସେ ମୃତ୍ୟୁଲୋକରେ ପୁଣି ମନ୍ୟୁଷ ହୋଇ ଜନ୍ମ ନିଏ ଏବଂ ତମୋଗୁଣର ବୃତ୍ତି ବଢିଲେ ସେ ପଶୁ ,ପକ୍ଷୀ ଆଦି ମୂଢ ଯୋନିରେ ଜନ୍ମନିଏ ।

ଶ୍ରେଷ୍ଠ କର୍ମର ଫଳ ସାତ୍ତ୍ୱିକ ଓ ନିର୍ମଳ । ରାଜସ କର୍ମର ଫଳ ଦୁଃଖ ଓ ତାମସ କର୍ମର ଫଳ ଅଜ୍ଞାନ ଅଟେ । ସତ୍ତ୍ୱଗୁଣରୁ ଜ୍ଞାନ ,ରଜୋଗୁଣରୁ ଲୋଭ ଓ ତମୋଗୁଣରୁ ପ୍ରମାଦ,ମୋହ ଓ ମୂଢତା ଉତ୍ପନ୍ନ ହୁଏ । ଜଳ ଦ୍ୱାରା ବୃକ୍ଷର ଶାଖା ଗୁଡିକ ଯେପରି ବଢିଥାନ୍ତି ,ସେହିପରି ସତ୍ତ୍ୱ,ରଜ ଓ ତମ ଗୁଣ ଦ୍ୱାରା ସଂସାରବୃକ୍ଷର ଶାଖାମାନ ଉପର,ମଧ୍ୟ ଓ ତଳଲୋକ ପର୍ଯ୍ୟନ୍ତ ବିସ୍ତୃତ ହୋଇଛନ୍ତି । ତାପର୍ଯ୍ୟ ହେଲା ଗୁଣଗୁଡିକର ସଙ୍ଗ କାରଣରୁ ହିଁ ଜୀବ ଅଧୋଲୋକ ,ମଧ୍ୟଲୋକ ଓ ଉର୍ଦ୍ଧ୍ୱଲୋକରେ ଜନ୍ମ ନିଏ ।                    ( ସୈାଜନ୍ୟ : ଗୀତା ସାର )

ଏହାସହ ମଧ୍ୟ ପଢନ୍ତୁ – ପ୍ରକୃତରେ ଶ୍ରୀ ମନ୍ଦିର କିଏ ନିର୍ମାଣ କରିଥିଲେ? ଭୂଷଣ୍ଡକାକ ଓ କୂର୍ମ ହୋଇଥିଲେ ସାକ୍ଷୀ