ଫାଷ୍ଟଫୁଡ ଖାଦ୍ୟରେ ଝିଟିପିଟି ! ଆଉଟଲେଟ ମ୍ୟାନେଜରଙ୍କ ନାଁରେ ଏତଲା

34

କୋଲକତାର ଏକ ପ୍ରମୁଖ ଆଉଟଲେଟ୍ ମ୍ୟାକ୍-ଡୋନାଲ୍ଡର ଫ୍ରେଂଚ ଫ୍ରାଇଜରେ ଝିଟିପିଟି ଫ୍ରାଏକୁ ନେଇ ଖୁବ୍ ଚର୍ଚ୍ଚା । ଆଉଟଲେଟର ମାଲିକ ଏହି ଘଟଣାକୁ ପରସ୍ପର ମଧ୍ୟରେ ସମାଧାନ କରି ବିଫଳ ହୋଇଛନ୍ତି । ପୀଡିତା ପୁଲିସରେ ଏ ବିଷୟକୁ ନେଇ ଦେଇଛନ୍ତି ଏତଲା ।

ସୂଚନା ଅନୁସାରେ. କୋଲକତାର ନାମକରା ଆଉଟଲେଟ୍ ମ୍ୟାକ୍-ଡୋନାଲ୍ଡରେ ପ୍ରିୟଙ୍କା ମିତ୍ରା ନାମକ ଜଣେ ମହିଳା ନିଜ ଝିଅକୁ ନେଇ ବାଇପାସରେ ଥିବା ମ୍ୟାକ୍-ଡୋନାଲ୍ଡର ଆଉଟଲେଟକୁ ଯାଇଥିଲେ । ସେଠାରେ ଫ୍ରେଂଚ ଫ୍ରାଇଜ ଅର୍ଡର ଦେଇଥିଲେ । ଝିଅ ରାଜନନ୍ଦିନୀ ଯେତେବେଳେ ଫ୍ରାଇଜ୍ ଖାଇବାରେ ବ୍ୟସ୍ତ ଥିଲେ , ପ୍ରିୟଙ୍କାଙ୍କ ନଜର ଝିଅ ଖାଉଥିବା ପ୍ୟାକେଟରେ ଥିବା ଝିଟିପିଟି ମିଶା ଖାଦ୍ୟ ଉପରେ ପଡିଥିଲା । ସେହି ଫାଷ୍ଟଫୁଡରେ ଝିଟିପିଟିଟିଏ ଫ୍ରାଏ ହୋଇଥିଲା । ଏହାପରେ ମହିଳା ଜଣକ ଆଉଟଲେଟର ମ୍ୟାନେଜରଙ୍କୁ ଏ କଥା ଜଣାଇଥିଲେ ।

ପ୍ରିୟଙ୍କାଙ୍କର ଆରୋପ ଯେ ଆଉଟଲେଟର ମ୍ୟାନେଜର କେବଳ ‘ସରି’ କହି ଏ ଘଟଣାକୁ ଅଣଦେଖା କରିଥିଲେ  । ଏତେ ବଡ ନାମକରା ଆଉଟଲେଟ । ଯେଉଁଠିକୁ ପ୍ରତିଦିନ ଅନେକ ଲୋକେ ଖାଇବାକୁ ଆସନ୍ତି । ସେ’ଠି ଏପରି ଭାବେ ଖାଦ୍ୟ ପ୍ରସ୍ତୁତ ହେଉଛି । ପ୍ରିୟଙ୍କା ସେହି ଝିଟିପିଟି ମିଶା ଖାଦ୍ୟ ପ୍ୟାକେଟର ଫଟୋ ଉଠେଇଥିଲେ । ଅନ୍ତଃସତ୍ତ୍ୱା ଥିବା ପ୍ରିୟଙ୍କା ଏ ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ଯଦି ସେ ପ୍ୟାକେଟ ଉପରେ ଧ୍ୟାନ ନଦେଇଥାନ୍ତେ ତ କ’ଣ ହୋଇଥାନ୍ତା , ଏହାଭାବି ତାଙ୍କର ଦେହ ଖରାପ ହୋଇଯାଇଥିଲା ।