ଆପଣଙ୍କ ଫୋନରେ ଏହି ଆପ୍ ଅଛି କି ? ତୁରନ୍ତ ହଟାନ୍ତୁ , ଅସୁବିଧାରେ ପଡିପାରନ୍ତି !

133

Captureଯଦି ଆପଣଙ୍କ ଫୋନରେ ‘ଟ୍ରୁ କଲର’ ଅଛି, ତୁରନ୍ତୁ ଏହାକୁ ଫୋନରୁ ହଟାଇ ଦିଅନ୍ତୁ । ନୁହେଁତ ଅସୁବିଧାରେ ଆପଣ ପଡିପାରନ୍ତି । କାହିଁକି ନା ‘ଟ୍ରୁ କଲର’ ଏମିତି ଏକ ଆପ୍ ଯାହା ଜରିଆରେ ୟୁଜର୍ସକୁ କଲର ଆଇଡି ବିଷୟରେ ଜଣାପଡିଯାଏ । ଯଦି ଆପଣ ଏହି ଆପ୍ ବିଷୟରେ ଜାଣି ନାହାଁନ୍ତି , ତେବେ ଏହାକୁ ବ୍ୟବାହର କରନ୍ତୁ ନାହିଁ । ଏହା ଏମିତି ଏକ ଆପ୍ ଯାହା ଆପଣଙ୍କ ନମ୍ବରକୁ ଆସୁଥିବା ସମସ୍ତ କଲର ଡିଟେଲ୍ସ ଜଣାଇ ଦେଇଥାଏ  । କଲରର ନାମ, ସ୍ଥାନର ଠିକଣା ଓ ବୃତ୍ତି ବିଷୟରେ ଦର୍ଶାଇଥାଏ । ସାଧାରଣତଃ ଏହା ଦ୍ୱାରା ଅଧିକ ତଥ୍ୟ ସେତେବେଳେ ମିଳିଥାଏ ଯେତେବେଳେ କଲ୍ କରୁଥିବା ବ୍ୟକ୍ତିଙ୍କ ପାଖରେ ଏହି ‘ଟ୍ରୁ କଲର’ ଆପ୍ ଥିବ ଓ ସେ ଏହାକୁ ରେଜିଷ୍ଟର କରିଥିବେ ।

woman-talking-on-mobile-phone_oncology-news-australia‘ଟ୍ରୁ କଲର’ ଆପ୍ ରେ ଏକ ସେଟିଙ୍ଗ୍ ଅଛି ଯାହା ଦ୍ୱାରା ଆପଣ ଏହାକୁ ହଟାଇ ପାରିବେ । କିନ୍ତୁ ଏହା ଡିଫଲ୍ଟ ଅନ୍ ରହିଥାଏ । ଏହା ଦ୍ୱାରା ଆପଣଙ୍କ ବନ୍ଧୁ ବି ଆପଣଙ୍କୁ ସମସ୍ତ ଗତିବିଧି ବିଷୟରେ ଜାଣିପାରିବ । ‘ଟ୍ରୁ କଲର’ରେ ବି ହ୍ୱାଟ୍ସ ଆପ୍ ଭଳି ଲାଷ୍ଟ ସିନ୍ ଓ ଅନଲାଇନର ଅପସନ୍ ଦିଆଯାଇଛି । ଏହା ଦ୍ୱାରା ଜଣେ ଅଜଣା ବ୍ୟକ୍ତି ବି ଆପଣଙ୍କ ବିଷୟରେ ଜାଣିବାର ସମ୍ଭାବନା ଥାଏ । ଏହି ‘ଟ୍ରୁ କଲର’ ଆପ୍ ଜରିଆରେ ଜଣେ ଆପଣଙ୍କ ଇ-ମେଲ ଆଇଡି ଏବଂ କଣ କାମ କରୁଛନ୍ତି ବି ଜାଣିପାରିବାର ସମ୍ଭାବନା ରହିଛି ।

ଏହାସହ ମଧ୍ୟ ପଢନ୍ତୁ – ସ୍ମାର୍ଟଫୋନ ଚୋରି ହେବାର ଭୟ ରହିଛି କି ? ଫୋନକୁ ସୁରକ୍ଷିତ କେମିତି ରଖିବେ, ଜାଣନ୍ତୁ