ଆଇଫୋନ୍ ନୁହେଁ ଏବେ ଆଣ୍ଡ୍ରଏଡ୍ ଫୋନ ବ୍ୟବହାର କରୁଛନ୍ତି ବିଲ୍ ଗେଟସ !

72

ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ ଗେଟ୍ସ ନିଜର ମୋଇବାଇଲ ପ୍ଲାଟଫର୍ମକୁ ବଦଳାଇଦେଇଛନ୍ତି । ସେ କହିଛନ୍ତି ଏବେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମର ବ୍ୟବହାର କରୁଛନ୍ତି । ହେଲେ ବିଲ ଗେଟ୍ସ ଏହା ସୂଚନା ଦେଇନାହାଁନ୍ତି ଯେ, ସେ କେଉଁ ଫୋନ୍ ବ୍ୟବହାର bill-gatesକରୁଛନ୍ତି । ସୂଚନା ଏହି ଯେ, ପୂର୍ବରୁ ସେ ୱିଣ୍ଡୋଜ୍ ପ୍ଲାଟଫର୍ମର ଫୋନ ବ୍ୟବହାର କରୁଥିଲେ ।

ବିଲ୍ ଗେଟ୍ସ ଏକ ସାକ୍ଷାତକାରରେ କହିଛନ୍ତି, ‘ଷ୍ଟିବ୍ ଜବ୍ସଙ୍କ ମୃତ୍ୟୁ ପରେ ଆପଲ ଭଲ କାମ କରୁଛି । ଯାହା କି ଏକ ଖୁସିର କଥା । ମୁଁ ସବୁବେଳେ ୱିଣ୍ଡୋଜ୍ କଂପୁଟରରେ କାମ କରୁଥିଲି । ଏବେ ମୋ ପାଖରେ ଯେଉଁ ଫୋନ ଅଛି ତାହା ଆଣ୍ଡ୍ରଏଡ୍ ଭର୍ସନର । ଏବଂ ଏଥିରେ ମାଇକ୍ରୋସଫ୍ଟର ବହୁତ ସଫ୍ଟୱେର ରହିଛି । କିନ୍ତୁ ଷ୍ଟିଭ୍ ଜବ୍ସ ଆଇଟି ଓ ସଫ୍ଟୱେରର ଫିଲ୍ଡରେ ଯେଉଁ ପ୍ରତିସ୍ପର୍ଦ୍ଧା ଛାଡି ଯାଇଛନ୍ତି । ତାହା ଆଶ୍ଚର୍ଯ୍ୟକର ଅଟେ । ଏବଂ ମାଇକ୍ରୋସଫଟ୍ ଏବେ ବି ଏହାର ବଡ ଅଂଶ ।

bill gatesବିଲ୍ ଗେଟ୍ସ ଷ୍ଟିଭ୍ ଜବ୍ସ ଙ୍କ ସହ ନିଜର ସଂପର୍କ ବିଷୟରେ ବି କହିଛନ୍ତି । କହିଛନ୍ତି , ‘ ଷ୍ଟିଭ୍ ଓ ତାଙ୍କ ମଧ୍ୟରେ ବହୁତ ସମାନତା ଥିଲା । ଷ୍ଟିଭ୍ ଜବ୍ସ ଅଦ୍ଭୁତ ପ୍ରତିଭାଶାଳୀ ବ୍ୟକ୍ତି ଥିଲେ । ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆପଲ୍ କଂପାନୀ ଖୁବ୍ ଭଲ କାମ କରୁଛି । ’ ଏହି ଅବସରରେ ବିଲ୍ ଗେଟ୍ସ ଆପଲର ବହୁତ ପ୍ରଶଂସା କରିଛନ୍ତି । କିନ୍ତୁ ଯେତେବେଳେ ତାଙ୍କର ଆଇଫୋନ୍ ବ୍ୟବହାର କରିବା ବିଷୟରେ ପଚରାଗଲା , ସେ କହିତିଲେ , ନୋ ନୋ ଆଇଫୋନ୍ ।

ସୂଚନା ଏହି ଯେ, ମାଇକ୍ରୋସଫ୍ଟ ନିଜର ମୋବାଇଲ୍ ଅପରେଟିଂ ସିଷ୍ଟମ, ୱିଣ୍ଡୋଜ ଫୋନ୍ କୁ ସଫଳ କରିବା ପାଇଁ ଆରମ୍ଭରୁ ସଂଘର୍ଷ କରୁଛନ୍ତି । ୨୦୦୪ମସିହାରେ ସଫ୍ଟ ୱେର ର ପ୍ରସିଦ୍ଧ କଂପାନୀ ନୋକିଆର ହ୍ୟାଣ୍ଡସେଟ୍ ବ୍ୟବସାୟ ପାଇଁ ୭.୨ ଅରବ ଡଲାରର ଦେଇଥିଲା ।