ଏଣିକି ନ୍ୟୁନତମ ବେତନ ନଦେଲେ ୩ବର୍ଷ ଜେଲ, ୨୦ହଜାର ଟଙ୍କା ଜୋରିମାନା ।

162

ଦିଲ୍ଲୀ ବିଧାନସଭା ଦ୍ୱାରା ଉପସ୍ଥାପିତ ହୋଇଥିବା ନ୍ୟୁନତମ ବେତନ ପ୍ରସ୍ତାବ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଛି । ଯାହାଦ୍ୱାରା ଏଣିକି ଏହି ନିର୍ଧାରିତ ନ୍ୟୁନତମ ପାରଶ୍ରମିକ ଦେଉନଥିବା ବ୍ୟକ୍ତିବିଶେଷଙ୍କ ଉପରେ ଲଗାମ କସିବ । ଯଦି କୌଣସି କଂପାନୀ କିମ୍ବା ସଂସ୍ଥା ଏହି ନିୟମକୁ ପାଳନ ନକରନ୍ତି ତେବେ ତାଙ୍କ ବିରୋଧରେ ୨୦ ହଜାର ଟଙ୍କା ଜରିମାନା ସହିତ ତିନି ବର୍ଷ କାଳ ଜେଲ ଦଣ୍ଡାଦେଶ ମଧ୍ୟ ହେବାର ସମ୍ଭାବନା ରହିଛି । ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀରେ ବର୍ତ୍ତମାନ ନ୍ୟୁନତମ ବେତନ ୧୩,୮୯୬ଟଙ୍କା ରହିଛି ।

Delhi CM Arvind Kejriwal

ଏସଂପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କହିବା କଥା ହେଲା, ଏହି ପ୍ରସ୍ତାବଟି ବହୁ ଦନ ପୂର୍ବରୁ ଉପସ୍ଥାପନା କରାଯାଇଥିଲେ ସୁଦ୍ଧା ପାରିତ ହୋଇପାରିନଥିଲା । ଯାହାକୁ ବର୍ତ୍ତମାନ ମଂଜୁରୀ ମିଳିଛି । ତେଣୁ ଏହାଦ୍ୱାରା ଶ୍ରମିକ ମାନଙ୍କୁ ତରନ୍ତ ନ୍ୟାୟ ମିଳିବ ।

ଏହାପୂର୍ବେ ଗତ ବର୍ଷ ଅଗଷ୍ଟ ମାସରେ ଦିଲ୍ଲୀ ବିଧାନସଭା ବିଲ ପାସ କରିଥିଲେ । ଦିଲ୍ଲୀରେ ଅଣକୁଶଳ ଶ୍ରମିକଙ୍କ ପାଇଁ ୧୩,୮୯. ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୧୫,୨୯୬ ଏବଂ କୁଶଳି ଶ୍ରମିକଙ୍କ ପାଇଁ ୧୬,୮୫୮ଟଙ୍କା ମାସିକ ବେତନ ନିର୍ଦ୍ଧାରିତ ହୋଇଛି । ଏହାବ୍ୟତୀତ ୧୦ମ ଫେଲ ମାନଙ୍କର ୧୫,୨୯୬ ଏବଂ ୧୦ପାସଙ୍କର ୧୬,୮୫୮ ଏବଂ ଗ୍ରାଜୁଏଟ ପାଇଁ ୧୮,୩୩୨ଟଙ୍କା ପ୍ରତି ମାସ ବେତନ ରହିଛି । ଦିଲ୍ଲୀ କ୍ୟାବିନେଟ ୨୫ଫେବୃଆରୀ ୨୦୧୭ରେ ଏହାକୁ ଲାଗୁ କରିଥିଲେ ।