ସର୍ପଙ୍କ ମଧ୍ୟରେ ବିଷ୍ଣୁଙ୍କ ଶୟନ ! ଜାଣନ୍ତୁ ଏହାର ପ୍ରକୃତ କାରଣ

247

ହିନ୍ଦୁ ଧର୍ମ ଅନୁସାରେ,ଭଗବାନ ବିଷ୍ଣୁଙ୍କ ସାପଙ୍କ ଉପରେ ଶୟନକୁ ଅନନ୍ତ ଶୟନ ବୋଲି କୁହାଯାଇଥାଏ । ତେବେ ଏହି ବିଶାଳକାୟ ସର୍ପ ହେଉଛନ୍ତି ଶେଷନାଗ । ଏବଂ ଭଗବାନ ବିଷ୍ଣୁ ତାଙ୍କ ଉପରେ ବିଶ୍ରାମ ନିଅନ୍ତି । ଗରୁଡକୁ ସାଧାରଣତଃ ଭଗବାନ ବିଷ୍ଣୁଙ୍କ ବାହନ ବୋଲି କୁହାଯାଏ, କିନ୍ତୁ ଶେଷନାଗ ମଧ୍ୟ ତାଙ୍କ ବାହନ ଅଟନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରତ୍ୟେକ ଜନ୍ମରେ ଶେଷନାଗ ତାଙ୍କ ସହ ଜଡିତ ଥାନ୍ତି । ତେବେ ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ ।

ଶାସ୍ତ୍ର ଅନୁସାରେ, ଯେତେବେଳେ ପୃଥିବୀ ପୃଷ୍ଠରେ ପାପର ଭାର ବଢିଯାଏ ,ପାପୀଙ୍କ ସଂଘାର ପାଇଁ ସ୍ୱୟଂ ଭଗବାନ ବିଷ୍ଣୁ ଧରା ପୃଷ୍ଠରେ ଜନ୍ମ ନେଇଥାନ୍ତି ଏବଂ ସେମାନଙ୍କ ବିନାଶ କରି ପୁଣି ଥରେ ଧର୍ମର ସ୍ଥାପନା କରିଥାନ୍ତି । ତେବେ ଶେଷନାଗ ଭଗବାନ ବିଷ୍ଣୁଙ୍କ ଉର୍ଜାର ପ୍ରତୀକ ଅଟନ୍ତି । କାରଣ ଶେଷନାଗଙ୍କ ଆୟତ୍ତରେ ରହିଛି ବିଶ୍ୱର ସମସ୍ତ ଗ୍ରହ ଏବଂ ନକ୍ଷତ୍ର । ଏଥିସହ ସେ ଅନବରତ ଭଗବାନ ବିଷ୍ଣୁଙ୍କ ମହାମନ୍ତ୍ର ଉଚ୍ଚାରଣ କରିଥାନ୍ତି । ଯଦି ଭଗବାନ ବିଷ୍ଣୁ ସମସ୍ତ ବ୍ରହ୍ମାଣ୍ଡ,ଗ୍ରହ ଏବଂ ନକ୍ଷତ୍ରଙ୍କ ପ୍ରତୀକ ଅଟନ୍ତି ତେବେ ଅନୁରୂପ ଭାବେ ଶେଷନାଗ ମଧ୍ୟ ତାଙ୍କ ସାଦୃଶ୍ୟ ଅଟନ୍ତି ।

କଳି ଯୁଗରେ କଳକୀ ଅବତାର ! ମିଳିଲା ପ୍ରମାଣ, କେବେ ଏବଂ କେଉଁଠି ଜନ୍ମ ନେବେ ଭଗବାନ ବିଷ୍ଣୁ

ଏହାଛଡା, ଶେଷନାଗ ଭଗବାନ ବିଷ୍ଣୁଙ୍କୁ ଖାଲି ଯେ କେବଳ ବିଶ୍ରାମ ପାଇଁ ଜାଗା ଦେଇଥାନ୍ତି ତାହା ନୁହେଁ ବରଂ ସେ ତାଙ୍କୁ ସବୁ ବିପଦରୁ ମଧ୍ୟ ରକ୍ଷା କରିଥାନ୍ତି । ଯାହାର ବଡ ଉଦାହରଣ ଥିଲା, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣ ରୂପରେ ଜନ୍ମ ନେଇଥିଲେ ସେତେବେଳେ କୃଷ୍ଣଙ୍କ ପିତା ବସୁଦେବ ତାଙ୍କୁ ନନ୍ଦରାଜାଙ୍କ ଘରେ ଛାଡିବାକୁ ନେଇଯାଉଥିଲେ । ଆଉ ସେତେବେଳେ ଶେଷନାଗ ଭଗବାନ କୃଷ୍ଣଙ୍କୁ ଝଡ ତୋଫାନରୁ ରକ୍ଷା କରିଥିଲେ । ଏହାବ୍ୟତୀତ, ଶେଷନାଗ ତେତୟା ଯୁଗରେ ପ୍ରଭୁଙ୍କ ଭାଇ ତଥା ଲକ୍ଷ୍ମଣଙ୍କ ରୂପରେ ଜନ୍ମ ନେଇଥିବାବେଳେ ଦ୍ୱାପର ଯୁଗରେ ପ୍ରଭୁ ବଳରାମ ହୋଇ ଜନ୍ମ ନେଇ ଭଗବାନ ବିଷ୍ଣୁଙ୍କୁ ରକ୍ଷା କରିଥିଲେ ।

ଜଣେ ସାହସୀ ସ୍ତ୍ରୀର କର୍ତ୍ତବ୍ୟନିଷ୍ଠାର କାହାଣୀ ! ନ୍ୟୁଜ୍ ଷ୍ଟୁଡିଓରୁ ପଢିଲେ ସ୍ୱାମୀଙ୍କ ମୃତ୍ୟୁ ଖବର