ବାବା ତିରୁପତି ବାଲାର୍ଜିଙ୍କ ଖୋଲିଲା ରହସ୍ୟ ! ଜାଣନ୍ତୁ ଏହାର ୮ଟି ଚକିତ ଘଟଣା

247

ବାବା ତିରୁପତି ବାଲାର୍ଜିଙ୍କୁ ବିଶ୍ୱର ସବୁଠାରୁ ଧନୀ ଦେବତା ବୋଲି ଗଣାଯାଏ । ତାଙ୍କୁ ଭେଙ୍କେଟଶ୍ୱର ଶ୍ରୀନିବାସ ଏବଂ ଗୁଇନ୍ଦା ନାମରେ ମଧ୍ୟ ପୂଜା କରାଯାଇଥାଏ । ଯାହା ଆନ୍ଧ୍ରପ୍ରଦେଶର ତିରୁମାଳା ପାହାଡ ଉପରେ ଅବସ୍ଥିତ । ବାବାଙ୍କ ଏହି ପବିତ୍ର ପୀଠରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । କୁହାଯାଏ, ଯଦି କୌଣସି ଭକ୍ତ ସତମନରେ ଭିକ୍ଷା କରିଥାଏ ତେବେ ତା’ର ମନସ୍କାମନା ବାବା ନିଶ୍ଚୟ ପୁରଣ କରିଥାନ୍ତି । ତେବେ ଏହି ମନ୍ଦିରର ମଧ୍ୟ ଅନେକ ଚମତ୍କାରିତା ରହିଛି । ସେଗୁଡିକ ହେଲା . . .

• କୁହାଯାଏ, ଏହି ମନ୍ଦିର ମଧ୍ୟରେ ଥିବା ବାବା ତିରୁପତିଙ୍କ ମୂର୍ତ୍ତିର ମସ୍ତକରେ ଲାଗିଥିବା କେଶରାଶିଗୁଡିକ ବାସ୍ତବ ଅଟେ । ଏବଂ ଏହା କେବେବି ଅଡୁଆ ହୋଇ ନଥାଏ । ସବୁବେଳେ ମୁଲାୟମ ରହିଥାଏ । ତେବେ ଭକ୍ତଙ୍କ ମାନିବା କଥା ହେଲା, ଏହା ଏଥିପାଇଁ ସମ୍ଭବ କାରଣ ଏଠାରେ ସ୍ୱୟଂ ଭଗବାନ ବୀରାଜମାନ କରିଛନ୍ତି ।

• କୁହାଯାଏ, ୧୮ ଶତାଦ୍ଦୀ ସମୟରେ ଏଠାରେ ଥିବା ଏକ ଫାଟକରେ ସେହି ସମୟରେ ଶାସନ କରୁଥିବା ଜଣେ ରାଜା ପାଖାପାଖି ୧୨ ଜଣଙ୍କୁ ଫାସିରେ ଝୁଲାଇ ଦେଇଥିଲେ । ଆଉ ଏହି ସମୟରେ ହିଁ ବାବା ତିରୁପତିଙ୍କ ଆର୍ବିଭାବ ହୋଇଥିଲା । ତେବେ ଏହି ମନ୍ଦିରକୁ ପାଖାପାଖି ୧୨ ବର୍ଷ ପର୍ଯ୍ୟନ୍ତ ବନ୍ଦ କରି ରଖା ଯାଇଥିଲା ।

• ଯଦି ଆପଣ କେବେ ତିରୁପତିଙ୍କ ମନ୍ଦିରକୁ ଯାଆନ୍ତି ତେବେ ବାବାଙ୍କ ମୂର୍ତ୍ତି ଉପରେ କାନ ଲଗାଇ ଶୁଣିବେ । ଆପଣ ଜାଣିଲେ ଚକିତ ହେବେ, ମୂର୍ତ୍ତିରେ କାନ ଦେଇ ଶୁଣିବାଦ୍ୱାରା ମୂର୍ତ୍ତି ମଧ୍ୟରୁ ସମୁଦ୍ର ଗର୍ଜନର ଧ୍ୱନୀ ଶୁଣିବାକୁ ମିଳିଥାଏ ।

• ମନ୍ଦିରର ମୁଖ୍ୟଦ୍ୱାରର ଡାହାଣ ଦିଗରେ ଏକ ବାଡି ରଖାଯାଇଛି । ତେବେ କୁହାଯାଏ , ବାବାଙ୍କ ବାଲ୍ୟବସ୍ଥାରେ ଏହି ବାଡିରେ ତାଙ୍କୁ ମାଡ ମରାଯାଇଥିଲା ଯେଉଁଥିରେ କି ତାଙ୍କ ମୁହଁରେ ଆଘାତ ଲାଗିଥିଲା । ସେବେଠାରୁ ଆଜି ଯାଏଁ ତାଙ୍କ ମୁଖମଣ୍ଡଳରେ ଚନ୍ଦନର ଲେପ ସର୍ବଦା ଲଗାଯାଇଥାଏ ।

• ବାଲାର୍ଜୀଙ୍କ ମନ୍ଦିରରେ ଏକ ଦୀପ ସବୁବେଳେ ଜଳୁଥିବାର ଦେଖିବାକୁ ମିଳେ । ତେବେ ଏହି ଦୀପରେ ନାଁ କେବେ ତେଲ ଢଳାଯାଏ ନାଁ ଘିଅ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏସଂପର୍କରେ କାହାକୁ ବି ଜଣାନାହିଁ କି ଏହି ଦୀପଟିକୁ କିଏ ଆଉ କେବେ ଲଗାଇଥିଲେ ।

• ବାବାଙ୍କ ମୂର୍ତ୍ତିରେ ଏକ ସ୍ୱତନ୍ତ୍ର କର୍ପୂର ଲଗାଯାଇଥାଏ । ଯଦି ଏହାକୁ ଅନ୍ୟ କୌଣସି ପଥର ଉପରେ ଲଗାଯାଏ ତେବେ ତାହା କିଛି ସମୟ ପରେ ନଷ୍ଟ ହୋଇଯାଇଥାଏ କିନ୍ତୁ ତିରୁପତିଙ୍କ ପ୍ରତୀମାରେ ଏଭଳି ବ୍ୟତିକ୍ରମ ଦେଖାଦେଇ ନଥାଏ ।

• ବାବାଙ୍କ ମୂର୍ତ୍ତିରେ ଯେତେ ଫୁଲ ଓ ତୁଳସୀ ପତ୍ର ଚଢାଯାଇଥାଏ । ସେଗୁଡିକୁ କୌଣସି ଭକ୍ତକୁ ଦିଆ ନଯାଇ ମନ୍ଦିରର ପଛପଟରେ ଥିବା ଏକ ଜଳକୁଣ୍ଡରେ ବିସର୍ଜନ କରିଦିଆଯାଇଥାଏ । କାରଣ ଏହି ଫୁଲ ଓ ପତ୍ରକୁ ଦେଖିବା ଏବଂ ରଖିବା ଅଶୁଭ ବୋଲି କୁହାଯାଏ ।

• ପ୍ରତ୍ୟେକ ଗୁରୁବାର ଦିନ ତିରୁପତି ବାଲାର୍ଜୀଙ୍କ ମୂର୍ତ୍ତି ଉପରେ ସଂପୂର୍ଣ୍ଣ ରୂପରେ ଚନ୍ଦନର ଲେପ ଦେଇ ସଜାଇ ଦିଆଯାଇଥାଏ । ମାତ୍ର ଯେତେବେଳେ ଏହାକୁ କଢାଯାଇଥାଏ ସେତେବେଳେ ମାତା ଲକ୍ଷ୍ମୀଙ୍କ ମୁଖମଣ୍ଡଳ ପ୍ରତୀୟମାନ ହୋଇଥାଏ । ଏହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଏହା କିପରି ସମ୍ଭବ । ତେବେ ବାବାଙ୍କ ମୂର୍ତ୍ତିରେ ତଳେ ଧୋତି ଏବଂ ଉପରି ଭାଗରେ ଶାଢୀ ପିନ୍ଧାଇ ସଜାଯାଇଥାଏ ।

• ମନ୍ଦିରର ପାଖାପାଖି ୨୩ କିଲୋମିଟର ଦୂରରେ ଏକ ଗାଁ ରହିଛି । ଏହି ଗାଁକୁ କୌଣସି ବାହାର ଲୋକଙ୍କର ପ୍ରବେଶ ନାହିଁ । ଏବଂ ସେଠାକାର ଲୋକେ ନିୟମର ସହିତ ବାସକରନ୍ତି । ତେବେ କେବଳ ଏହି ଗାଁର ଫୁଲ ସମେତ ଅନ୍ୟାନ୍ୟ ଜିନିଷ ତଥା ଘିଅ,କ୍ଷୀର ଆଦି ବାବାଙ୍କଠାରେ ଅର୍ପଣ କରାଯାଇଥାଏ ।