ଇଣ୍ଟରଭ୍ୟୁ ସମୟରେ ହାତ ମିଳାଇବାକୁ ମନା କଲେ ମହିଳା ! ଏବେ କମ୍ପାନି ତରଫରୁ ମହିଳାଙ୍କୁ ମିଳିବ ୩ ଲକ୍ଷ ଟଙ୍କା

29

ଜଣେ ମହିଳା ଚାକିରି ପାଇଁ ଏକ କମ୍ପାନିକୁ ଯାଇଥିବା ବେଳେ ସେଠାରେ ଇଣ୍ଟରଭ୍ୟୁ ପରେ ତାଙ୍କୁ ହାତ ମିଳାଇବାକୁ କୁହାଯାଇଥିଲା । କିନ୍ତୁ ମହିଳା ଜଣଙ୍କ ନିଜ ଧାର୍ମିକ ନିୟମର କଥା କହି କଥା ହାତ ମିଳାଇବାକୁ ମନା କରି ଦେଇଥିଲେ । ଯେଉଁଥି ପାଇଁ ଇଣ୍ଟରଭ୍ୟୁ ନେଇଥିବା ଅଧିକାରୀ ତାଙ୍କୁ ଚାକିରି ଦେବାକୁ ମନା କରି ଦେଇଥିଲେ । ଏହାର ବିରୋଧ କରି ମହିଳା ଜଣକ ଅଦାଲତରେ ନ୍ୟାୟ ଭିକ୍ଷା କରିଥିଲେ । ମାମଲାର ବିଚାର କରି ବିଚାରପତି ଏବେ କମ୍ପାନି ଉପରେ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ମହିଳା ଜଣଙ୍କ ଚାକିରି ପାଇଁ ଯାଇଥିବା ବେଳେ ଇଣ୍ଟରଭ୍ୟୁ ନେଉଥିବା ପୁରୁଷମାନଙ୍କ ସହ ହାତ ମିଳାଇ ପାରିବେ ନାହିଁ ବୋଲି କହିଥିଲେ । ଏହା ପଛରେ ଧାର୍ମିକ କାରଣ ଥିବା ମହିଳା ଜଣାଇଥିଲେ । ଏହା ଶୁଣି ଏଠାରେ କାମ କରିବାକୁ ହେଲେ ହାତ ମିଳାଇବା ନିହାତି ଜରୁରୀ କହି ମହିଳାଙ୍କୁ ବାହାରକୁ ଯିବା ପାଇଁ କୁହାଯାଇଥିଲା । ସେ ଏହା ବିରୋଧରେ ଲଢ଼ିବେ ବୋଲି ନିଷ୍ପତ୍ତି ନେଇ ଅଦାଲତରେ ନ୍ୟାୟ ଭିକ୍ଷା କରିଥିଲେ ।