କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି ମେରିନ୍ ଯୋଶେଫ୍

54

ଆଇପିଏସ୍ ହେବାର ସ୍ୱପ କିଏ ବା ଦେଖିନଥାଏ ମାତ୍ର ଏହି ସ୍ୱପ୍ନକୁ ଖୁବ୍ କମ୍ ଲୋକ ହିଁ ସାକାର କରିବାରେ ସଫଳ ହୋଇଥାନ୍ତି । ତେବେ ମେରିନ୍ ଯୋଶେଫ୍ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ମାତ୍ର ୨୨ ବର୍ଷ ବୟସରେ ଆଇପିଏସ୍ ଅଫିସର ହୋଇ ଦେଶ ପାଇଁ ଗୌରବ ଅର୍ଜନ କରିଥିବା ମେରିନ୍ ଥରକରେ ହିଁ ଆଇପିଏସ୍ ପରୀକ୍ଷା ଦେଇ ସଫଳତା ହାସଲ କରିଥିଲେ ।

ଏଥିସହିତ, ମାତ୍ର ୨୨ ବର୍ଷ ବୟସରେ ପରେଡ଼କୁ କମାଣ୍ଡ କରୁଥିବା ସବୁଠାରୁ କମ୍ ବୟସ୍କା ଅଫିସର ଭାବେ ମଧ୍ୟ ମେରିନ୍ ଖ୍ୟାତି ଅର୍ଜନ କରିଛନ୍ତି । ମେରିନ୍ ଖାଲି ନିଜ ସୁନ୍ଦରତା ପାଇଁ ହିଁ ନୁହେଁ ବରଂ ଜଣେ ସମାଜସେବୀ ଭାବେ ମଧ୍ୟ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ।

ତେବେ ଏହି ସୁନ୍ଦରୀ ଆଇପିଏସ ଅଧିକାରୀଙ୍କ ଜନ୍ମ କେରଳର ଏକ ଛୋଟ ଗାଁରେ ହୋଇଥିଲା । ମେରିନଙ୍କ ବାପା ଜଣେ କୃଷି ମନ୍ତ୍ରାଳୟର ପ୍ରମୁଖ ପରାମର୍ଶଦାତା ଏବଂ ତାଙ୍କ ମାଆ ଜଣେ ଶିକ୍ଷୟତ୍ରୀ । ପାଠପଢା ସମୟରୁ ହିଁ ମେରିନଙ୍କୁ ‘ବ୍ୟୁଟି ଉଇଥ୍ ବ୍ରେନ୍’ ଭଳି ଟ୍ୟାଗ୍ ମିଳି ସାରିଥିଲା । ମେରିନ ଦିଲ୍ଲୀର ‘ସେଂଟ୍ ଷ୍ଟିଫେନ୍ସ କଲେଜ’ରେ ପାଠପଢା ଶେଷ କରିଥିଲେ । ଉଚ୍ଚଶିକ୍ଷା ହାସଲ କରିସାରିବା ପରେ ମେରିନ୍ ଆଇପିଏସ୍ ହେବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ସେ ଦିଲ୍ଲୀର ଏକ କୋଚିଂ ସେଂଟରରେ ଆଇପିଏସ୍ ପାଇଁ କୋଚିଂ ନେଇଥିଲେ । ପାଖାପାଖି ଗୋଟିଏ ବର୍ଷ କୋଚିଂ ନେବା ପରେ ମେରିନ୍ ୨୦୧୨ରେ ‘ଅଲ୍ ଇଣ୍ଡିଆ ରାଙ୍କ ୧୮୮’ ହାସଲ କରି ଆଇପିଏସ୍ ପରୀକ୍ଷାରେ ସଫଳତା ହାସଲ କରିଥିଲେ ।

ଏହାପରେ ମେରିନଙ୍କ ପ୍ରଶିକ୍ଷଣ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଆଉ ସେହିଠାରେ ହିଁ ସେ ପହଁରିବାଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ମଧ୍ୟ ନେଇଥିଲେ ।

୨୦୧୫ରେ, ମେରିନ୍ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ । ତେବେ ମେରିକଙ୍କୁ ଏତେ ଫ୍ରେମ୍ ମିଳିଛି କି, ବର୍ତ୍ତମାନ ମହିଳାମାନଙ୍କ ପାଇଁ ସେ ଏକ ‘ଆଇକନ୍’ ପାଲଟିଯାଇଛନ୍ତି । ସୁନ୍ଦରତାଠାରୁ ଆରମ୍ଭ କରି ସମାଜସେବା ପର୍ଯ୍ୟନ୍ତ ମେରିନ୍ ସବୁ କ୍ଷେତ୍ରରେ ଅନେକ ନାଁ କମେଇସାରିଛନ୍ତି । ଖାଲି ସେତିକି ନୁହେଁ, ଭାରତର ପ୍ରଥମ ସୁନ୍ଦରୀ ମହିଳା ଆଇପିଏସ୍ ଅଫିସର ତାଲିକାରେ ମଧ୍ୟ ମେରିନଙ୍କ ନାଁ ଯୋଡି ହୋଇଯାଇଛି ।

ସୌଜନ୍ୟ: ଗାଓଁକନେକ୍ସନ