ଡ୍ରାଇଭିଂ ଲାଇସେନ୍ସ ନଥିଲେ ବି ଧରିବ ନାହିଁ ପୁଲିସ୍ । ଦେବାକୁ ପଡିବନି କୌଣସି ଜରିମାନା ହେଲେ କିପରି ?

71

ଅଧିକାଂଶ ସମୟରେ ଲୋକେ ନିଜର ଡ୍ରାଇଭିଂ ଲାଇସେନ୍ସ ଘରେ ଭୁଲି ଆସିବାର ନଜୀର ରହିଛି । ଯେଉଁଥିପାଇଁ ଅନେକ ସମସ୍ୟାର ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏପରିକି ବେଳେ ବେଳେ ଏଥିପାଇଁ ତଣ୍ଡ ବି ଗଣିବାକୁ ପଡିଥାଏ । ହେଲେ ଏବେ କିନ୍ତୁ ଆପଣଙ୍କୁ ଏସବୁ ସମସ୍ୟାର ସାମ୍ନା କରିବାକୁ ପଡିବନି । ଆପଣଙ୍କ ନିକଟରେ ଡିଏଲ ନଥିଲେ ବି କେହି ଆପଣଙ୍କଠାରୁ ଟଙ୍କାଟିଏ ବି ଦାବି କରିପାରିବେ ନାହିଁ । ଆଜ୍ଞା ହଁ ! ଏହା ସମ୍ଭବ, ତେବେ କିପରି ପଢନ୍ତୁ ଏହି ରିପୋର୍ଟ ।

 

 

ବାସ୍ତବରେ ସରକାର ଏଭଳି କୌଣସି ବି କାର୍ଯ୍ୟ ପାଇଁ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ଦସ୍ତାବିଜର ହାର୍ଡକପି ସାଥିରେ ରଖିବା କିମ୍ବା ସାଥୀରେ ଧରି ବୁଲିବାକୁ ବାଧ୍ୟତାମୂଳକ କରିନାହାଁନ୍ତି । କାରଣ ଲୋକଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ବିକଳ୍ପ ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଆପଣଙ୍କୁ ଆଉ ଡିଏଲ କିମ୍ବା ଅନ୍ୟ କୌଣସି ଦସ୍ତାବିଜ ସାଥୀରେ ଧରି ବୁଲିବାକୁ ପଡିବ ନାହିଁ ।

 

 

ଏହି ସମସ୍ୟାର ସମାଧାନ କରିବ ‘ଡିଜିଟାଲ ଲକର’ । ‘ଡିଜିଟାଲ ଲକର’ରେ ଆପଣ ଆପଣଙ୍କର ସମସ୍ତ ଦସ୍ତାବିଜର ସଫ୍ଟ କପି ରଖି ପାରିବେ । ଏଥିରେ ଆପଣଙ୍କୁ ଦୁଇଟି ଲାଭ ମିଳିବ । ପ୍ରଥମଟି ହେଲା, ଏହାଦ୍ୱାରା ଆପଣଙ୍କର ଦସ୍ତାବିଜ ସୁରକ୍ଷିତ ରହିବ ଏବଂ ଅନ୍ୟଟି ହେଉଛି ଆପଣ ଏହାକୁ ଯେତେବେଳେ ଚାହିଁବେ ଆଉ ଯେଉଁଠି ଚାହିଁବେ ଖୋଲି ପାରିବେ ଏବଂ ବ୍ୟବହାର ମଧ୍ୟ କରିପାରିବେ । ଏହି ଲକରରେ ସେଭ୍ ଥିବା ସଫ୍ଟ କପିଗୁଡିକ ସଂପୂର୍ଣ୍ଣ ଯୋଗ୍ୟ ବିବେଚିତ ହେବ, କେହି ବି ଏହାକୁ ଗ୍ରହଣ କରିବାକୁ ଅସ୍ୱୀକାର କରିପାରିବେ ନାହିଁ । କାରଣ ଏହା ସରକାର ମାନ୍ୟତା ପ୍ରାପ୍ତ । ତେବେ ‘ଡିଜିଟାଲ ଲକର’କୁ ପ୍ରଧାନମନ୍ତ୍ରୀଙ୍କର ମହତ୍ୱାକାଂକ୍ଷୀ ଯୋଜନା ଡିଜିଟାଲ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି । ଡିଜିଟାଲ ଲକରର ଉଦ୍ଦେଶ୍ୟ ହେଲା, ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ଶିକ୍ଷାଗତ ପ୍ରମାଣ ପତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଅନଲାଇନ୍ ଷ୍ଟୋର କରି ଭିତ୍ତିକ ଦସ୍ତାବିଜଗୁଡିକର ଉପଯୋଗକୁ କମ କରିବା ଏବଂ ଏଜେନ୍ସିମାନଙ୍କ ମଧ୍ୟରେ ଇ-ଦସ୍ତାବିଜର ଆଦାନ ପ୍ରଦାନକୁ ବୃଦ୍ଧି କରିବା । ଖାଲି ସେତିକି ନୁହେଁ, ଡିଜିଟାଲ ଲକରରେ ଇ-ସାଇନର ସୁବିଧା ମଧ୍ୟ ରହିଛି । ଯାହାକୁ ଆପଣ ଡିଜିଟାଲ ରୂପରେ ହସ୍ତାକ୍ଷର କରିବା ପାଇଁ ବ୍ୟବହାର କରିପାରିବେ ।

ବ୍ୟବହାର କରିବାର ପ୍ରକ୍ରିୟା

ସର୍ବ ପ୍ରଥମେ https://digitallocker.gov.in କୁ ଯାଇ ନିଜର ଏକ ଆକାଉଂଟ ଖୋଲନ୍ତୁ । ଯେଉଁଥିରେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ନମ୍ବରର ଆବଶ୍ୟକତା ପଡିବ । ଏହାପରେ ଆପଣଙ୍କୁ ସାଇନଅପ କରିବା ପାଇଁ ଆଧାର ନମ୍ବର ମଗାଯିବ ଏବଂ ଦୁଇଟି ବିକଳ୍ପ ୟୁଜର ଭେରିଫିକେସନ ପାଇଁ ଉପଲବ୍ଧ ହେବ । ଓଟିପି ତଥା (ୱାନ ଟାଇମ ପାସୱାର୍ଡ) ଯେଉଁଥିରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କୁ ଆଧାର କାର୍ଡରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଏହି ପାସୱାର୍ଡ ଚାଲି ଆସିବ ।