ଆସନ୍ତାକାଲିଠାରୁ ବଦଳି ଯିବ ୧୨ଟି ବଡ ନିୟମ ! ବରିଷ୍ଠ ନାଗରିକଙ୍କୁ ମିଳିବ ଅଧିକ ଲାଭ

49

ଏପ୍ରିଲ ୧ ତଥା ଆସନ୍ତାକାଲି ଠାରୁ ଚଳିତ ବର୍ଷର ବଜେଟରେ ଧାର୍ଯ୍ୟ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । କେବଳ ଟ୍ୟାକ୍ସକୁ ନେଇ ହିଁ ୮ଟି ବଡ ପରିବର୍ତ୍ତନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ. . .

ଟ୍ୟାକ୍ସ ସହ ଜଡିତ ପରିବର୍ତ୍ତନ

ଷ୍ଟାଣ୍ଡାର୍ଡ ଡିଡକସନ: ଚାକିରିଆଙ୍କୁ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନ ବାବଦକୁ ମିଳିବ , ମାତ୍ର ଆପଣଙ୍କୁ ମିଳୁଥିବା ଟ୍ରାନସପୋର୍ଟ ଆଲାଉନ୍ସ ଏବଂ ମେଡିକାଲ ଆଲାଉନ୍ସ ଶେଷ ହୋଇଯିବ ।

ସେୟାର ବଜାରରେ ହେଉଥିବା ରୋଜଗାର ଉପରେ ଟ୍ୟାକ୍ସ: ସେୟାର ବଜାର ଏବଂ ଇକ୍ୱିଟି ଲିଙ୍କଡ ଫଣ୍ଡରେ ନିବେଶ କରିବା ଦ୍ୱାରା ମିଳୁଥିବା ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଉପରେ ଯଦି ଆପଣ ଲକ୍ଷେ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ତେବେ ଏହାର ୧୦ ପ୍ରତିଶତ ଏଲଡିସିଜି ଟ୍ୟାକ୍ସ ବାବଦକୁ ଦେବାକୁ ପଡିବ ।

ଚାରି ପ୍ରତିଶତ ସେସ: ଆୟକର ଉପରେ ଲାଗୁଥିବା ଏଜୁକେସନ ସେସ ତିନିରୁ ବୃଦ୍ଧି ପାଇଁ ଚାରି ପ୍ରତିଶତ ହୋଇଯିବ ।

ଏନପିଏସ ଉପରେ ଦେବାକୁ ପଡିବ ଟ୍ୟାକ୍ସ: ସେଲ୍ଫ ଏମ୍ପ୍ଲୟେଡ ଏନପିଏସ ଖାତା ଧାରକଙ୍କ ଖାତା ବନ୍ଦ କରିବା ସମୟରେ ମୋଟ ଫଣ୍ଡର ୪୦ ପ୍ରତିଶତ ଅର୍ଥରାଶି ଉପରେ ଟ୍ୟାକ୍ସ ଦେବାରୁ ହେବ ।

ସ୍ୱାସ୍ଥ୍ୟବୀମା ଯୋଜନା ଉପରେ ମିଳିବ ଅଧିକ ଟ୍ୟାକ୍ସ ରିହାତି: ଦୀର୍ଘଦିନ ଧରି ଲଗାତର ଭାବେ ବୀମା ଭରୁଥିବା ବ୍ୟକ୍ତିବିଶେଷଙ୍କୁ କଂପାନୀମାନେ କିଛି ରିହାତି ପ୍ରଦାନ କରିବେ । ପ୍ରଥମେ ବୀମା ନେଇଥିବା ବ୍ୟକ୍ତିବିଶେଷଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଡିଡକସନ କ୍ଲେମ କରିପାରୁଥିଲେ ମାତ୍ର ୧ ଏପ୍ରିଲରୁ ବୀମା ଅବଧିର ଅନୁପାତରେ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ପିଏମ ବୟ ବନ୍ଦନାର ବିସ୍ତାର: ଏହି ଯୋଜନା ଆଧାରରେ ନିବେଶ କରିବାର ସୀମା ସାଢେ ୭ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇଁ ୧୫ ଲକ୍ଷ ଟଙ୍କା କରିଦିଆଯାଇଛି । ଆଉ ଏଥିରେ ୮ ପ୍ରତିଶତ ସୁଧ ମିଳିବ ।

ନିବେଶରୁ ମିଳୁଥିବା ସୁଧରେ ରିହାତି: ବରିଷ୍ଠ ନାଗରିକଙ୍କୁ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଜମା ରକମ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମିଳେ ତେବେ ତାଙ୍କୁ ଏଥିପାଇଁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ଚିକିତ୍ସା ଖର୍ଚ୍ଚ ଉପରେ ଟ୍ୟାକ୍ସରେ ମିଳିବ ଆଶ୍ୱସ୍ତି: କିଛି ଗମ୍ଭୀର ରୋଗ ଉପରେ ମିଳୁଥିବା ଟ୍ୟାକ୍ସରେ ୬୦ରୁ ୮୦ ହଜାର ଟଙ୍କାରୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରିଦିଆଯାଇଛି ।

ଚାରୋଟି ମୁଖ୍ୟ ପରିବର୍ତ୍ତନ

• ଇ-ୱେ ବିଲ: ୫୦ ହଜାର ଟଙ୍କାରୁ ଅଧିକ ଜିନିଷ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ନେବା ଦ୍ୱାରା ଟ୍ରାନ୍ସପୋର୍ଟରଙ୍କୁ ଇ-ୱେ ବିଲ ରଖିବାକୁ ହେବ । ତେବେ ଏଥିରେ କରମୁକ୍ତ ଥିବା ଜିନିଷ ସାମିଲ ହୋଇନଥିବ ।

• କାର ଉପରେ ଥାର୍ଡପାର୍ଟି ଇନସ୍ୟୁରାନ୍ସ ବାଲାନ୍ସର ପ୍ରିମିୟମ କମ ହେବ ।

• ଏସବିଆଇର ସର୍ବନିମ୍ନ ବାଲାନ୍ସ ଉପରେ ଲାଗୁଥିବା ଚାର୍ଜ କମ କରିଦେଇଛି ।

• ବେସ ରେଟ ଉପରେ ଲୋନ ନେବା ଉପରେ ଏମସିଏଲଆରର ଲାଭ ମିଳିବ । ଅର୍ଥାତ୍ ପ୍ରତିମାସ ବ୍ୟାଙ୍କ ତରଫରୁ ହେଉଥିବା ଏମସିଏଲଆରରେ ସଂଶୋଧନରୁ ଇଏମଆଇ ପରିବର୍ତ୍ତନ ହେବ ।